ଆସନ୍ତୁ ଜାଣିବା ଆପଣଙ୍କ ଆଖିର ରଙ୍ଗ କଣ କହିଥାଏ ଆପଣଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ


ଆପଣଙ୍କ ପସନ୍ଦିତା ରଙ୍ଗ, ବସ୍ତ୍ରର ରଙ୍ଗ, ବସିବାର ଢଙ୍ଗ, ଚାଲିବାର ଢଙ୍ଗ ଇତ୍ୟାଦି ଆପଣଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ କହିଥାଏ । ସେହିପରି ଆପଣଙ୍କ ଆଖିର ରଙ୍ଗ ମଧ୍ୟ ଆପଣଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ ଜଣାଇଥାଏ । ଆଖିର ରଙ୍ଗର ଭିନ୍ନତାକୁ ନେଇ ଭିନ୍ନ ଭିନ୍ନ ଗୁଣ ଏବଂ ବ୍ୟକ୍ତିତ୍ୱ ମଧ୍ୟ ଦେଖାଯାଇଥାଏ । ଆସନ୍ତୁ ଜାଣିବା ଆପଣଙ୍କର ଆଖିର ରଙ୍ଗ କଣ କହିଥାଏ ଆପଣଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ . . . .
୧. କଳା ରଙ୍ଗର ଆଖି – ଆଖିର ଡୋଳାର ରଙ୍ଗ କଳା ହୋଇଥିବା ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ଖୁବ ଶାନ୍ତ ଏବଂ ସେମାନେ ଖୁବ ଧର୍ଯ୍ୟବାନ ହୋଇଥାନ୍ତି । ସେମାନେ ଯେକୌଣସି କଥାର ସମାଧାନ ଖୁବ ଶାନ୍ତ ଏବଂ ସରଳଭାବେ କରିଥାନ୍ତି । ସେମାନେ ନିଜର କୌଣସି କଥା ଏବଂ ଚିନ୍ତାଧାରାକୁ ସରଳଭାବେ ସମସ୍ତଙ୍କୁ ବୁଝାଇବାକୁ ଚେଷ୍ଟା କରିଥାନ୍ତି । ସେମାନେ ନିଜ ରିଲେସନସିପ ପାଇଁ ଖୁବ କମିଟେଡ ଥାନ୍ତି ଏବଂ ସେମାନଙ୍କ ଆଇକ୍ୟୁ ଲେଭର ଖୁବ ଅଧିକ ଥାଏ ।
୨. ବ୍ରାଉନ ରଙ୍ଗର ଆଖି – ଏହି ରଙ୍ଗର ଆଖିର ବ୍ୟକ୍ତିମାନେ ସ୍ୱାଭିମାନି କାହା ଉପରେ ନିର୍ଭର କରନ୍ତି ନାହିଁ, ଖୁବ ଭଲ ପ୍ରକୃତିର ହୋଇଥାନ୍ତି । ଆପଣ ଯଦି କୌଣସି ବ୍ୟକ୍ତିକୁ ବିଶ୍ୱାସ କରୁଛନ୍ତି ତେବେ ବ୍ରାଉନ ରଙ୍ଗର ଆଖି ଥିବା ବ୍ୟକ୍ତି ଖୁବ ବିଶ୍ୱାସଯୋଗ୍ୟ ଅଟନ୍ତି । ଏମାନେ ନିଜ ବନ୍ଧୁ ଏବଂ ଗ୍ରୁପରେ ଖୁବ ପରିଚିତ ଅଟନ୍ତି । ସେମାନେ ନିଜ କଥାବାର୍ତ୍ତାରେ ଖୁବ ଆତ୍ମବିଶ୍ୱାସୀ ହୋଇଥାନ୍ତି ।
୩. ନୀଳ ରଙ୍ଗର ଆଖି – ନୀଳ ରଙ୍ଗର ଆଖି ଥିବା ବ୍ୟକ୍ତି ମାନଙ୍କର ଗୁଣ ସମସ୍ତଙ୍କ ଠାରୁ ଭିନ୍ନ ହୋଇଥାଏ । ସେମାନଙ୍କର ଚିନ୍ତାଧାରା ଖୁବ ଉଚ୍ଚ ହୋଇଥାଏ ଏବଂ ସେମାନେ ଉଚ୍ଚାଭିଳାସୀ ମଧ୍ୟ ହୋଇଥାନ୍ତି । ସେମାନେ ଯେଉଁ କାର୍ଯ୍ୟରେ ହାତ ଦିଅନ୍ତି ତାହା ପୂରଣ କରିବା ପରେ ହିଁ ଶାନ୍ତି ଅନୁଭବ କରିଥାନ୍ତି । ସେମାନେ ଖୁବ ମେଳାପୀ ଏବଂ ବନ୍ଧୁ ପ୍ରିୟ ହୋଇଥାନ୍ତି ।

୪. ଭୁରା ବା ଚିଲା ଆଖି – ଚିଲା ଆଖି ବା ଭୁରା ରଙ୍ଗର ଆଖି ଥିବା ବ୍ୟକ୍ତି ଖୁବ ଡିଟରମାଇଣ୍ଡ ଏବଂ ଆଡଭେନଚରସ ହୋଇଥାନ୍ତି । ସେମାନେ ନୂତନ ଖୋଜାଖୋଜି ସହିତ ନୂତନ ସ୍ଥାନକୁ ପରିଭ୍ରମଣ କରିବାକୁ ଭଲ ପାଇଥାନ୍ତି । ସେହି ବ୍ୟକ୍ତିମାନେ ଖୁବ ଶକ୍ତ ଏବଂ ଏନର୍ଜେଟିକ ହୋଇଥାନ୍ତି । ସେମାନେ ନିଜର ଦୁର୍ବଳତା ଉପରେ ସର୍ବଦା କାର୍ଯ୍ୟ କରି ସଫଳତା ହାସଲ କରିବାରେ ବିଶ୍ୱାସ ରଖିଥାନ୍ତି ।


Share It

Comments are closed.