ସ୍ମାର୍ଟଫୋନ୍ ଯନ୍ତ୍ରାଂଶ ଉତ୍ପାଦନ ନିମନ୍ତେ ହୋଲିଟେକ୍ ଜ୍ଞାନକୌଶଳ ଆଣୁଛି ସାଓମି


ଭାରତର ଅଗ୍ରଣୀ ସ୍ମାର୍ଟଫୋନ୍ ବ୍ରାଣ୍ଡ ସାଓମି ଭାରତକୁ ସ୍ମାର୍ଟଫୋନ୍ ଯନ୍ତ୍ରାଂଶ ଉତ୍ପାଦନ ନିମନ୍ତେ ହୋଲିଟେକ୍ ଜ୍ଞାନକୌଶଳ ଆଣୁଛି । ଏହି ହୋଲିଟେକ୍ ଜ୍ଞାନକୌଶଳକୁ ନେଇ ଆନ୍ଧ୍ରପ୍ରଦେଶ ସହିତ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି ଏବଂ ସାଓମି ପାଇଁ ସ୍ଥାନୀୟ ଉତ୍ପାଦନ କେନ୍ଦ୍ର ତିରୂପତିଠାରେ ଆରମ୍ଭ ହେବାକୁ ଯାଉଛି ।
ଉକ୍ତ ଜ୍ଞାନକୌଶଳ ଦେଶରେ ତିନି ବର୍ଷରୁ ଉଦ୍ଧ୍ୱର୍ ସମୟ ପାଇଁ ପାଖପାଖି ୨୦କୋଟି ୟୁଏସ୍ ଡଲାର ନିବେଶ କରୁଛି, ଯାହା ୨୦୧୯ ପ୍ରଥମ ତ୍ରୈମାସିକ ସୁଦ୍ଧା ଆରମ୍ଭ ହେବାକୁ ଯାଉଛି ଓ ତିନି ବର୍ଷ ମଧ୍ୟରେ ଏହା ୬୦୦୦ କର୍ମଚାରୀଙ୍କୁ କର୍ମ ନିଯୁକ୍ତି ପ୍ରଦାନ କରିବା ନିମନ୍ତେ ଲକ୍ଷ୍ୟ ରଖିଛି । ଏହି ଯନ୍ତ୍ରାଂଶ ଉତ୍ପାଦନ ପ୍ଲାଣ୍ଟ ତିରୂପତି ସହରର ୭୫ ଏକର ପରିବେଷ୍ଟିତ ଜମିରେ ନିର୍ମାଣ ହେଉଛି ଓ ଏହା ବାର୍ଷିକ ପାଖାପାଖି ୫ କୋଟି ପ୍ରତ୍ୟେକ ଯନ୍ତ୍ରାଂଶ ନିର୍ମାଣ କରିବାରେ ସକ୍ଷମ ରଖୁଛି । ଏଠାରେ ଏକ ବିଶାଳ ସ୍ଥାନଯୁକ୍ତ ଏକ କକ୍ଷ ରହିଛି, ଯାହା ଦୂଷିତ କରିବା ପ୍ରକ୍ରିୟାକୁ ହ୍ରାସ କରିବା ସହ ଅନ୍ୟାନ୍ୟ ପାରିପାଶ୍ୱିର୍କ ସ୍ଥିତି, ଯଥା- ତାପମାତ୍ରା, ସାନ୍ଦ୍ରତା ଓ ଚାପ ଆଦିକୁ ନିୟନ୍ତ୍ରଣ କରିବାରେ ସକ୍ଷମ ।

ଏହି ଅବସରରେ ଶ୍ର୍ରୀଯୁକ୍ତ ନାରା ଲୋକେଶ, ବୈଷୟିକ ଜ୍ଞାନକୌଶଳ ମନ୍ତ୍ରଣାଳୟ ପ୍ରକାଶ କରିଛନ୍ତି ଯେ, “ଆନ୍ଧ୍ରପ୍ରଦେଶ ଦେଶର ପ୍ରମୂଖ ରାଜ୍ୟମାନଙ୍କ ମଧ୍ୟରୁ ଗୋଟିଏ । ଏହି ରାଜ୍ୟର ଏକ ସଦ୍ୟ ଔଦୋଗିକ ମନୋବଳ ରହିଛି, ଯାହା ଫଳରେ ଏହା ସମାନ କଥା ଚିନ୍ତା କରୁଥିବା କମ୍ପାନୀମାନଙ୍କୁ ଆକର୍ଷିତ କରୁଛି ।” ଏହି ପରିପ୍ରେକ୍ଷିରେ ମନୁ ଜୈନ, ପରିଚାଳନା ନିର୍ଦ୍ଦେଶକ, ସାଉମି ଇଣ୍ଡିଆ, କହିଛନ୍ତି ଯେ, “ସାଓମି ଦେଶର ବିକାଶର ସାକ୍ଷ୍ୟ ଭାବେ ରହିଛି ଏବଂ ଆମେ ଦୃଢ଼ କରୁଛୁ ଯେ, ହୋଲିଟଏକ୍ର ଯୋଜନାଗୁଡ଼ିକ ଭାରତରେ ଇଲେକ୍ଟ୍ରୋନିକ୍ ମାନୁଫ୍ୟାକ୍ଚରିଂ କ୍ଷେତ୍ରରେ ଏକ ନୂତନ ଗତି ଆଣିବ ।” ଫ୍ଲେମ୍ ଚେନ୍, ଉପ-ପ୍ରତିଷ୍ଠାତା ତଥା ମୂଖ୍ୟ କାର୍ଯୟନିର୍ବାହୀ ଅଧିକାରୀ, ହୋଲିଟେକ୍ ଟେକ୍ନୋଲୋଜି ମତ ପ୍ରକାଶ କରିଛନ୍ତି ଯେ, “ସାଓମି ଲୋକାଲ୍ ମାନୁଫ୍ୟାକ୍ଚରିଂକୁ ପ୍ରଚାର କରିବା ନିମନ୍ତେ ନେଉଥିବା ପଦକ୍ଷେପ ଆମକୁ ଯନ୍ତ୍ରାଂଶ ଉତ୍ପାଦନକୁ ବିସ୍ତୃତ କରିବା ନିମନ୍ତେ ସାହାଯ୍ୟ କରୁଛି । ଆମେ ବିଶ୍ୱାସ ରଖିଛୁ ଯେ, ଭାରତରେ ସାଓମି ବୃଦ୍ଧି ପାଇବା ସହିତ ଏହା ଅନ୍ୟ ଯନ୍ତ୍ରାଂଶ ଉତ୍ପାଦନ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ।”


Share It

Comments are closed.