ସାଓମି ପକ୍ଷରୁ ଏହାର ନୂତନ ଉପବ୍ରାଣ୍ଡ ପୋକୋର ଶୁଭାରମ୍ଭ


ଗ୍ଲୋବାଲ ଟେକ୍ନୋଲୋଜିରେ ଅଗ୍ରଣୀ ସାଓମି ପକ୍ଷରୁ ପ୍ରକୃତରେ ଆବଶ୍ୟକ କରୁଥିବା ଶ୍ରେଷ୍ଠ ପ୍ରଦର୍ଶନ ପ୍ରଦାନ ପାଇଁ ଏକ ନୂତନ ଉପ ବ୍ରାଣ୍ଡ, ପୋକୋର ଶୁଭାରମ୍ଭ କରାଯାଇଛି । ସାଓମିରେ ଉଚ୍ଚ-ଅନୁଭୂତି ପ୍ରାପ୍ତ ସଦସ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ପୋକୋ ସ୍ମାର୍ଟଫୋନ ଅନୁଭୂତିକୁ ପୁନଃସ୍ଥାପନ କରିବା ସହିତ ଅସୁବିଧା ମୁକ୍ତ ପ୍ରଦର୍ଶନ ପ୍ରଦାନ କରିଥାଏ । ଏହି ପ୍ରଥମ ସ୍ମାର୍ଟଫୋନ୍ ପୋକୋ ଏଫ୧ର ଶୁଭାରମ୍ଭରେ ବ୍ରାଣ୍ଡର ଲକ୍ଷ୍ୟ ଆବଦ୍ଧ ହୋଇଛି ଯାହା ଅନ୍ୟ ଠାରୁ ଭିନ୍ନ ଅବିଶ୍ୱସନୀୟ ଫ୍ଲୁଇଡ ଏବଂ ଶକ୍ତିଶାଳୀ ଅନୁଭୂତି ପ୍ରଦାନ କରିଥାଏ । ଏଥିରେ କ୍ୱାଲକମ ସ୍ନାପଡ୍ରାଗନ ୮୪୫ ପ୍ଲାଟଫର୍ମ, ଉଦ୍ୟୋଗର ଲିକ୍ୟୁଇଡ୍ କୁଲ ପ୍ରଯୁକ୍ତିବିଦ୍ୟା ସିଷ୍ଟମ, ୮ଜିବି ପର୍ଯ୍ୟନ୍ତ ରାମ ଏବଂ ୨୫୬ଜିବି ୟୁଏଫଏସ ୨.୧ ଷ୍ଟୋରେଜ ଏବଂ ଲମ୍ବାଅବଧି ତଥା ୪୦୦୦ ଏମଏଏଚ ବ୍ୟାଟେରୀ ଲାଇଫର ବୈ÷ଶିଷ୍ଟ୍ୟ ରହିଛି । ଏହି ନୂତନ ପୱାରହାଉସ ଅପରିହାର୍ଯ୍ୟ ପ୍ରାଇସ ଟ୍ୟାଗ ସହିତ ଏହି ଆକର୍ଷଣୀୟ ଉତ୍ପାଦକୁ ସମସ୍ତଙ୍କ ପାଇଁ ଉପଲବ୍ଧ କରାଇବା ସାଓମି ଲକ୍ଷ୍ୟ । ଏହା ଭାରତରେ ତଥା ସମଗ୍ର ବିଶ୍ୱରେ ୨୯ ଅଗଷ୍ଟ ଠାରୁ ମାତ୍ର ୨୦,୯୯୯/- ଟଙ୍କାରେ ଉପଲବ୍ଧ ହେବାକୁ ଯାଉଛି ।

ଏହି ପରିପ୍ରେକ୍ଷୀରେ ପୋକୋ ଗ୍ଲୋବାଲର ଉତ୍ପାଦ ମୁଖ୍ୟ, ଜୟ ମାନି କହିଛନ୍ତିଯେ, “ପୋକୋ କ୍ଷୁଦ୍ର ପାଇଁ ଦଣ୍ଡାୟମାନ-ଆମ୍ଭେମାନେ କ୍ଷୁଦ୍ରରୁ ଆରମ୍ଭ କରି ବୃହତର ସ୍ୱପ୍ନ ଦେଖୁଛୁ । ସାଓମିର ଏକ କ୍ଷୁଦ୍ର ଆଉଟଫିଟଭାବେ, ପୋକୋ ଉତ୍ପାଦ ଚୟନ ଏବଂ ପ୍ରଯୁକ୍ତିବିଦ୍ୟାରେ ସ୍କ୍ରାଚରୁ ପ୍ରାରମ୍ଭ କରି ଜିରୋଇଙ୍ଗ ପର୍ଯ୍ୟନ୍ତ ଅଫର ପ୍ରଦାନ କରିଥାଏ । ତେଣୁ ଆମ୍ଭେମାନେ ଏପରି ସ୍ମାର୍ଟଫୋନ ପ୍ରସ୍ତୁତ କରୁଛୁ ଯାହା ବାସ୍ତବରେ ଆବଶ୍ୟକ କରୁଥିବା ଅବିଶ୍ୱସନୀୟ ପ୍ରଦର୍ଶନ ପାଇଁ ଏହାର ପ୍ରକୃତ ନବିକରଣ ଉପରେ ଲକ୍ଷ୍ୟ ପ୍ରଦାନ କରାଯାଇଛି ଯାହା ଆମ୍ଭେମାନେ ପ୍ରଯୁକ୍ତିଭିତ୍ତିକ ଅନୁସରଣ ଉପରେ ବିଶ୍ୱାସ କରିଥାଉ ।”
ପାୱାର ବ୍ୟବହାରକାରୀଙ୍କ ପାଇଁ ପୋକୋ ଏଫ୧ ଏକ ସ୍ୱପ୍ନର ସାକାର ହୋଇପାରିବ ଯେଉଁମାନେ ଫୋନ ଅଧିକ ଗରମ ହେଉଥିବାରୁ ବିନା ଚିନ୍ତାରେ ଏହାର ଅନ୍ତର୍ନିହିତ ଆପଲିକେସନକୁ ଏବଂ ଉଚ୍ଚ ଫ୍ରେମ ହାରରେ ଗେମିଙ୍ଗ ଉପଭୋଗ କରିବାକୁ ଚାହୁଁଛନ୍ତି । ଶକ୍ତିଶାଳୀ କ୍ୱାଲକମ ସ୍ନାପଡ୍ରାଗନ ୮୪୫ ଏସଓସି ସହିତ ଶକ୍ତିଶାଳୀ ହୋଇଥିବା ଏହି ଯୋଡିକୁ ଧନ୍ୟବାଦ ଏବଂ ଏହାର ଉଚ୍ଚ ଦକ୍ଷତାଯୁକ୍ତ ଲିକ୍ୟୁଇଡ କୁଲ କୌଶଳ ସିଷ୍ଟମ ସମ୍ପ୍ରସାରିତ ସମୟ ପାଇଁ ସ୍ଥାୟୀ ପିକ ପ୍ରଦର୍ଶନ କରିଥାଏ । ଏହାର ଆଭ୍ୟନ୍ତରୀଣ ଟେଷ୍ଟିଙ୍ଗ ପ୍ରଦର୍ଶନ କରିଥାଏଯେ ଏହି ସିଷ୍ଟମଟି କନଭେନସାଲ, ନନ-ଲିକ୍ୟୁଇଡ କୁଲିଙ୍ଗ ସମାଧାନଠାରୁ ୩୦୦ ପ୍ରତିଶତ ଅଧିକ ପ୍ରଭାବଶାଳୀ ଯାହା ସିପିୟୁରୁ ଗ୍ରହଣ କରୁଥିବା ଉତ୍ତାପକୁ ଶୀଘ୍ର ଦୂର କରିଥାଏ । ଆହୁରି ମଧ୍ୟ, ପୋକୋ ଏଫ୧ର ୪୦୦୦ଏମଏଏଚ ବ୍ୟାଟେରୀ ଆପଣଙ୍କୁ ୮ଘଣ୍ଟାର ନନ-ଷ୍ଟପ ଗେମିଙ୍ଗ ସୁବିଧା ପ୍ରଦାନ କରିଥାଏ । ୮ଜିବି ଏଲପିଡିଡିଆର୪ଏକ୍ସଡି ରାମ ଏବଂ ସୁପର ଫାଷ୍ଟ ୨୫୬ଜିବି ୟୁଏଫଏସ ୨.୧ ଷ୍ଟୋରେଜ ସହିତ ପ୍ରସ୍ତୁତ ପୋକୋ ଏଫ୧ ସହଜରେ ଏଏନଟୁଟୁ ସ୍କୋର ଗ୍ରହଣ କରିଥାଏ ଯାହା ୨୯୦,୦୦୦ର ସମ୍ପ୍ରସାରଣ କରିଥାଏ ।

ପୋକୋ ଏଫ୧ରେ ଉଭୟ ୧୨ଏମପି ସୋନି ଆଇଏମଏକ୍ସ୩୬୩ ପ୍ରାଇମେରି ସେନସର ଏଏଲ ଡୁଆଲ କ୍ୟାମେରା ସହିତ ଡୁଆଲ ପିକ୍ସେଲ ଅଟୋଫୋକସ ନିମ୍ନମାନର ଆଲୋକ ଏବଂ ବ୍ଲାକଲିଟ ସିନାରିଓରେ ମଧ୍ୟ ଆକର୍ଷଣୀୟ ଇମେଜ ପ୍ରଦାନ କରିଥାଏ । ପୋକୋ ଏଫ୧ର ସମ୍ମୁଖ ଭାଗରେ ୨୦ଏମପିର ସେନସର ବୈଶିଷ୍ଟ୍ୟର ସୁପର ପିକ୍ସେଲ ପ୍ରଯୁକ୍ତିବିଦ୍ୟା ରହିଛି ଯାହା ନିମ୍ନ ଶବ୍ଦରେ ସ୍ୱଚ୍ଛ ଇମେଜ ପ୍ରଦାନ ପାଇଁ ୪ଟି ପିକ୍ସେଲକୁ ଏକତ୍ର କରି ୧.୮ ମିୟୁର ପିକ୍ସେଲ ସୃଷ୍ଟି କରିଥାଏ । ଉଭୟ ପଶ୍ଚାତ ଏବଂ ସମ୍ମୁଖ କ୍ୟାମେରା ଏଆଇ ବୈଶିଷ୍ଟ୍ୟ ଦ୍ୱାରା ସମର୍ଥନପ୍ରାପ୍ତ ଯେପରିକି ଏଆଇ ପୋର୍ଟରେଟ, ଏଆଇ ବ୍ୟୁଟିଫାଏ ଏବଂ ଏଆଇ ସିନ ଡିଟେକସନ । ପୋକୋ ଏଫ୧ ଇନଫ୍ରାରେଡ ଇଲ୍ୟୁମିନିନେଟର ଏବଂ ସମ୍ମୁଖରେ ଇନଫ୍ରାରେଡ କ୍ୟାମେରା ସହିତ ଏଆଇ ଫେସ ଅନଲକ୍ ବୈଶିଷ୍ଟ୍ୟ ସହିତ ପିଚ-ଡାର୍କ ପରିସ୍ଥିତି ସହିତ ବ୍ରାଇଟ ଡେଲାଇଟରେ ଅନଲକର ସୁବିଧା ପ୍ରଦାନ କରିଥାଏ ।

ଶ୍ରେଷ୍ଠ ପ୍ରଦର୍ଶନ ତଥା ହାଲକା, ତୀବ୍ର ଏବଂ ମସୃଣ ଅନୁଭୂତି ପ୍ରଦାନ ପାଇଁ ପୋକୋ ଏଫ୧ରେ ଏମଆଇୟୁଆଇର ସ୍ଥାପନା କରାଯାଇଛି । ଟର୍ବୋ ଚାର୍ଜଡ ଇଞ୍ଜିନ ନାମକ ଏକ ସିଷ୍ଟମ ଅପ୍ଟିମାଇଜେସନ ବୈଶିଷ୍ଟ୍ୟର ଶୁଭାରମ୍ଭ କରାଯାଇଛି ଯାହା ଦ୍ୱାରା ପୋକୋ ଏଫ୧ ତୀବ୍ର ଆପ ଷ୍ଟାର୍ଟଅପ, ତୀବ୍ର ଗେମିଙ୍ଗ ପ୍ରଦର୍ଶନ ସହିତ ସ୍କ୍ରିନ ଦାୟିତ୍ୱବୋଧ ଏବଂ ଆନିମେସନ ଫ୍ରେମ ହାର ବୃଦ୍ଧି ପାଇଁ ତୀବ୍ର ସ୍ୱିପିଙ୍ଗ ଅନୁଭୂତି ପ୍ରଦାନ କରୁଛି । ନୂତନ ପୋକୋ ଶୁଭାରମ୍ଭ ସହିତ ପୋକୋ ଏଫ୧ ଏକ ଆପ ଡ୍ରୟର ସହିତ ପ୍ରସ୍ତୁତ ଯାହା ସ୍ୱୟଂଚାଳିତଭାବେ ଆପ ଗୁଡିକୁ ଭିନ୍ନ ବିଭାଗ କରିବା ସହିତ ବ୍ୟବହାରକାରୀଙ୍କୁ ସହଜରେ ଆପ ଖୋଜିବାରେ ସାହାଯ୍ୟ କରିଥାଏ । ଭାରତରେ,ଏମଆଇୟୁଆଇ ପାଇଁ ପୋକୋ ଟ୍ୟାକ୍ସି, ମ୍ୟୁଜିକ ଏବଂ ଭିଡିଓ ଷ୍ଟ୍ରିମିଙ୍ଗ ସେବା ସହିତ ବ୍ୟବହାରକାରୀଙ୍କୁ ଭିନ୍ନ ଅନୁଭୂତି ପ୍ରଦାନ ପାଇଁ ପ୍ରସ୍ତୁତ । ଆଣ୍ଡ୍ରଏଡ ୮.୧ ଓରିଓ ଉପରେ ଆଧାରିତ ପୋକୋ ଏମଆଇୟୁଆଇରେ ନିଶ୍ଚିନ୍ତ ସୁରକ୍ଷା ସହିତ ଗୁଗଲର ଅପଡେଟ ମଧ୍ୟ ରହିଛି । ଏହା ମଧ୍ୟ ନିକଟ ଭବିଷ୍ୟତରେ ଆଣ୍ଡ୍ରଏଡ ପିର ଅପଡେଟ ଗ୍ରହଣ କରିବ ।

ପୋକୋ ଏଫ୧ ପଲିକାର୍ବୋନେଟ ବ୍ୟାକରେ ଗ୍ରାଫାଇଟ ବ୍ଲାକ, ଷ୍ଟିଲ ବ୍ଲୁ ଏବଂ ରୋଜୋ ରେଡରେ ଉପଲବ୍ଧ । ପୋକୋ ଏଫ୧ ଯଥାକ୍ରମେ ୬ଜିବି+୬୪ଜିବି, ୬ଜିବି+୧୨୮ ଜିବି ଏବଂ ୮ଜିବି+୨୫୬ଜିବି ପାଇଁ ଟ. ୨୦,୯୯୯, ଟ.୨୩,୯୯୯ ଏବଂ ୨୮,୯୯୯ରେ ଉପଲବ୍ଧ ହେବ । ଏହାର ସଂସ୍କରଣ ସିଙ୍ଗିଲ୍ ୮ଜିବି ୨୫୬ ଜିବି କନଫିଗ୍ୟୁରେସନର ମୂଲ୍ୟ ଟ.୨୯,୯୯୯ ରହିଛି । ପୋକୋ ଏଫ୧ ୨୯ଅଗଷ୍ଟ ୨୦୧୮, ଅପରହ୍ନ ୧୨ଠାରୁ ଏମଆଇ.କମ ଏବଂ ଫ୍ଲିଫକାର୍ଟରେ ଉପଲବ୍ଧ ହେବ । ପୋକୋ ଏଫ୧ର ପ୍ରଥମ ବିକ୍ରିର ଅଫର ଏଚଡିଏଫସି ବ୍ୟାଙ୍କରେ ପ୍ରଦାନ କରାଯାଉଛି ଯାହା ଏଚଡିଏଫସି କ୍ରେଡିଟ ଏବଂ ଡେବିଟ କାର୍ଡ ଧାରୀଙ୍କୁ ଟ.୧,୦୦୦ର ତୁରନ୍ତ କ୍ୟାସବ୍ୟାକ ଅଫର ପ୍ରଦାନ କରିବ । ପ୍ରାରମ୍ଭିକଭାବେ ପୋକୋ ଏଫ୧ର ମୂଲ୍ୟ ଯଥାକ୍ରମେ ୬ଜିବି+୧୨୮ ଜିବି ଏବଂ ୮ଜିବି+୨୫୬ଜିବି ପାଇଁ ଟ.୧୯,୯୯୯, ଟ. ୨୯,୯୯୯ ଏବଂ ଟ.୨୭,୯୯୯ ମୂଲ୍ୟରେ ଏବଂ ଆତ୍ମସୁରକ୍ଷା ସଂସ୍କରଣର ପ୍ରଥମ ବିକ୍ରି ଟ.୨୮,୯୯୯ରେ ଆରମ୍ଭ ହେବ । ଏହି ପୋକୋ ଏଫ୧ ଟ.୨୦,୦୦୦ଟଙ୍କାରେ କ୍ୱାଲକମ ସ୍ନାପଡ୍ରାଗନ ୮୪୫ ସହିତ ଉପଲବ୍ଧ ହେଉଥିବା ବିଶ୍ୱର କେବଳ ଗୋଟିଏ ସ୍ମାର୍ଟଫୋନ । ପୋକୋ ଏଫ୧ ଜିଓ ଅଫର ସହିତ ଟ.୮୦୦୦ ମୂଲ୍ୟର ସୁବିଧା ସହିତ ୬ଟିବିର ଉଚ୍ଚ ସ୍ପିଡ ଡାଟା ସହିତ ଉପଲବ୍ଧ ।


Share It

Comments are closed.