ସାବିତ୍ରୀ ପାଇଁ ସହରର କେତେକ ମନ୍ଦିରରେ ୧୪୪ ଧାରା ଜାରି


ଆସନ୍ତାକାଲି ସାବିତ୍ରୀ ବ୍ରତ । ଏହି ଅବସରରେ ବିବାହିତା ମହିଳାମାନେ ପୂଜାର୍ଚ୍ଚନା ପାଇଁ ବିଭିନ୍ନ ଦେବାଦେବୀ ମନ୍ଦିରରେ ଭିଡ ଲଗାଇଥାନ୍ତି । ବର୍ତ୍ତମାନ ଯାଜପୁର ଜିଲ୍ଲାରେ କରୋନା ସ୍ଥିତି ସଂଗୀନ ଥିବାବେଳେ କୌଣସି ପରିସ୍ଥିତିରେ ଭିଡ ଓ ପୂଜାର୍ଚ୍ଚନାକୁ ଅନୁମତି ଦିଆଯିବ ନାହିଁ ।

ଏହାକୁ ଦୃଷ୍ଟିରେ ରଖି ଯାଜପୁର ତହସିଲଦାରଙ୍କ ରିପୋର୍ଟ ଅନୁସାରେ ଯାଜପୁର ତହସିଲ ଅଧିନ ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା, ଯାଉଁଳି ବନ୍ଧରେ ଥିବା ମା’ ମଙ୍ଗଳା, ଯାଜପୁରର ଜଗନ୍ନାଥ ମନ୍ଦିର, ବରାହ ମନ୍ଦିର, ମାନସାପୋଲଠାରେ ଥିବା ରାମ ମନ୍ଦିରରେ ୯ ତାରିଖ ମଧ୍ୟ ରାତ୍ରରୁ ୧୦ ତାରିଖ ମଧ୍ୟ ରାତ୍ର ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି । ଯାଜପୁର ଉପ-ଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ଏନେଇ ନିର୍ଦ୍ଦେଶ ଦେବା ସହ ଯାଜପୁର ଟାଉନ ପୋଲିସକୁ ଉପରୋକ୍ତ ଅଞ୍ଚଳଗୁଡିକରେ ଆଇନଶୃଙ୍ଖଳା ପରିସ୍ଥିତି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।


Share It

Comments are closed.