ଅଙ୍ଗଦାନ ନୁହେଁ ସେ ଜୀବନଦାନ, କ’ଣ ରହିଛି ଏହା ମହତ୍ତ୍ୱ ଜାଣନ୍ତୁ


ଅଙ୍ଗ ପ୍ରତିରୋପଣ ବିଂଶ ଶତାବ୍ଦୀରେ ଚିକିତ୍ସା କ୍ଷେତ୍ରରେ ଏକ ବଡ଼ ଚମତ୍କାରିତାମାନଙ୍କ ମଧ୍ୟରୁ ଗୋଟିଏ ଅଟେ, ଯାହା ବିଶ୍ୱରେ ବିଭିନ୍ନ ରୋଗୀମାନଙ୍କୁ ଦୀର୍ଘାୟୁ କରିବା ସହିତ ସେମାନଙ୍କ ଜୀବନର ବିକାଶ ଘଟାଉଛି । ମିଳିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିବା ଅନୁଯାୟୀ, ଭାରତରେ ୧୦ ଲକ୍ଷରୁ ଅଧିକ ଲୋକ ଅଙ୍ଗ ପାଇଁ ଅପେକ୍ଷା କରିଛନ୍ତି ଏବଂ ଦେଶରେ ପ୍ରାୟ ୫ ଲକ୍ଷ ଲୋକ ପ୍ରତିବର୍ଷ ଅଙ୍ଗର ଅକାମୀ ଓ ଅଙ୍ଗ ଉପଲବ୍ଧ ହେଉ ନଥିବା ହେତୁ ପ୍ରାଣ ହରାଉଛନ୍ତି ବୋଲି ବିଆର୍ ଲାଇଫ୍ କଳିଙ୍ଗ ହସ୍ପିଟାଲ୍ର ବରିଷ୍ଠ ବିଶେଷଜ୍ଞ ୟୁରୋଲୋଜି ଓ ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଡା. ବିଶ୍ୱଜିତ ନନ୍ଦ କହିଛନ୍ତି ।

ଏଠାରେ ପ୍ରତିରୋପିତ ହେବାକୁ ଥିବା ଅଙ୍ଗ ସଂଖ୍ୟା ଓ ଉପଲବ୍ଧ ଥିବା ଅଙ୍ଗ ସଂଖ୍ୟା ମଧ୍ୟରେ ପରିଷ୍କାର ଭାବେ ଏକ ବୃହତ ବ୍ୟବଧାନ ରହିଛି । ଅଙ୍ଗଦାନ ଓ ପ୍ରତିରୋପଣ ନିମନ୍ତେ ଜ୍ଞାନ ଓ ସଚେତନତାର ଅଭାବ ଏବଂ ଅଙ୍ଗଦାନ କିପରି ପରିବାରରେ ଲୋକମାନଙ୍କ ତଥା ସାଧାରଣ ଜନତାଙ୍କ ଜୀବନ ରକ୍ଷା କରେ ଏହାର ଜ୍ଞାନର ଅଭାବ ହେତୁ ଭାରତରେ ଶବ (ମୃତଦେହ) ଦାନ ଏକ ବୃହତ ସମସ୍ୟା ଭାବେ ରହିଆସିଛି । ଅନେକ ସମୟରେ ମସ୍ତିଷ୍କର ଅକାମୀ ସବୁବେଳେ କୋମାର ଧାରଣା ସୃଷ୍ଟି କରିଥାଏ ଏବଂ ପରିବାର ଲୋକେ ରୋଗୀ ବଞ୍ôଚବାର ଅଶା ରଖିଥାଆନ୍ତି । କିନ୍ତୁ ଅଙ୍ଗମାନେ କାର୍ଯ୍ୟ କରୁଥିଲେ ମଧ୍ୟ ମସ୍ତିଷ୍କର ଅକାମୀ ଅପ୍ରତ୍ୟାବର୍ତ୍ତନୀୟତ ଅଟେ । ଏହା ସହିତ ବିଭିନ୍ନ ଅନ୍ଧବିଶ୍ୱାସ, ସାଂସ୍କୃତିକ ଓ ଧର୍ମୀୟ ବିଶ୍ୱାସ ମୃଦଦେହକୁ ଅଙ୍ଗଦାନ ନିମନ୍ତେ ଦେବା ପାଇଁ ପରିବାର ଲୋକଙ୍କୁ ଚିନ୍ତାରେ ପକାଇଦେଇଥାଏ ।
ପ୍ରତିରୋପଣ କେନ୍ଦ୍ର ସହିତ ତାଲିମ ପ୍ରାପ୍ତ କାର୍ଯ୍ୟକର୍ତ୍ତା ଓ ପ୍ରତିରୋପଣ ସହଯୋଗକାରୀଙ୍କ ଅଭାବ ହେତୁ ଶବଦାନ କାର୍ଯ୍ୟକ୍ରମରେ ବ୍ୟାଘାତ ହେଉଛି । ଭାରତରରେ ସମସ୍ତ ଡାକ୍ତରଖାନାମାନଙ୍କର ନିୟମ ନାହିଁ ଯେ, ସେମାନେ ରୋଗୀର ମସ୍ତିଷ୍କକୁ ମୃତ ବୋଲି ଘୋଷଣା କରିପାରିବେ ଏବଂ ସେମାନେ ଅଙ୍ଗଦାନ ଓ ପ୍ରତିରୋପଣ ସହ ଜଡ଼ିତ ପ୍ରକ୍ରିୟା ପ୍ରତି ସଚେତନ ନୁହନ୍ତି ବୋଲି ବିଶ୍ୱଜିତ ନନ୍ଦ କହିଛନ୍ତି ।
ଭାରତର ସ୍ୱାସ୍ଥ୍ୟ ସେବାର ଡିରେକ୍ଟରେଟ୍ ଜେନେରୋଲ୍ ପ୍ରକାଶ କରିଛନ୍ତି, ୨୦୦,୦୦୦ରୁ ଅଧିକ ଲୋକ ଯକୃତ ଜନୀତ ରୋଗ ହେତୁ ଏବଂ ୫୦,୦୦୦ରୁ ଅଧିକ ଲୋକ ହୃଦ୍ରୋଗ ହେତୁ ମୃତ୍ୟୁବରଣ କରିଥାଆନ୍ତି । ୧୫୦,୦୦୦ରୁ ଅଧିକ ଲୋକ ବୃକକ୍ ପ୍ରତିରୋପଣ ଆବଶ୍ୟକ କରୁଥିବାବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୫,୦୦୦ ଅଙ୍ଗ ପାଉଛନ୍ତି । ଭାରତରେ ୧୨୦ କୋଟି ଲୋକ ଥାଇ ପ୍ରତି ମିଲିଅନ୍ ଲୋକସଂଖ୍ୟା (ପିଏମ୍ପି) ରେ ୦.୩୪ ଅଙ୍ଗଦାନ କରୁଛନ୍ତି । ଏହା ବିଶ୍ୱସ୍ତରରେ ପ୍ରତିରୋପଣ ହେବାକୁ ଥିବା ସଂଖ୍ୟା ଅନୁପାତରେ ଅତ୍ୟନ୍ତ କମ୍ । ୟୁଏସ୍ଏମ ସ୍ପେନ୍, ଜର୍ମାନୀ ଓ ନେଦର୍ଲ୍ୟାଣ୍ଡ ଭଳି ଦେଶମାନଙ୍କରେ ଦାନକାରୀଙ୍କ ପାଇଁ ‘ଫ୍ୟାଲିମି କନ୍ସେଣ୍ଟ’ ବ୍ୟବସ୍ଥା ରହିଛି, ଯେଉଁଠାରେ ଲୋକମାନେ ଅଙ୍ଗଦାତା ଭାବେ ପରିଚୟ ପାଇଥାଅନ୍ତି ଏବଂ ସେମାନଙ୍କ ପରିବାରର ମୃତଦେହଗୁଡ଼ିକୁ ଅଙ୍ଗଦାନ ନିମନ୍ତେ ନିଆଯାଇଥାଏ ।

 


ଭାରତୀୟମାନେ ସେମାନଙ୍କ ଅଙ୍ଗଦାନ କରି ଦେଶର ସାମାଜିକ କାର୍ଯ୍ୟକଳାପ, ବିଶ୍ୱାସସ ଓ ଅନ୍ଧବିଶ୍ୱାସ ବିରୁଦ୍ଧରେ ସ୍ୱର ଉଠାଇବା ଉଚିତ୍ । ଅଙ୍ଗଦାନ ହେଉଛି ଏପରି ଏକ ମୂଲ୍ୟବାନ ପଦକ୍ଷେପ, ଯାହା ଅନେକଙ୍କ ଜୀବନ ରକ୍ଷା କରିପାରେ । ହୃତ୍ପିଣଣ୍ଡ, ପାନ୍କ୍ରିୟାଜ୍, ଯକୃତ, ବୃକକ୍ ଓ ଫୁସ୍ଫୁସ୍ ପରି ଅଙ୍ଗଗୁଡ଼ିକୁ ଅଙ୍ଗ କାର୍ଯ୍ୟ କରୁନଥିବା ବ୍ୟକ୍ତିଙ୍କଠାରେ ପ୍ରତିରୋପଣ କରାଯାଇପାରିବ । ବୟସ, ଜାତି, ଧର୍ମ ଓ ଗୋଷ୍ଠୀ ନିର୍ବିଶେଷରେ ସମସ୍ତ ବ୍ୟକ୍ତି ଅଙ୍ଗଦାନ କରିପାରିବେ । ଅଙ୍ଗଦାନ କରି ପ୍ରତ୍ୟେକ ୮ ଜଣଙ୍କର ଜୀବନ ରକ୍ଷା କରିପାରିବେ ଏବଂ ଟିସୁ ଦାନ କରି ୫୦ରୁ ଅଧିକ ଲୋକଙ୍କ ଜୀବନ ପରିବର୍ତ୍ତନ କରିପାରିବେ ।
ଅଙ୍ଗଦାନ ହେଉଛି ଏକ ଜୀବନ ଦାନ ପ୍ରକ୍ରିୟା ଏବଂ ଅଙ୍ଗଦାନ ନିମନ୍ତେ ମନସ୍ଥ କରିବା କାହା ଜୀବନକୁ ପରିବର୍ତ୍ତନ କରିନଥାଏ । କିନ୍ତୁ ଏହାର ଲୋକମାନଙ୍କ ଉପରେ ଏକ ପ୍ରଭାବ ପଡ଼ିଥାଏ ଯେ, ଜଣେ ବ୍ୟକ୍ତି ଗୋଟିଏ ଅଙ୍ଗ ନିମନ୍ତେ ଅପେକ୍ଷା କରିଛନ୍ତି । ଜଣେ ନିଶ୍ଚତ ଭାବେ ନଜର ମୃତ୍ୟୁ ପରେ ଅନ୍ୟର ଜୀବନ ବଞ୍ଚାଇବା ବିଷୟରେ ଭାବିବା ଉଚିତ । ଏହା ଅନ୍ୟମାନଙ୍କ ପାଇଁ ସବୁବେଳେ ଏକ ସର୍ବବୃହତ ଉପହାର ହୋଇପାରିବ ।


Share It

Comments are closed.