ଟିକଟକ ପ୍ରୋ ଆପ୍ କ’ଣ? ଲୋକଙ୍କ ପାଖକୁ ହ୍ବାଟସ ଆପ ଜରିଆରେ ଆସୁଛି ଏହି ଆପର ଲିଙ୍କ


ଟିକଟକ୍ ସମେତ ଭାରତରେ ୫୮ ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି। ବର୍ତ୍ତମାନ ଅନେକ ଆପ୍ ଟିକ୍ ଟକ୍ ପାଇଁ ଏକ ବିକଳ୍ପ ଭାବରେ ଆସିଛି, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଦାବି କରୁଛନ୍ତି ଯେ ଏହା ହେଉଛି ଭାରତର ଏକମାତ୍ର ଆପ୍ |

ଏହା ମଧ୍ୟରେ ଟିକଟକ୍ କୁ ନେଇ ଏକ ପ୍ରକାର ଠକେଇ ମଧ୍ୟ ଆରମ୍ଭ ହୋଇଛି। ଟାଇମସ୍ ଅଫ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ କିଛି ଲୋକ ହ୍ବଟସ୍ ଆପରେ ଟିକ୍ ଟକ୍ ସହିତ ଜଡିତ କିଛି ମେସେଜ ଏବଂ ଟେକ୍ସଟ ମେସେେଜ ଗ୍ରହଣ କରୁଛନ୍ତି |

ଏହି ମେସେଜରେ ଲେଖାଯାଇଛି ଯେ ଟିକଟକ ପ୍ରୋ ବର୍ତ୍ତମାନ ଭାରତରେ ଉପଲବ୍ଧ ହୋଇଛି। ଏକ ଲିଙ୍କ୍ ମଧ୍ୟ ଅଛି ଯେଉଁଠାରେ ଆପଣଙ୍କୁ କ୍ଲିକ୍ କରିବାକୁ ମଧ୍ୟ କୁହାଯାଇଛି | ଆଜ୍ଞା ହଁ ଏହି ବାର୍ତ୍ତା ନକଲି, କାରଣ ଟିକ୍ ଟକ୍ ଉପରେ ଭାରତରେ ନିଷେଧାଦେଶ ରହିଛି ଏବଂ କମ୍ପାନୀ ତରଫରୁ ମଧ୍ୟ ଏଭଳି କିଛି ସୂଚନା ଦିଆଯାଇନାହିଁ ।

ବାସ୍ତବରେ, ଏହି ପ୍ରକାରର ମେସେଜ ସହିତ ସାଇବର ଅପରାଧୀମାନେ ଆପଣଙ୍କୁ ଠକି ପାରିବେ, ଆକାଉଣ୍ଟ ହ୍ୟାକ୍ କରିପାରିବେ ଏବଂ ଟଙ୍କା ଉଡାଇ ପାରିବେ | ରିପୋର୍ଟ ଅନୁଯାୟୀ, ମେସେଜରେ ପଠାଯାଇଥିବା ଲିଙ୍କ ଉପରେ କ୍ଲିକ୍ କରି ଟିକ୍ ଟକ୍ ପ୍ରୋ ନାମକ ଆପର APK ଫାଇଲକୁ ରିଡାଇରେକ୍ଟ କରାଯାଇଥାଏ ।

ଏହି ଆପ୍ ଡାଉନଲୋଡ୍ କରିବା ପରେ, ଆପଣ ପାଇବେ ଯେ ଏହାର ଆଇକନ୍ ମୂଳ ଟିକ୍ ଟପ୍ ଆପ୍ ସହିତ ସମାନ | ଏହା ପରେ, ଏହି ଆପ୍ ଆପଣଙ୍କୁ ଟିକ୍ ଟକ୍ ଆପ୍ ପରି କ୍ୟାମେରା, ଗ୍ୟାଲେରୀ, ମାଇକ୍, କଲ୍ ଲଗ୍ ଭଳି ସମସ୍ତ ପ୍ରକାରର ଅନୁମତି ମାଗିବ |

ଯେହେତୁ ଟିକ୍ ଟକ୍ ପ୍ରୋ ନାମକ ଏହି ଆପ୍ ନକଲି ଏବଂ ସାଇବର କ୍ରିମିନାଲମାନେ ଲୋକମାନଙ୍କୁ ଠକିବା ପାଇଁ ଏହି ଆପ୍ ସୃଷ୍ଟି କରିଛନ୍ତି, ତେଣୁ ଏହା ଆପଣଙ୍କ ଫୋନରେ କାମ କରିବ ନାହିଁ | ଆପଣଙ୍କଠାରୁ ସମସ୍ତ ପ୍ରକାରର ଅନୁମତି ନେଇ, ଆପଣଙ୍କ ଫୋନର ବ୍ୟାକଗ୍ରଉଣ୍ଡରେ ନିଜ କାମ କରି ଚାଲିଥିବ ।

ଏହିପରି ଏକ ଆପକୁ ଇନଷ୍ଟଲ କରିବା ବିପଜ୍ଜନକ କାରଣ ଏହା ଆପଣଙ୍କର ତଥ୍ୟ ଚୋରୀ କରୁଛି ଏବଂ ତଥ୍ୟର ଅପବ୍ୟବହାର ହୋଇପାରେ | ଏହା ଆପଣଙ୍କୁ ବଡ କ୍ଷତି କରିପାରେ | ତେଣୁ ଏହିପରି ମେସେଜ କିମ୍ବା ଲିଙ୍କ ଉପରେ ଆଦୌ ଭରସା କରନ୍ତୁ ନାହିଁ |


Share It

Comments are closed.