ଆସନ୍ତୁ ଜାଣିବା କିଛି ଟ୍ରେଣ୍ଡି ନେଲ ଷ୍ଟାଇଲ ସମ୍ପର୍କରେ


ଆଜି କାଲି ସମସ୍ତେ ଆଧୁନିକ ଟ୍ରେଣ୍ଡ ସହିତ ନଖର ବିଭିନ୍ନ ଡିଜାଇନ ପ୍ରତି ଧ୍ୟାନ ଦେଇଥାନ୍ତି । ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ଝିଅମାନେ ହୁଅନ୍ତୁ କି ମହିଳାମାନେ ନେଲରେ ବିଭିନ୍ନ ଡିଜାଇନ କରିବା ସହିତ ନୂତନ ପ୍ରକାରର ଆକାର କରିବାକୁ ପସନ୍ଦ କରିଥାନ୍ତି । ଯଦି ଆପଣ ନଖକୁ ସର୍ବଦା ଷ୍ଟାଇଲରେ ସଜାଇ ରଖିବାକୁ ଚାହୁଁଛନ୍ତି ତେବେ ଏହି କିଛି ଡିଜାଇନ ସମ୍ପର୍କରେ ଜାଣନ୍ତୁ ।

୧. ବର୍ଗାକାର ନଖ –

ଏହା ସବୁଠାରୁ ସହଜ ଏବଂ କ୍ସାସିକ ଫ୍ରେଞ୍ଚ ମାନିକ୍ୟୁର । ଏହି ଡିଜାଇନକୁ ଆପଣ ନିଜେ ଘରେ ବା ପର୍ଲରରେ ଯାଇ କରିପାରିବେ । ଏହି ନଖରେ ଆପଣ ଯେକୌଣସି ନେଲ ଆର୍ଟ କରିପାରିବେ । ବର୍ତ୍ତମାନ ନଖରେ କରୁଥିବା ଦୁଇ ପ୍ରକାରର ନେଲ କଲର ଡିଜାଇନ ଏହି ବର୍ଗାକାର ନଖରେ ଖୁବ ଭଲ ଲାଗିବ ।

୨. ଗୋଜିଆ ଡିଜାଇନ –

ଏହି ଡିଜାଇନଟି ଅନ୍ୟ ସମସ୍ତ ନେଲ ଡିଜାଇନ ଠାରୁ ଭିନ୍ନ । ଅଲଟ୍ରା ମର୍ଡନ ଝିଅମାନଙ୍କର ଏହି ଡିଜାଇନଟି ପ୍ରଥମ ପସନ୍ଦ । ଏହି ନେଲ ଡିଜାଇନର ଅଗ୍ରଭାଗ ଗୋଜିଆ ଏବଂ ଛୁରୀ ପରି ଧାରୁଆ ତେଣୁ ଏହାର ଅଗ୍ରଭାଗରେ ରିଙ୍ଗ କିମ୍ବା ପ୍ଲାଷ୍ଟିକର ଡିଜାଇନର ଉତ୍ପାଦ ଲାଗାଇପାରିବେ ।

୩. ଆଲମଣ୍ଡ ନେଲ –

ଆଲମଣ୍ଡ ନେଲ ଡିଜାଇନଟି ଆଂଶିକ ଭାବେ ଆଲମଣ୍ଡ ପରି ଦେଖାଯାଏ । ଏହାର ଅଗ୍ରଭାଗଟି ଗୋଲାକାର ଏବଂ ଏଥିରେ ଗାଢ ରଙ୍ଗର ମ୍ୟାଟ ନେଲପଲିସ ଖୁବ ଭଲ ମାନିଥାଏ । ଏହି ନଖ ଗୁଡିକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଆପଣ ବାଦାମୀ ରଙ୍ଗ, ମେରୁନ ରଙ୍ଗର ନେଲପଲିସ ସହିତ ବିଭିନ୍ନ ଇମୋଜିର ନେଲ ଆର୍ଟ କରିପାରିବେ । ଏହା କଲେଜ ଯାଉଥିବା ଏବଂ ଅଫିସ ଯାଉଥିବା ଯୁବତୀମାନଙ୍କ ହାତକୁ ଖୁବ ଆକର୍ଷଣୀୟ କରିବ ।

୪. ଗୋଲାକାର ନଖ –

ନଖର ଆକାର ଛୋଟ ହୋଇଥିଲେ ଏହା ଖୁବ ସୁନ୍ଦର ଲାଗିଥାଏ । ଛୋଟ ନଖ ରଖିବାକୁ ପସନ୍ଦ କରୁଥିବା ମହିଳାଙ୍କ ପାଇଁ ଏହି ଗୋଲାକାର ଡିଜାଇନ ଖୁବ ଭଲ । ଏଥିରେ ଯେକୌଣସି ରଙ୍ଗ ଭଲ ଲାଗିଥାଏ ଏବଂ ନେଲ ଆର୍ଟ ମଧ୍ୟ ଭଲ ଲାଗିଥାଏ । ଅଫିସ ଯାଉଥିବା ମହିଳାଙ୍କ ପାଇଁ ଏହି ଗୋଲାକାର ନଖ ଡିଜାଇନ ଖୁବ ଭଲ ।

୫. ଓଭାଲ ନେଲ –

ଏହା ଓଭାଲ ଆକାରର ତଥା ଏହାର ଅଗ୍ରଭାଗ ଓଭାଲ ଆକାରର ହୋଇଥାଏ । ଏହି ନେଲ ଡିଜାଇନରେ ଆପଣ ଦୁଇଟି ରଙ୍ଗର ଏକା ସଙ୍ଗରେ ଡିଜାଇନ କରି ଲଗାଇଲେ ଏହା ଖୁବ ଭଲ ଲାଗିବ । ଏହି ଡିଜାଇନ ସମସ୍ତଙ୍କ ହାତକୁ ଭଲ ଲାଗିଥାଏ । ଏହି ଡିଜାଇନ ଆପଣ ଘରେ ମଧ୍ୟ ନିଜେ କରିପାରିବେ ।


Share It

Comments are closed.