ଏସବୁ ଖାଦ୍ୟ ଖାଇଲେ ହୃଦଘାତ ଆସିପାରେ


ଆମ ମଧ୍ୟରୁ ଅଧିକାଂଶ ଜାଣିନଥାଉ ଯେ, ଧୂମପାନ, ଅତ୍ୟଧିକ ମଦ୍ୟପାନ ଓ ଶାରୀରିକ ପରିଶ୍ରମ ନ କରିବା କାରଣରୁ ହୃଦଘାତ ଆଶାଙ୍କା ବଢିଯାଇଥାଏ । କିନ୍ତୁ ନ୍ୟୁୟର୍କସ୍ଥିତ ମଣ୍ଟଫୋର୍ଟ ମେଡିକାଲ ସେଣ୍ଟର ପକ୍ଷରୁ କରାଯାଇଥିବା ଅଧ୍ୟୟନରେ ଏହା ପ୍ରମାଣିତ ହୋଇଛି ଯେ, ଯେଉଁମାନେ ତ୍ରୁଟିପୂର୍ଣ୍ଣ ଖାଦ୍ୟଶୈଳୀ ଆପଣାଇଥାନ୍ତି ସେମାନଙ୍କ କ୍ଷେତ୍ରରେ ହୃଦଘାତର ଆଶଙ୍କା ୨୭ ପ୍ରତିଶତ ବଢିଯାଇଥାଏ । ଏହି ଧୀରେ ଧୀରେ ଶରୀରକୁ କ୍ଷତି ପହଞ୍ଚାଇଥାଏ ଓ ଦୀର୍ଘ ସମୟ ପରେ ଏହା ହୃଦଘାତର କାରଣ ହୋଇଯାଇଥାଏ । ଖାଦ୍ୟାଭ୍ୟାକୁ ଠିକ ସମୟରେ ସୁଧାରି ନିଆଗଲେ ହୃଦଘାତର ସମସ୍ୟାକୁ ଏଡାଇ ଦିଆଯାଇପାରିବ ।

ପ୍ରାତଃଭୋଜନ ନ କରିବା –ସକାଳେ ଠିକ ସମୟରେ ଭୋଜନ ନ କରିବା ଦ୍ୱାରା ଓ ବହୁ ସମୟ ପର୍ଯ୍ୟନ୍ତ ଖାଲିପେଟରେ ରହିବା ଦ୍ୱାରା ମୋଟାପଣ ବୃଦ୍ଧିପାଇଥାଏ । ଏପରି ଅଭ୍ୟାସ କରିବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ ମାତ୍ର ବୃଦ୍ଧି ପାଇଥାଏ ଯାହାର ପ୍ରଭାବ ହାର୍ଟ ଉପରେ ପଡିଥାଏ । ପ୍ରାତଃଭୋଜନ ନ କରିବା ଦ୍ୱାରା ହୃଦଘାତର ସମସ୍ୟା ୨୭ ପ୍ରତିଶତ ବୃଦ୍ଧି ପାଇଥାଏ ।
ଭୋଜନ ପରେ ମିଠା ଖାଇବା – ଭୋଜନ ପରେ ତୁରନ୍ତ ମିଠା ଖାଇବା ଶରୀରରେ ଗ୍ଲୁକୋଜର ମାତ୍ରା ବଢିଯାଇଥାଏ । ଏହା ଦ୍ୱାରା ଫ୍ୟାଟ ବଢିଯାଇ ହୃଦଘାତର ଆଶଙ୍କାକୁ ବଢାଇ ଦିଆଯାଏ ।

ଅଧିକ ମସଲାଦାର ଖାଦ୍ୟ- ଅଧିକ ମାତ୍ରାରେ ଲଙ୍କା ଏବଂ ମିସଲାଦାର ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ରକ୍ସ ସଞ୍ଚାଳନ ମାତ୍ରା ବୃଦ୍ଧି ପାଇଥାଏ । ଏହା ମଧ୍ୟ ହୃଦଘାତର ଆଶଙ୍କାକୁ ବଢାଇଦେଇଥାଏ ।

ଅଧିକ ତୈଲାକ୍ତ ଖାଦ୍ୟ ଖାଇବା – ଅଧିକ ତୈଲାକ୍ତ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ଅଧିକ ଚର୍ବି ଜମା ହୋଇଥାଏ । ଏହା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ ବଢିଯାଇଥାଏ, ଯାହା ଫଳରେ ହୃଦଘାତର ଆଶଙ୍କା ବଢିଯାଇଥାଏ ।

ଅଧି ଚର୍ବିଯୁକ୍ତ ମାଂସ ଖାଇବା – ନିଜ ଡାଏଟରେ ଅଧିକ ଚର୍ବିଯୁକ୍ତ ମାଂସ ଖାଇବା ଦ୍ୱାରା ଶରୀରରେ ଫ୍ୟାଟ ମାତ୍ରା ବଢିଯାଇଥାଏ ,ଏହା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ ବଢିଯାଇଥାଏ, ଯାହା ଫଳରେ ହୃଦଘାତର ଆଶଙ୍କା ବଢିଯାଇଥାଏ ।


Share It

Comments are closed.