ତୃତୀୟ ଥର ବାପା ହେଲେ ୟୁଟ୍ୟୁବର୍ ଅରମାନ୍ ମଲ୍ଲିକ, ସେୟାର କଲେ ଫଟୋ


ଚର୍ଚ୍ଚିତ ୟୁଟ୍ୟୁବର୍ ଅରମାନ୍ ମଲ୍ଲିକଙ୍କୁ(Youtuber Arman Mallick) ବା କିଏ ବା ନ ଜାଣେ । ଦୁଇ ପତ୍ନୀଙ୍କ ପାଇଁ ବେଶ ଚର୍ଚ୍ଚାରେ ଥାଆନ୍ତି ଅରମାନ । ଏହି ଲୋକପ୍ରିୟ ୟୁଟ୍ୟୁବରଙ୍କର ଉଭୟ ପତ୍ନୀ କିର୍ତ୍ତିକା ମଲ୍ଲିକ (Kritika Malik) ଓ ପାୟଲ ମଲ୍ଲିକ (Payal Malik) ଗର୍ଭବତୀ ଥିଲେ । କିଛି ଦିନ Payal Malik twinsପୂର୍ବରୁ ଦ୍ୱିତୀୟ ପତ୍ନୀ କିର୍ତ୍ତିକା ମଲ୍ଲିକ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ତେବେ ପୁଣି ଥରେ ଅର୍ଥାତ୍ ୨୦ ଦିନ ପରେ ଆଉ ବାପା ହୋଇଛନ୍ତି ୟୁଟ୍ୟୁବର୍ । ପ୍ରଥମ ପତ୍ନୀ ପାୟଲ ମଲ୍ଲିକ ଯାଆଁଳା ସନ୍ତାନ ଜନ୍ମ ଦେଇଛନ୍ତି। ଅରମାନ ମଲ୍ଲିକ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି। ଏହି ଖବର ଜାଣିବା ପରେ ପ୍ରଶଂସକ ଉଭୟ ମା ଓ ଶିଶୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବର୍ତ୍ତମାନ ପ୍ରସିଦ୍ଧ ୟୁଟ୍ୟୁବର୍ ଅରମାନ୍ ମଲ୍ଲିକ ୪ଟି ସନ୍ତାନର ପିତା ହୋଇଛନ୍ତି ।

 

View this post on Instagram

 

A post shared by Armaan Malik (@armaan__malik9)

ସୂଚନା ଥାଉ କି, ଏହି ମାସରେ ୟୁଟ୍ୟୁବର୍ ଅରମାନ୍ ମଲ୍ଲିକଙ୍କ ଘରକୁ ତିନୋଟି ଛୋଟ ଅତିଥି ଆସିଛନ୍ତି । ଦ୍ୱିତୀୟ ପତ୍ନୀ କିର୍ତ୍ତିକା ମଲ୍ଲିକ ((Kritika Malik) ଚଳିତ ମାସ ୬ ତାରିଖରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଏହାର ଠିକ୍ ୨୦ ଦିନ ପରେ ପ୍ରଥମ ପତ୍ନୀ ପାୟଲ ମଲ୍ଲିକ (payal malik twins) ଯାଆଁଳା ଶିଶୁ ଜନ୍ମ ଦେଇଛନ୍ତି । ଆଜି, ୟୁଟ୍ୟୁବର୍ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଫଟୋ ସେୟାର କରି ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଛନ୍ତି । ଫଟୋରେ ଦେଖିବାକୁ ମିଳିଛି ଯେ, ପାୟଲ ହସ୍ପିଟାଲ ବେଡ଼ରେ ଶୋଇଥିବା ବେଳେ କିର୍ତ୍ତିକା ତାଙ୍କ ନିକଟରେ ବସିଛନ୍ତି । ପୁଅ ଚିକୁ ଓ ଅରମାନ ବେଡ଼ ନିକଟରେ ଠିଆ ହୋଇଛନ୍ତି । ଫଟୋରେ ସମସ୍ତ ବେଶ ଖୁସି ଥିବା ନେଇ ଜଣାପଡୁଛନ୍ତି । ଫଟୋ ସେୟାର କରି ଅରମାନ୍ କ୍ୟାପସନରେ ଲେଖିଛନ୍ତି କି, “ଶେଷରେ ପାୟଲ ମାଆ ହୋଇଛନ୍ତି, କିଛି ଅନୁମାନ କରିପାରୁଛନ୍ତି” । ଅରମାନ ଯାଆଁଳା ଶିଶୁଙ୍କ ଫଟୋ ସେୟାର କରିନାହାନ୍ତି । ପ୍ରଶଂସକମାନେ ଶିଶୁଙ୍କ ଫଟୋ ସେୟାର କରିବା ନେଇ କମେଣ୍ଟ କରିଛନ୍ତି । ନିକଟରେ ୟୁଟ୍ୟୁବର୍ ଦ୍ବିତୀୟ ସନ୍ତାନଙ୍କ (Kritika Malik baby) ଫଟୋ ସେୟାର କରିଥିଲେ । ବର୍ତ୍ତମାନ ପାୟଲଙ୍କ ଯାଆଁଳାଙ୍କ ଶିଶୁ ଚେହେରା ଦେଖିବାକୁ ଫ୍ୟାନ୍ସଙ୍କୁ ବେଶ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ପ୍ରକାଶ ଥାଉ କି, ଏହାପୂର୍ବରୁ ପାୟଲ ମଲ୍ଲିକ କହିଥିଲେ ଯେ, ତାଙ୍କର ଡେଲିଭରୀ ତାରିଖ ମେ ୧ ରହିଛି ଯାହାକୁ ସେ ବଢାଇ ୫ ମେ କରିବେ । କାରଣ ସେହି ଦିନ ତାଙ୍କ ବଡ଼ ପୁଅ ଚିରାୟୁଙ୍କ ଜନ୍ମଦିନ ଅଟେ। କିନ୍ତୁ ୯ ମାସରେ ହିଁ ୨ୟ ଥର ଲାଗି ମାଆ ହୋଇଛନ୍ତି ୟୁଟ୍ୟୁବରଙ୍କ ପତ୍ନୀ ।


Share It

Comments are closed.