କ୍ରିକେଟକୁ ସବୁଦିନ ପାଇଁ ଅଲବିଦା କହିଲେ ସାମୁଏଲ


ସବୁବେଳେ ନିଜୟ ମନ୍ତବ୍ୟକୁ ନେଇ ଚର୍ଚ୍ଚାର ପରିସରରେ ରହୁଥିବା ୱେଷ୍ଟଇଣ୍ଡିଜର ବିସ୍ପୋରକ ବ୍ୟାଟସମ୍ୟାନ ମାର୍ଲୋନ ସାମୁଏଲ (marlon samuels) କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଇଛନ୍ତି। ସାମୁଏଲଙ୍କ ପାଇଁ ୱେଷ୍ଟଇଣ୍ଡିଜ ଦୁଇଥର ଟି-୨୦ ବିଶ୍ୱ ବିଜେତା ହୋଇଥିଲା। ଦୁଇଟି ବିଶ୍ୱକପ୍‌ରେ ସାମୁଏଲ ଟିମ୍ ପାଇଁ ସର୍ବାଧିକ ରନ୍ କରିଥିଲେ। କିଛି ଦିନ ପୂର୍ବେ ସାମୁଏଲ କ୍ରିକେଟରଙ୍କ ପତ୍ନୀଙ୍କୁ ଖରାପ କମେଣ୍ଟ ଦେଇ ଚର୍ଚ୍ଚାର ପରିସରରେ ଥିଲେ। ସେ ଇଂଲିସ କ୍ରିକେଟର୍ସଙ୍କ ପତ୍ନୀ ଓ ବିଶେଷ ଭାବରେ ବେନ୍ ଷ୍ଟୋକସଙ୍କ ପତ୍ନୀଙ୍କ ବିଷୟରେ ଖରାପ ଟିପ୍ପଣୀ ଦେଇଥିଲେ। ୱେଷ୍ଟଇଣ୍ଡିଜର ମୁଖ୍ୟ କାର୍ଯ୍ୟକାରୀ ଜନି ଗ୍ରେଭ ସାମୁଏଲ ତାଙ୍କର ସନ୍ୟାସ ନେବା କଥା କହିଛନ୍ତି।

ସାମୁଏଲ ୨୧ ବର୍ଷ ବୟସରେ ଭାରତ ବିରୋଧରେ ନିଜର ପ୍ରଥମ ଟେଷ୍ଟ ଶତକ ଖେଳିଥିଲେ। ତାଙ୍କର ଇଣ୍ଟରନ୍ୟାସନାଲ କ୍ୟାରିୟର କଥା ଯଦି କହିବା ତେବେ ସେ ୭୧ଟି ଟେଷ୍ଟରୁ ୩୨.୬୪ ହାରରେ ୩ ହଜାର ୯୧୭ ରନ୍ କରିଛନ୍ତି, ଯେଉଁଥିରେ ସେ ୭ଟି ଶତକ ଓ ୨୪ ଅର୍ଦ୍ଧଶତକ କରିଛନ୍ତି। ସେ ୨୦୦୭ ଦିନିକିଆରେ ୩୨,୯୭ ଆଭରେଜରେ ୫ ହଜାର ୬୦୬ ରନ୍ କରିଥିଲେ। ଦିନିକିଆ କ୍ରିକେଟରେ ସେ ୧୦ ଶତକ ଓ ୩୦ ଅର୍ଦ୍ଧଶତକ କରିଥିଲେ। ସେ ୬୭ଟି ଟି-୨୦ ଟେଷ୍ଟ ମ୍ୟାଚରେ ୨୯.୨୯ ରନ୍ ଆଭରେଜରେ ୧୬୧୧ ରନ୍ କରିଥିଲେ, ଯେଉଁଥିରେ ୧୦ ଅର୍ଦ୍ଧଶତକ କରିଥିଲେ। ତାଙ୍କ ନାମରେ ୪୧ଟି ଟେଷ୍ଟ, ୮୯ ଟି ଦିନିକିଆ ଓ ୨୨ଟି ଟି-୨୦ ୱିକେଟ ରହିଛି।

କିଛି ଦିନ ତଳେ ବେନ୍ ଷ୍ଟୋକସଙ୍କ ପତ୍ନୀଙ୍କୁ ସାମୁଏଲ ଅଶାଳୀନ ମନ୍ତବ୍ୟ ଦେଇଥିଲେ। ବେନ୍ ଷ୍ଟୋକସ୍ ଆଇପିଏଲ ପୂର୍ବରୁ ୟୁଏଇରେ କ୍ୱାରେଣ୍ଟାଇନରେ ରହିବା ଖୁବ କଷ୍ଟକର ବୋଲି କହିଛନ୍ତି। ସେ କହିଛନ୍ତି, ନିଜର ଶତ୍ରୁଙ୍କୁ ମଧ୍ୟ କ୍ୱାରେଣ୍ଟାଇନରେ ରଖିବାକୁ ପସନ୍ଦ କରିବି ନାହିଁ। ଷ୍ଟୋକସ୍ କହିଥିଲେ, ମୁଁ ଚାହୁଁନି କେହି ବି, ଏପରିକି ମୋର ଶତ୍ରୁ ମଧ୍ୟ ଏହା ଅନୁଭବ ନକରନ୍ତୁ। ମୁଁ ଏହାକୁ ନେଇ ନିଜର ଭାଇକୁ ମେସେଜ୍ ପଠାଇଛି, ଯାହାପରେ ମୋ ଭାଇ ମୋତେ ଖୁବ୍ ମଜାଳିଆ ଅନ୍ଦାଜରେ କହିଥିଲେ, କ’ଣ ଆପଣ ମାର୍ଲୋନ ସାମୁଏଲ୍ସଙ୍କ ସହିତ ମଧ୍ୟ ଏଭଳି ଚାହିଁବେନି? ମୁଁ ଏହାର ଜବାବ୍ ଦେଇ କହିଥିଲି ନାଁ, ତାଙ୍କ ପାଇଁ ବି ନୁହେଁ। କ୍ୱାରେଣ୍ଟାଇନର ଅନୁଭବ ଖୁବ୍ ଖରାପ ଥିଲା। ଏ କଥା ସାମୁଏଲଙ୍କୁ ଖରାପ ଲାଗିଥିଲା ଓ ସେ ଷ୍ଟୋକସଙ୍କ ସ୍ତ୍ରୀଙ୍କୁ ନେଇ ଅଶାଳୀନ ମନ୍ତବ୍ୟ ଦେଇଥିଲେ।


Share It

Comments are closed.