କରୁଣାନିଧିଙ୍କ ଜୀବନର କିଛି ଅଜଣା କଥା


ତାମିଲନାଡୁର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ସୁପ୍ରିମୋ ଏମ. କରୁଣାନିଧିଙ୍କର ଗତ ମଙ୍ଗଳବାର ଦିନ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବୟସ ହୋଇଥିଲା । କରୁଣାନିଧିଙ୍କୁ ଲୋକ ଶ୍ରଦ୍ଧାରେ କଲାଙ୍ଗିର ମଧ୍ୟ ଡାକନ୍ତି । ତାମିଲନାଡୁ ସମେତ ଦକ୍ଷିଣାଞ୍ଚଳ ରାଜନିତିରେ ନିଜର ପ୍ରଭୁତ୍ୱ ବିସ୍ତାର କରିଥିବା କରୁଣାନିଧିଙ୍କର ଜାତୀୟ ରାଜନିତୀରେ ମଧ୍ୟ ବେଶ ପ୍ରଭାବ ରହିଥିଲା । ତାଙ୍କୁ ଭାରତୀୟ ରାଜନୀତିର ଚାଣକ୍ୟ ବୋଲି ମଧ୍ୟ କୁହାଯାଉଥିଲା । ରାଜନୀତିକତୁ ଛାଡିଦେଲେ ତାଙ୍କର ଏକ ପରିବାର ମଧ୍ୟ ଥିଲା ।
କରୁଣାନିଧି ଡ୍ରାବିଡ ମୁନେତ୍ରାର ସଭାପତି ଥିବା ସହ ୫ ଥର ମୁଖ୍ୟମନ୍ତ୍ରୀ ଏବଂ ୧୩ ଥର ବିଧାୟକ ରହି ସାରିଛନ୍ତି । ଗତ କାଲି ଯେତେବେଳେ ତାଙ୍କର ଦେହାନ୍ତ ହେଲା ତାଙ୍କ ପାଖରେ ସେହି ସମୟରେ ତାଙ୍କ ଦୁଇ ପତ୍ନୀ ଏବଂ ପୁଅ, ଝିଅଙ୍କ ସମେତ ପରିବାରବର୍ଗ ମଧ୍ୟ ଉପସ୍ଥିତ ଥିଲେ । ଏହା ଛଡା ସମର୍ଥକମାନେ ତାଙ୍କ ଦୀର୍ଘଜୀବନି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପରଖିବା ପାଇଁ ଏକ ସ୍ୱତନ୍ତ୍ର ଡାକ୍ତରି ଦଳକୁ ମଧ୍ୟ ନିୟୋଜିତ କରାଯାଇଥିଲା ।
କରୁଣାନିଧି ଏଭଳି ଜଣେ ବ୍ୟକ୍ତିତ୍ୱ ଥିଲେ, ଯାହାଙ୍କର ସ୍ଥାନ କେହି ବି ପୂରଣ କରିପାରିବେ ନାହିଁ । ସେ ରାଜନୀତିକୁ ଆସିବା ପୂର୍ବରୁ ଏକାଧାରରେ ଜଣେ ଔପନ୍ୟାସିକ, ଗାଳ୍ପିକ ଏବଂ ତାମିଲ ଫଲ୍ମ ଜଗତରେ ସ୍କ୍ରିନଲେଖକ ଭାବେ କାମ କରୁଥିଲେ ।

କରୁଣାନିଧି ତାମିଲ ଫିଲ୍ମ ଜଗତରେ ହିରୋର ପାଇଁ କାହାଣି ଲେଖୁ ଲେଖୁ ନିଜେ ତାମିଲନାଡୁ ହିରୋ ପାଲଟିଯାଇଥିଲେ । କରୁଣାନିଧଙ୍କ ଚାଣକ୍ୟନୀତି ଯୋଗୁଁ ତାଙ୍କ ଦଳ (ଡିଏମକେ) ତାମିଲନାଡୁରେ କେବଳ ସରକାର ଗଢିନଥିଲେ ବରଂ ସେ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହେବା ସହ ୧୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ସେ କୌଣସି ନିର୍ବାଚନ ହାରିନାହାନ୍ତି ।
କରୁଣାନିଧିଙ୍କ ବ୍ୟକ୍ତିଗତ ଜୀବନ

କରୁଣାନିଧିଙ୍କ ବ୍ୟକ୍ତିଗତ ଜୀବନ ବହତୁ ରସହ୍ୟମୟ ଥିଲା । ତାଙ୍କର ତିନୋଟି ପତ୍ନୀ ଥିଲେ, ଯାହାଙ୍କର ନାମ ହେଉଛି ପଦ୍ମାବତି, ଦାୟାଲୁ ଆମ୍ମେଲ, ରଜତୀ ଆମ୍ମେଲ । ପୂର୍ବରୁ ତାଙ୍କର ପ୍ରଥମ ପତ୍ନୀ ପଦ୍ମାବତିଙ୍କ ଦେହାନ୍ତ ହୋଇଯାଇଥିବା ବେଳେ ଦୟାଳୁ ଆମ୍ମେଲ ଓ ରଜତୀ ଆମ୍ମେଲ ଏକାଠି ରହୁଥିଲେ । ଜଣେ ପତ୍ନୀଙ୍କ ରୂପରେ ଥିବାବେଳେ ଆଉ ଜଣେ ପ୍ରେମିକା ରୂପରେ ଥିଲେ ।
୧୯୪୪ ମସିହାରେ କରୁଣାନିଧିଙ୍କ ସାକ୍ଷାତ ପଦ୍ମାବତିଙ୍କ ସହ ହୋଇଥିଲା । ପଦ୍ମାବତି ସାଉଥ ଫିଲ୍ମର ପ୍ଲେ ବ୍ୟାକ ସିଙ୍ଗର ସି.ଏସ ଜୟ ନାରାୟଣଙ୍କର ଭଉଣୀ ଅଟନ୍ତି । ପ୍ରଥମ ଦେଖାରେ ଉଭୟଙ୍କୁ ପ୍ରେମ ହୋଇଯାଇଥିବା ବେଳେ ୧୯୪୬ରେ ପରସ୍ପର  ବିବାହ କରିଥିଲେ । ବିବାହ ପରେ ପଦ୍ମାବତିଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇପଡିଥିବା ହେତୁ ୧୯୪୮ରେ ତାଙ୍କ ମୃତ୍ୟୁ ଘଟିଥିଲା । ପଦ୍ମାବତିଙ୍କ ଦେହାନ୍ତର ୪ ବର୍ଷ ପରେ ସେ ୧୯୫୨ରେ ଦାୟାଲୁ ଆମ୍ମେଲଙ୍କୁ ବିବାହ କରିଥିଲେ ।
କରୁଣାନିଧି ଏବଂ ତାଙ୍କର ଦ୍ୱିତୀୟ ପତ୍ନୀ ଦାୟାଲୁ ଆମ୍ମେଲଙ୍କୁର ଚାରୋଟି ପିଲାଙ୍କ ଥିଲେ । ସେଥି ମଧ୍ୟରୁ ତିନୋଟି ଝିଅ ଏବଂ ଗୋଟିଏ ପୁଅ । ସେମାନଙ୍କର ନାମ ହେଉଛି ଏମ.କେ ଆଜାଗିରି, ଏମ.କେ ଷ୍ଟାଲିନ, ଏକେ ଥାମିରାସୁ ଏବଂ ସେଲଭା । ବର୍ତ୍ତମାନ ଏମ.କେ ଷ୍ଟାଲିନ କରୁଣାନିଧିଙ୍କର ଉତ୍ତରାଧିକାରୀ ଅଟନ୍ତି , ଯିଏକି ଡିଏକେର ପରିଚାଳନା ଦାୟିତ୍ୱରେ ଅଛନ୍ତି ।

ସେହିପରି ୬୦ ଦଶକରେ ନିର୍ବାଚନି ପ୍ରଚାର ସମୟରେ କରୁଣାନିଧିଙ୍କ ସାକ୍ଷାତ ଏକ ଡ୍ୟାନ୍ସ ଗ୍ରୁପ ସଦସ୍ୟା ରଜତୀଙ୍କ ସହ ହୋଇଥିଲା । ସେହି ସମୟରେ କରୁଣାନିଧି ରଜତୀଙ୍କ ଆଡକୁ ଧିରେ ଧିରେ ଆକର୍ଷିତ ହେବାକୁ ମଧ୍ୟ ଲାଗିଥିଲେ । ଏହା ପରେ ପରସ୍ପର ମଧ୍ୟ ପ୍ରେମ ସଂପର୍କ ଧିରେ ଗଢି ଉଠିବାରେ ଲାଗିଥିଲା । ଯାହା ପରିଣାମ ସ୍ୱରୁପ ଉଭୟ ପରସ୍ପରଙ୍କୁ ବିବାହ କରିଥିଲେ । ବିବାହ ସମୟରେ ରଜତୀଙ୍କୁ ୨୦-୨୧ରୁ ବର୍ଷ ହୋଇଥିବାବେଳେ କରୁଣାନିଧି ତାଙ୍କ ଠାରୁ ୨୧ ବର୍ଷ ବଡ ଥିଲେ ।

ତାଙ୍କର କଳା ଚଷମାର ରହସ୍ୟ

ଯଦି ଆପଣ କରୁଣାନିଧିଙ୍କ ବ୍ୟକ୍ତିତ୍ୱର ଚିତ୍ରକୁ ମନେ ପକାଇବେ, ତେବେ ଏକ ପ୍ରଥମେ ଧଳା ପୋଷାକ, ହଳଦୀଆ ଉତ୍ତରୀୟ ଏବଂ କଳା ଚଷମା ପିନ୍ଧା ମୁହଁ ଆଖି ସାମନାକୁ ଆସିବ । କରଣାନିଧି ଗତ ୫୦ ବର୍ଷ ଧରି କଳା ଚଷମା ପିନ୍ଧିଆସୁଛନ୍ତି । ତେବେ ଆସନ୍ତୁ ଜାଣିବା ତାଙ୍କ କଳା ଚଷମା ପିନ୍ଧିବାର କାହାଣୀ ।
୧୯୬୦ରେ ସେ କଳା ଚଷମା ପିନ୍ଧିବା ଆରମ୍ଭ କରିଥିଲେ, ଯାହା ପଛରେ ଥିଲା ଏକ ବଡ କାରଣ । ଏକ ଦୁର୍ଘଟଣାରେ ତାଙ୍କ ବାମ ଆଖିରେ ଗଭୀର ଆଘାତ ଲାଗିଥିଲା । ଦୁର୍ଘଟଣା ପରେ ମୋଟାଫ୍ରେମ ଥିବା ଏହି କଳା ଚଷମା ତାଙ୍କ ଷ୍ଟାଇଲରେ ସାମିଲ ହୋଇଗଲା । କରୁଣାନିଧି ଷ୍ଟାଇଲେରେ କାହାଠାରୁ କମରେ ନଥିଲେ । ତେବେ ଗତବର୍ଷ ତାଙ୍କ ଡାକ୍ତର ଚଷମାର ଫ୍ରେମ ବଦଳାଇବା ପାଇଁ କହିଥିଲେ । ଏହା ପରେ ଏହାର ଉପଯୁକ୍ତ ଫ୍ରେମ ପାଇଁ ଖୋଜାଖୋଜି ଚାଲିଲା । ତେବେ ସମ୍ପୂଣ୍ଣ ୪୦ ଦିନ ପରେ ତାଙ୍କୁ ସୁହାଇଲା ଭଳି ଏକ ଉପଯୁକ୍ତ ଫ୍ରେମ ଜର୍ମାନରୁ ମଗାଯାଇଥିଲା ।


Share It

Comments are closed.