ଗୁଜୁରାଟ ମୁଖ୍ୟମନ୍ତ୍ରୀ ଋପେ ଆଜି ଶପଥ ନେବେ ଭୂପେନ୍ଦ୍ର ପଟେଲ


ଗୁଜୁରାଟରେ ବିଜେପି ଲଗାତାର ସପ୍ତମ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି । ଭାରତୀୟ ଜନତା ପାର୍ଟି ନେତା ଭୂପେନ୍ଦ୍ର ପଟେଲ ଆଜି (ସୋମବାର) ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଲଗାତାର ଦ୍ବିତୀୟ ଥର ପାଇଁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଗାଦିରେ ବସିବେ ଭୂପେନ୍ଦ୍ର ପଟେଲ । ରାଜ୍ୟର ୧୮ ତମ ମୁଖ୍ୟମନ୍ତ୍ରୀ ହେବେ ଭୂପେନ୍ଦ୍ର । ରାଜ୍ୟପାଳ ଆଚାର୍ଯ୍ୟ ଦେବରାତ ଶପଥ ପାଠ କରାଇବେ । ଏହାସହ ୨୦ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବେ । ଆଜି ଅପରାହ୍ନ ୨ଟାରେ ଗାନ୍ଧୀନଗରର ନୂଆ ସଚିବାଳୟ ନିକଟରେ ଥିବା ହେଲିପ୍ୟାଡ ଗ୍ରାଉଣ୍ଡରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ସମସ୍ତ ବିଜେପି ନେତୃତ୍ବାଧୀନ ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗ ଦେବେ ।
ଗୁଜୁରାଟର ଘାଟଲୋଡିଆ ଆସନରୁ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ବିଜୟୀ ହୋଇଥିଲେ । ଏହି ଆସନରେ କଂଗ୍ରେସ ଅମିବେନ ଯାଗ୍ନିକ ଏବଂ ଆପ୍ ବିଜୟ ପଟେଲଙ୍କୁ ଟିକେଟ ଦେଇଥିଲା । ଭୂପେନ୍ଦ୍ର ପଟେଲଙ୍କୁ ୨,୧୨,୪୮୦ ଖଣ୍ଡ ଭୋଟ ମିଳିଥିବା ବେଳେ ୟାଗ୍ନିକଙ୍କୁ ୨୧,୧୨୦ ଓ ବିଜୟ ପଟେଲଙ୍କୁ ୧୫,୯୦୨ ଖଣ୍ଡ ଭୋଟ ମିଳିଥିଲା ।


Share It

Comments are closed.