୪୦ ବର୍ଷ ବୟସରେ ମଧ୍ୟ ଦେଖାଯିବେ ଯୁବା ! କେବଳ ଏହି ଉପାୟରେ ପିଇବାକୁ ପଡି଼ବ ପାଣି
ବୟସ ବଢିବା ସହିତ ତ୍ବଚାରେ ପରିବର୍ତ୍ତନ ଆସିଥାଏ। ୪୦ ବର୍ଷ ବୟସ ଭିତରେ ଧୀରେ ଧୀରେ ତ୍ବଚାର ଗ୍ଲୋ କମିବାକୁ ଲାଗିଥାଏ। ଯାହାକୁ ନେଇ ପ୍ରାୟତ ସମସ୍ତେ ଚିନ୍ତାରେ ପଡିଯାଆନ୍ତି। ତେବେ କିଛି ଲୋକ ୪୦ ବର୍ଷ ପରେ ମଧ୍ୟ ଯୁବା ରହିବାକୁ ଚାହାଁନ୍ତି। ସେ ନେଇ ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ କହିବୁ ଯାହାକି ଆପଣଙ୍କ ତ୍ବଚାକୁ ବିନା କୌଣସି ଖର୍ଚ୍ଚରେ ଗ୍ଲୋ କରାଇବା ସହ ଯୁବା ଦେଖାଯିବାରେ ସାହଯ୍ୟ କରିବ। ସୁସ୍ଥ ଆଉ ଫିଟ୍ ରହିବାକୁ ହେଲେ ପ୍ରଚୁର ପରିମାଣରେ ପାଣି ପିଇବା ନିହାତି ଆବଶ୍ୟକ। ଜଳ ବିନା ବଞ୍ଚିବା ଅତ୍ୟନ୍ତ କଷ୍ଟକର। ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଯଦି ଆପଣ ପ୍ରଚୁର ପରିମାଣରେ ପାଣି ପିଉଛନ୍ତି ଆପଣଙ୍କ ଯୁବାବସ୍ଥା ବଜାୟ ରହିବ। ଏଥିପାଇଁ ଆପଣଙ୍କୁ ୪ଟି ନିୟମ ମାନିବାକୁ ପଡିବ। ଆସନ୍ତୁ ଜାଣିବା ସେହି ୪ଟି ନିୟମ ବିଷୟରେ…
୧. ପ୍ରାୟତଃ ସମସ୍ତେ ଖାଇ ସାରିବା ପରେ ସଙ୍ଗେ ସଙ୍ଗେ ପାଣି ପିଇଥାନ୍ତି। ଏଭଳି ବଦଭ୍ୟାସ ଛାଡିବା ନିହାତି ଆବଶ୍ୟକ। ଖାଇବାର ସଙ୍ଗେ ସଙ୍ଗେ ପାଣି ପିଇବା ଦ୍ବାରା ଶରୀରରେ ଅନେକ ପ୍ରକାର ସମସ୍ୟା ଦେଖାଯାଇଥାଏ। ତେଣୁ ଖାଇବାର ଠିକ୍ ଅଧଘଣ୍ଟା ପରେ ପାଣି ପିଅନ୍ତୁ।
୨. ଆପଣ ଛିଡା ହୋଇ ପାଣି ପିଉଛନ୍ତି କି। ଏପରି କରିବା ଅନୁଚିତ୍। ଏହା ଶରୀର ପାଇଁ ହାନୀକାରକ ଅଟେ। ଖାଇବା ପରେ ଯଦି କିଛି ପିଇବାକୁ ଇଚ୍ଛା ହୁଏ ତେବେ ପାଣି ବଦଳରେ ଆପଣ ଉଷୁମ କ୍ଷୀର କିମ୍ବା ଲେମ୍ବୁ ପାଣି ପିଇପାରିବେ।
୩.ଖାଇ ସାରିବା ପରେ ଅତ୍ୟଧିକ ପାଣି ପିଅନ୍ତୁ ନାହିଁ। ଧୀରେ ଧୀରେ ବସି ପାଣି ପିଇବା ଶରୀର ପାଇଁ ଲାଭଦାୟକ ଅଟେ।
୪.ଗରମ ଦିନରେ ପ୍ରାୟତ ଲୋକମାନେ ଗରମରୁ ରକ୍ଷା ପାଇବା ପାଇଁ ଫ୍ରିଜରେ ଥିବା ଥଣ୍ଡା ଜଳ ପିଇଥାନ୍ତି। ଫ୍ରିଜରେ ଥିବା ଥଣ୍ଡା ପାଣି ସିଧାସଳଖ ଭାବେ ପିଇବା ଶରୀର ପ୍ରତି କ୍ଷତିକାରକ ଅଟେ। ଏପରି ଦେଖାଯାଏ ଯେ ଅତ୍ୟଧିକ ଶୋଷ ଲାଗୁଥିଲେ ଲୋକମାନେ ସିଧାଶଳଖ ଭାବେ ଫ୍ରିଜ୍ ପାଣି ପିଇଥାନ୍ତି। କିନ୍ତୁ ଏହା କରିବା ଆଦୌ ଉଚିତ୍ ନୁହେଁ। ଆପଣ ଯଦି ଥଣ୍ଡା ପା ଣି ପଇବାକୁ ଚାହୁଁଛନ୍ତି ତେବେ ଘରେ ମାଠିଆ ଆଣି ପାଣି ପିଇପାରିବେ। ସୁସ୍ଥ ଶରୀରର ପାଇଁ ଏହା ଅଧିକ ଲାଭଦାୟକ ଅଟେ।
Comments are closed.