ଭାରତରେ ଲେକ୍ସସ ଇଏସ୩୦୦ଏଚର ଶୁଭାରମ୍ଭ


ଲେକ୍ସସ ଇଣ୍ଡିଆ ପକ୍ଷରୁ ଅଲ ନିୟୁ ହାଇବ୍ରିଡ ଇଲେକଟ୍ରିକ ସେଦାନ ସହିତ ଦେଶରେ ଇଏସ ୩୦୦ଏଚର ଶୁଭାରମ୍ଭ କରାଯାଇଛି । ସମ୍ପୂର୍ଣ୍ଣ ନୂତନ ବିଶ୍ୱସ୍ତରୀୟ କଳାକୌଶଳ –କେ (ଜିଏ-କେ)ପ୍ଲାଟଫର୍ମ ସହିତ ପ୍ରସ୍ତୁତ ଏହି ଇଏସ ୩୦୦ଏଚ, ୨.୫ ଲିଟର, ନୂତନ ୪ଟି ସିଲିଣ୍ଡର ପେଟ୍ରୋଲ ଇଞ୍ଜିନ ଏବଂ ଚତୁର୍ଥ-ପିଢିର ହାଇବ୍ରିଡ ଡ୍ରାଇଭ ସିଷ୍ଟମ ସହିତ ପ୍ରସ୍ତୁତ । ଲେକ୍ସସ ଇଏସ ୩୦୦ଏଚ ସମ୍ପୁର୍ଣ୍ଣ ଭାରତର ଏକ୍ସ-ସୋରୁମରେ ମାତ୍ର ୫୯,୧୩,୦୦୦ ଟଙ୍କା ମୂଲ୍ୟରେ ଉପଲବ୍ଧ । ଅଧିକ ତଥ୍ୟ ପାଇଁ www.lexusindia.co.in ୱେବସାଇଟରେ ଲଗ ଇନ କରନ୍ତୁ ।
ଏହି ପରିପ୍ରେକ୍ଷୀରେ ଲେକ୍ସସ ଇଣ୍ଡିଆର ଅଧ୍ୟକ୍ଷ, ଏନ. ରାଜା କହିଛନ୍ତି ଯେ, “ଭାରତରେ ଏହିପରି ବିଶ୍ୱସ୍ତରୀୟ ନୂତନ ଇଏସର ଶୁଭାରମ୍ଭ କରିଥିବାରୁ ଆମ୍ଭେମାନେ ଖୁବ ଉତ୍ସାହିତ । ଉକ୍ତ ଇଏସ ବିଳାସ ଏବଂ ପରିଶୋଧନ ପ୍ରଦାନ କରୁଛି ଯାହା ଦେଖିବାକୁ ଖୁବ ଆକର୍ଷଣୀୟ ଏବଂ ଆରାମଦାୟକ । ଏହା ଗ୍ରାହକ ମାନଙ୍କୁ ଆକର୍ଷିତ କରିପାରିବବୋଲି ଆମ୍ଭେମାନଙ୍କର ବିଶ୍ୱାସ ରହିଛି ।”
ଏହି ସମ୍ବନ୍ଧରେ ଲେକ୍ସସ ଇଣ୍ଡିଆର ସଭାପତି, ପି.ବି ଭେନ୍ନୁଗୋପାଳ କହିଛନ୍ତି ଯେ, “ଉକ୍ତ ନୂତନ ଇଏସ ୩୦୦ଏଚରେ ଶ୍ରେଷ୍ଠ ସ୍ତରର ନିର୍ମାଣ, ଡିଜାଇନ ଏବଂ ନବିକରଣ ରହିଛି ଯାହା ଏହାର ଗତିଶୀଳ ପ୍ରଦର୍ଶନ ସହିତ ଏହାର ପରିଚାଳକ ସେଦାନକୁ ପୁନଃସ୍ଥାପନ କରିବା ପାଇଁ ପ୍ରସ୍ତୁତ । ଏହା ସୂକ୍ଷ୍ମକଳା ପସନ୍ଦ କରୁଥିବା ବ୍ୟକ୍ତିଙ୍କ ପାଇଁ ନିର୍ମାଣ କରାଯାଇଥିବାବେଳେ ପ୍ରତ୍ୟେକ ଯାତ୍ରୀଙ୍କୁ ଲେକ୍ସସ ଲକ୍ସୁରୀରର ହଲମାର୍କ ଏବଂ ସ୍ୱତନ୍ତ୍ର ଅନୁଭୂତି ପ୍ରଦାନ ପାଇଁ ଡିଜାଇନ କରାଯାଇଛି ।”


Share It

Comments are closed.