ପାର୍ଥିବ ପଟେଲ ଏବଂ ଇର୍ଫାନ ପଠାନଙ୍କ ଭବିଷ୍ୟବାଣୀ, ବିଶ୍ୱ ଟେଷ୍ଟ ଚାମ୍ପିଆନସିପରେ ଏହି ଦୁଇଙ୍କ ପ୍ରଦର୍ଶନ ରହିବ ଖୁବ ଗୁରୁତ୍ୱପୂର୍ଣ୍ଣ


ଆସନ୍ତା ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌କୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ଜଳବାୟୁକୁ ନେଇ ନ୍ୟୁଜିଲାଣ୍ଡକୁ ଟାଇଟଲ ଦାବିଦାର ବିବେଚନା କରାଯାଉଥିଲେ ହେଁ ଭାରତୀୟ ଦଳ ବିଜୟ ପାଇଁ ପ୍ରସ୍ତୁତ ରହିଥିବା ଅନେକ ମତ ଦେଇଛନ୍ତି । ଭାରତର ବିଜୟରେ ଚେତେଶ୍ୱର ପୂଜାରା ଓ ମହମ୍ମଦ ସାମି ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ପୂର୍ବତନ କ୍ରିକେଟ୍‌ ଖେଳାଳି ପାର୍ଥିବ ପଟେଲ ଓ ଇରଫାନ ପଠାନ ପୂର୍ବାନୁମାନ କରିଛନ୍ତି ।

ପାର୍ଥିବ କହିଛନ୍ତି, ଭାରତୀୟ ଦଳ ଚାମ୍ପିଅନ୍‌ ହେବାର କ୍ଷମତା ରଖିଛି । ଚେତେଶ୍ୱର ପୂଜାରା ଓ ମହମ୍ମଦ ସାମି ଦଳକୁ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ଅନୁଭବ କରୁଛି । ଭାରତ ସହଳ ୱିକେଟ୍‌ ହରାଇଲେ ପୂଜାରା ଗୋଟିଏ ପଟେ ଦୃଢ ବ୍ୟାଟିଂ କରି ପାରିବେ । ମୋ ମତରେ ସେ ସର୍ବାଧିକ ରନ୍‌ ସଂଗ୍ରହ କରିବେ । ସେହିପରି ଜଶପ୍ରୀତ ବୁମରା ଓ ଈଶାନ୍ତ ଶର୍ମା ଦଳରେ ରହିଥିଲେ ହେଁ ମହମ୍ମଦ ସାମି ସର୍ବାଧିକ ୱିକେଟ୍‌ ହାତେଇବେ । ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନମାନେ ବୁମରା ଓ ଈଶାନ୍ତଙ୍କୁ ବେଶ୍‌ ସତର୍କତାର ସହ ସାମ୍ନା କରିବେ ।

ପଠାନ କହିଛନ୍ତି, ନ୍ୟୁଜିଲାଣ୍ଡର ପଲା ଭାରି ରହିଛି । ହେଲେ ଭାରତ ମଧ୍ୟ ସବୁ ପୂର୍ବାନୁମାନକୁ ଭୁଲ ପ୍ରମାଣିତ କରିପାରିବ । କେନ ୱିଲିୟମସନ ଅଧିକ ରନ୍‌ ସଂଗ୍ରହ କରିବେ ବୋଲି ଅନୁମାନ କରୁଛି । କାରଣ ଭାରତ ଦଳଗତ ପ୍ରଦର୍ଶନକୁ ପ୍ରାଥମିକତା ଦେବ । ଟ୍ରେଣ୍ଟ ବୋଲ୍ଟ ଅଧିକ ୱିକେଟ୍‌ ନେଇ ପାରନ୍ତି । କିନ୍ତୁ ସାମି ପେସ୍‌ ବୋଲରଙ୍କୁ ସୁହାଉଥିବା ପିଚ୍‌ରେ ବେଶ୍‌ ଘାତକ ସାବ୍ୟସ୍ତ ହେବାର ନଜିର ରହିଛି । ସେ ମଧ୍ୟ ସର୍ବାଧିକ ୱିକେଟ୍‌ ଅକ୍ତିଆର କରିବା ସମ୍ଭାବନା ରହିଛି ।


Share It

Comments are closed.