ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରେ ଲବଙ୍ଗ, ଜାଣନ୍ତୁ ଏହା ଉପକାରିତା


ଦେଶର ପ୍ରତ୍ୟେକ ରୋଷେଇ ଘରେ ଲବଙ୍ଗ ସହଜରେ ମିଳିଥାଏ, ଯାହା ଖାଦ୍ୟ-ପାନୀୟର ସ୍ୱାଦ ଏବଂ ସୁଗନ୍ଧ ବଢାଇବାରେ ବ୍ୟବହୃତ ହୋଇଥାଏ । କିନ୍ତୁ ଲବଙ୍ଗର ବ୍ୟବହାର କେବଳ ଖାଦ୍ୟ ଏବଂ ପାନୀୟରେ ସୀମିତ ନୁହେଁ । ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଥାଏ, ଯେଉଁଥିପାଇଁ ଏହା ଅନେକ ସ୍ୱାସ୍ଥ୍ୟ ଉପକାର କରିଥାଏ । ତେବେ ଚାଲନ୍ତୁ ଜାଣିବା ଲବଙ୍ଗର ଉପକାରିତା ବିଷୟରେ..
ଲବଙ୍ଗରେ ଥିବା ପୋଷକ ତତ୍ତ୍ୱ:

ଏକ ଚାମଚ ବା ୨ ଗ୍ରାମ୍ ଲବଙ୍ଗରେ ୬ କ୍ୟାଲୋରୀ, ୧ ଗ୍ରାମ୍ କାର୍ବସ୍, ୧ ଗ୍ରାମ୍ ଫାଇବର୍, ଦୈନିକ ବ୍ୟବହୃର ୫୫ ପ୍ରତିଶତ ମାଙ୍ଗାନିଜ୍, ଦୈନିକ ବ୍ୟବହୃର ୨ ପ୍ରତିଶତ ଭିଟାମିନ୍-କେ ରହିଥାଏ ।

ଲବଙ୍ଗର ଫାଇଦା

ମସ୍ତିଷ୍କ ଏବଂ ହାଡ ମଜବୁତ କରିଥାଏ: ଲବଙ୍ଗରେ ମାଙ୍ଗାନିଜ୍ ରହିଥାଏ । ଦିନକୁ ଜଣେ ବ୍ୟକ୍ତି ଯେତିକି ମାଙ୍ଗାନିଜ ଆବଶ୍ୟକ କରିଥାଏ ୨ ଗ୍ରାମ ଲବଙ୍ଗ ତାହା ୫୫ ପ୍ରତିଶତ ଯୋଗାଇଥାଏ । ମାଙ୍ଗାନିଜ ଏକ ଜରୁରୀ ପୋଷକ ତତ୍ତ୍ୱ, ଯାହା ମସ୍ତିଷ୍କର କ୍ଷମତା ବୃଦ୍ଧି ଏବଂ ହାଡ଼କୁ ମଜବୁତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ସଂକ୍ରମଣରୁ ରକ୍ଷା କରିଥାଏ: ଲବଣରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ମାଇକ୍ରୋବାୟଲ୍ ଗୁଣ ରହିଥାଏ । ଯାହା ବ୍ୟାକ୍ଟେରିଆ କିମ୍ବା ଅନ୍ୟାନ୍ୟ ଅଣୁଜୀବର ସଂକ୍ରମଣରୁ ସୁରକ୍ଷା ଯୋଗାଇଥାଏ ଏବଂ ଏହାର ଚିକିତ୍ସାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ, ଲବଙ୍ଗ ମଧ୍ୟ ପାଟିକୁ ସଂକ୍ରମଣରୁ ଦୂରେଇ ରଖିଥାଏ ।

ଲିଭରକୁ ସୁସ୍ଥ ରଖିଥାଏ: ପଶୁମାନଙ୍କ ଉପରେ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ଲବଙ୍ଗରେ ଥିବା ୟୁଜେନୋଲ୍ କମ୍ପାଉଣ୍ଡ ଯକୃତକୁ ବିଶେଷ ଲାଭ ଦେଇଥାଏ । ଯକୃତ ପ୍ରଦାହ ଏବଂ ଅକ୍ସିଡେଟିଭ୍ ଚାପ ହ୍ରାସ କରି ଏହାର ଦକ୍ଷତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

ପେଟ ଅଲସର୍ ଚିକିତ୍ସାରେ ସହାୟକ ହୋଇଥାଏ: ଅନେକ ଅନୁସନ୍ଧାନରେ ଏହା ପ୍ରମାଣିତ ହୋଇଛି ଯେ ପେଟ ଅଲସରର ଚିକିତ୍ସାରେ ଲବଙ୍ଗ ବହୁତ ସାହାଯ୍ୟ କରିଥାଏ ।


Share It

Comments are closed.