ଭାରତରେ ରେଡ଼ମି ୬, ରେଡ଼ମି ୬ଏ ଓ ରେଡ଼ମି ୬ ପ୍ରୋର ଶୁଭାରମ୍ଭ


ଭାରତର ୧ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ ସାଓମି ପକ୍ଷରୁ ଭାରତରେ ରେଡ଼ମି ୬, ରେଡ଼ମି ୬ଏ ଓ ରେଡ଼ମି ୬ ପ୍ରୋର ଶୁଭାରମ୍ଭ କରାଯାଇଛି । ରେଡ଼ମି ୬ ପ୍ରୋ ଏଆଇ ଡୁଆଲ କ୍ୟାମେରା ଓ ଦୁଇ ଦିନର ବ୍ୟାଟେରୀ କାଳର ବୈଶିଷ୍ଟ୍ୟତା ପ୍ରଦାନ କରୁଛି ଏବଂ ରେଡ଼ମି ୬, ରେଡ଼ମି ୬ଏ ଯଥାକ୍ରମେ ହେଲିଓ ପି୨୨ ଓ ହେଲିଓ ଏ୨୨ ବୈଶିଷ୍ଟ୍ୟ ପ୍ରଦାନ କରୁଛନ୍ତି ।
ରେଡ଼ମି ୬ରେ ରହିଛି ୧୪୪୦ ଙ୍ଘ ୭୨୦ ପିକ୍ସେଲ୍ ରିଜୋଲ୍ୟୁସନ୍ ସହିତ ୫.୪୫ ଇଞ୍ଚ ଓ ୧୮:୯ର ଫୁଲ୍ ସ୍କ୍ରିନ୍ ଡିସ୍ପ୍ଲେ । ଏଥିରେ ରହିଛି ୧୨ଏମ୍ପି+ ୫ଏମ୍ପିର ଡୁଆଲ୍ ରିୟର କ୍ୟାମେରା । ଏହାର ୩ଜିବି+୩୨ଜିବି ଭ୍ୟାରିଆଣ୍ଟର ମୂଲ୍ୟ ୭,୯୯୯ଟଙ୍କା ରହିଥିବାବେଳେ ୩ଜିବି+୬୪ଜିବି ଭ୍ୟାରିଆଣ୍ଟର ମୂଲ୍ୟ ୯,୪୯୯ ଟଙ୍କା ରହିଛି, ଯାହାର ପ୍ରାରମ୍ଭିକ ମୂଲ୍ୟ ଦୁଇ ମାସ ପାଇଁ ଏପରି ରହିଛି । ରେଡ଼ମି ୬ ଏମ୍ଆଇ.କମ୍ ଓ ଫ୍ଲିପ୍କାର୍ଟ.କମ୍ରେ ୧୦ସେପ୍ଟେମ୍ବର, ୨୦୧୮ ମଧ୍ୟାହ୍ନ ୧୨ଟାରୁ ବିକ୍ରି ହେବାକୁ ଯାଉଛି । ରେଡ଼ମି ୬ଏ ୨ଜିବି+୧୬ଜିବି ଭ୍ୟାରିଆଣ୍ଟର ମୂଲ୍ୟ ୫,୯୯୯ଟଙ୍କା ରହିଥିବାବେଳେ ଏହାର ୨ଜିବି+୩୨ଜିବି ଭ୍ୟାରିଆଣ୍ଟର ମୂଲ୍ୟ ୬,୯୯୯ ଟଙ୍କା ରହିଛି । ସେହିପରି ରେଡ଼ମି ୬ ପ୍ରୋରେ ରହିଛି ୧୨ଏମପି+ ୫ଏମପିର ଡୁଆଲ୍ ରିୟର କ୍ୟାମେରା, ଯାହା ବିଶାଳ ୧.୨୫ମ୍ୟୁଏମ୍ ପିକ୍ସେଲ୍୍ସ ସାଇଜ୍ର ଆକର୍ଷଣୀୟ ଫଟୋ ପ୍ରଦାନ କରିଥାଏ । ଏହାର ୩ଜିବି+୩୨ଜିବି ଭ୍ୟାରିଆଣ୍ଟର ମୂଲ୍ୟ ୧୦,୯୯୯ଟଙ୍କା ରହିଥିବାବେଳେ ୪ଜିବି+୬୪ଜିବି ଭ୍ୟାରିଆଣ୍ଟର ମୂଲ୍ୟ ୧୨,୯୯୯ ଟଙ୍କା ରହିଛି । ରେଡ଼ମି ୬ ଓ ୬ ପ୍ରୋ ଏଚ୍ଡିଏଫ୍ସି ବ୍ୟାଙ୍କରେ ଏହାର ପ୍ôରଥମ ସେଲ୍ ଅଫର୍ ଆରମ୍ଭ କରୁଛନ୍ତି, ଯାହା ଏଚ୍ଡିଏଫ୍ସି ବ୍ୟାଙ୍କ କ୍ରେଡିଟ୍ ଓ ଡେବିଟ୍ କାର୍ଡଧାରୀଙ୍କୁ ୫୦୦ଟଙ୍କାର କ୍ୟାସବ୍ୟାକ୍ ଅଫର୍ ପ୍ରଦାନ କରୁଛନ୍ତି ।
ରଘୁ ରେଡ୍ଡି, କାଟଗୋରୀ ଓ ଅନଲାଇନ୍ ସେଲ୍ ମୂଖ୍ୟ, ସାଓମି ଇଣ୍ଡିଆ ପ୍ରକାଶ କରିଛନ୍ତି ଯେ, “ସାଓମିରେ ଆମେ ସବୁବେଳେ ଆମର ସୀମାର ଉଦ୍ଧ୍ୱର୍କୁ ଯାଇ ଉନ୍ନତି ଆଣିବାକୁ ଚେଷ୍ଟା କରିଥାଉ ଏବଂ ସୁଲଭ ମୂଲ୍ୟରେ ଆମେ ଆମର ସମସ୍ତ ଗ୍ରହକଙ୍କୁ ଉଚ୍ଚ ସ୍ତରର ଆବିଷ୍କାର ପ୍ରଦାନ କରିଥାଉ । ବଜାରକୁ ରେଡ଼ମି ୬, ରେଡ଼ମି ୬ଏ ଓ ରେଡ଼ମି ୬ ପ୍ରୋ ଆଣି ଆମେ ଖୁବ୍ ଗର୍ବିତ, ଯାହା ଆମର ବାସ୍ତବ ଦର୍ଶନକୁ ଉପସ୍ଥାପନା କରୁଛି ।”

 


Share It

Comments are closed.