ପୁଣି ଥରେ କରୋନାରେ ଆକ୍ରାନ୍ତ ହେଲେ ରିଦ୍ଧିମାନ ଶାହା


କରୋନା ଭାଇରସ୍‌ରେ ସଂକ୍ରମିତ ଥିବା ଟିମ୍‌ ଇଣ୍ଡିଆ ତଥା ସନ୍‌ରାଇଜର୍ସ ହାଇଦ୍ରାବାଦ ଦଳର ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ରିଦ୍ଧିମାନ ଶାହଙ୍କ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ତାଙ୍କର ପ୍ରଥମ ରିପୋର୍ଟ ନେଗେଟିଭ୍‌ ବାହାରିଥିବାବେଳେ ଦ୍ୱିତୀୟ ରିପୋର୍ଟ ପଜିଟିଭ୍‌ ଆସିଛି । ତେଣୁ ସେ ପୂର୍ବଭଳି କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି ।

ସେ କହିଛନ୍ତି, ମୋ କ୍ୱାରେଣ୍ଟାଇନ୍‌ ଅବଧି ଶେଷ ହୋଇନି । ୨ଟି ପରୀକ୍ଷାରୁ ଗୋଟିଏ ନେଗେଟିଭ୍‌ ଓ ଅନ୍ୟଟି ପଜିଟିଭ୍‌ ରହିଛି । ମୁଁ ଏବେ ସୁସ୍ଥ ଅଛି । ତ୍ରୁଟିପୂର୍ଣ୍ଣ ରିପୋର୍ଟକୁ ନେଇ କୌଣସି ପ୍ରକାରର ବିଭ୍ରାନ୍ତିକର କାହାଣୀ କିମ୍ବା ସୂଚନା ପ୍ରକାଶ ନକରିବାକୁ ଅନୁରୋଧ କରୁଛି ।’

ରିଦ୍ଧିମାନ ଆସନ୍ତା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ୍‌ ଏବଂ ଘରୋଇ ଇଂଲଣ୍ଡ ବିପକ୍ଷ ସିରିଜ୍‌ ପାଇଁ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି । କିନ୍ତୁ ଗସ୍ତ ପୂର୍ବରୁ ତାଙ୍କ ଫିଟ୍‌ନେସ୍‌ ପରୀକ୍ଷା କରାଯିବ । ଫିଟ୍‌ନେସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଇଂଲଣ୍ଡ ଗସ୍ତ କରିବେ ।


Share It

Comments are closed.