ଜିପ୍ପୋର ନୂଆ ଲାଇଫ୍ ଷ୍ଟାଇଲ୍ ଗୋଲଡେନ୍ ସ୍କ୍ରୋଲ ଲାଇଟରର ବଜାର ପ୍ରବେଶ


ଲାଇଫ୍ ଷ୍ଟାଇଲ୍କୁ ରୁଦ୍ଧିମନ୍ତ କରାଇବା ପାଇଁ ଜିପ୍ପୋ କମ୍ପାନୀ ପକ୍ଷରୁ ୨୦୧୮ରେ ଗୋଲଡେନ୍ ସ୍କ୍ରୋଲ୍ ଲାଇଲଟକୁ ବଜାରରେ ପ୍ରବେଶ କରାଯାଇଛି । ଏହା ନୂତନ ଆକର୍ଷଣୀୟ ଡିଜାଇନିଂ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ସକ୍ଷମ ହେବ । ଏଥିରେ ୩୬୦ ଡିଗ୍ରୀ ଫ୍ଲୋରାଲ ବ୍ରାଣ୍ଡିଂ ରହିଛି । ଯାହାକି ଏହାକୁ ବିଳାସପୂର୍ଣ୍ଣ କରି ଗଢ଼ିତୋଳିଛି । ଏହାର ଲିମିଟେଡ୍ ଏଡିସନ୍ରେ ୧୨,୦୦୦ ଲାଇଟର ପ୍ରସ୍ତୁତ କରାଯାଇଛି ।

ଇତିମଧ୍ୟରେ ଜିପ୍ପୋ ପକ୍ଷରୁ ବିଭିନ୍ନ ଆକର୍ଷଣୀୟ ଡିଜାଇନିଂ ଲାଇଟର ପ୍ରସ୍ତୁତ କରାଯାଇ ଗ୍ରାହକଙ୍କ ବହୁବିଧ ଆବଶ୍ୟକତାକୁ ପୂରଣ କରାଯାଇପାରିଛି । ଜିପ୍ପୋ ବ୍ରାଣ୍ଡ ୧୯୩୨ ମସିହାରେ କାରବାର ଆରମ୍ଭ କରିଥିଲା । ବର୍ତମାନ ସୁଦ୍ଧା କମ୍ପାନୀ ୩୦୦,୦୦୦ରୁ ଅଧିକ ଡିଜାଇନିଂର ୫୫୦ ନିୟୁତରୁ ଅଧିକ ୱିଣ୍ଡ୍ ପ୍ରୁଫ୍୍ ଲାଇଟର୍ ନିର୍ମିତ କରିଛି । ସମ୍ପ୍ରତି ଜିପ୍ପୋ ବିଶ୍ୱବ୍ୟାପି ୧୮୦ରୁ ଅଧିକ ଦେଶରେ କାରବାର ଜାରି ରଖିଛି ।

ଜିପ୍ପୋ ସଫଳତାର ସହିତ ଆଉଟ୍ ଡୋର ଇକ୍ୟୁପେମେଂଟସ୍, ଲେଦର ଆସେସୋରିଜ୍, ଆଇ ୱେର, ଆପେରାଲ ଏବଂ ଫ୍ରାଗ୍ରାନ୍ସ୍ ଆଦି ଉତ୍ପାଦ ପ୍ରସ୍ତୁତି ଜାରି ରଖିଛି ।

ଗତ ୮୬ ଧରି ଜିପ୍ପୋ ବ୍ରାଣ୍ଡ୍ ଏହାର କାରବାର ଜାରି ରଖିଥିବାବେଳେ ଏହାର ଉତ୍ପାଦ ଗୁଡିକୁ ବ୍ୟବହାର କରିବା ସହଜ ଜନକ । ଏହାର ଗୁଣବର୍ତା ତଥା ବିଶ୍ୱାସନୀୟତା ଗ୍ରାହକଙ୍କୁ ଆକୃଷ୍ଟ କରିପାରିଛି । ଫଳରେ ଏହା ବିଶ୍ୱର ସାଂସ୍କୃତିକ ବ୍ରାଣ୍ଡ୍ ଭାବରେ ନିଜର ଉପସ୍ଥିତି ସୁଦୃଢ଼ କରିପାରିଛି । ସମ୍ପ୍ରତି କେବଳ ୟୁୁନାଇଟେଡ୍ ଷ୍ଟେଟସ୍ରେ ଜିପ୍ପୋ ୱିଣ୍ଡ୍୍ରୁପ୍ରୁଫ୍ ଲାଇଟର ୪ନିୟୁତ ବ୍ୟବହାରକାରୀ ଥିବାବେଳେ ବିଶ୍ୱବ୍ୟାପି ୧୧ଟି ଅଫିସର କ୍ଲବ୍ରେ ଏହାକୁ ବ୍ୟବହାର କରାଯାଉଛି ।

ସୂଚନା ଯୋଗ୍ୟ ଯେ, ଜିପ୍ପୋ ବିଶ୍ୱବ୍ୟାପି ୧୮୦ରୁ ଅଧିକ ଦେଶରେ କାରବାର ଜାରି ରଖିଛି । ଜିପ୍ପୋ ବ୍ରାଣ୍ଡ ୧୯୩୨ ମସିହାରେ ସ୍ଥାପିତ ହୋଇ ଇତିମଧ୍ୟରେ ୫୫୦ ନିୟୁତରୁ ଅଧିକ ୱିଣ୍ଡ୍ ପ୍ରୁଫ୍ ଲାଇଟର୍ ନିର୍ମିତ କରିଛି । ଏହା ବୁଟେନ୍ କ୍ୟାଣ୍ଡେଲ୍ ଲାଇଟର, ମହିଳା ଓ ପୁରୁଷଙ୍କ ଉପଯୋଗୀ ଫ୍ରାଗ୍ରାନ୍ସ୍ ଉତ୍ପାଦ ସହିତ ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରିଥାଏ । ଜିପ୍ପୋ ବ୍ରାଡ୍ଫୋର୍ଡସ୍ଥିତ ୧୨୫ ବର୍ଷର କେସ୍ ଆଣ୍ଡ୍ ସନ୍ସ୍ କ୍ୟୁଟିଲାରୀ କମ୍ପାନୀ ସହିତ ମିଳିତ ହୋଇଛି । ଏହି କମ୍ପାନୀ ୨୦୧୪ରେ ଏହାର ୧୨୫ ବର୍ଷ ପୂର୍ତି ପାଳନ କରିଥିଲା ।


Share It

Comments are closed.