ଏବେ ସାର୍ବଜନୀନ ସ୍ଥାନରେ ମାସ୍କ ନପିନ୍ଧିଲେ କଟାଯିବ ଚାଲାଣ


ଦିଲ୍ଲୀରେ କରୋନାର ପ୍ରକୋପ ପୁଣିଥରେ ଦୃତ ଗତିରେ ବଢିବାରେ ଲାଗିଛି। ଗତ ୧୦ ଦିନ ଭିତରେ କରୋନା ସଂକ୍ରମିତ ୪୦ ଜଣ ରୋଗୀଙ୍କର ମୃତ୍ୟୁ ମଧ୍ୟ ହୋଇ ଯାଇଛି। ପ୍ରତିଦିନ ବହୁ ସଂଖ୍ୟାରେ ରୋଗୀଙ୍କୁ ରେକର୍ଡ କରାଯାଉଛି। ଗତ ୨୪ ଘଣ୍ଟା ବେଳେ ବୁଧବାର ମଧ୍ୟ କରୋନାରେ ୮ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିଲା। ଏହି ସଂକ୍ରମଣ ହାର ୧୮ ପ୍ରତିଶତ ପାଖାପାଖି ପହଁଞ୍ଚି ଯାଇଛି। ଏଭଳି ପରିସ୍ଥିତିରେ ଦିଲ୍ଲୀ ସରକାର ମଧ୍ୟ କୋଭିଡ୍ ନିୟମକୁ ଆହୁରି କଡା କଡି କରିବାର କାମ ବଢାଇ ଦେଇଛନ୍ତି। ଏବେ ଦିଲ୍ଲୀରେ ସାର୍ବଜନୀନ ସ୍ଥାନରେ ବିନା ମାସ୍କରେ ବୁଲିଲେ ୫୦୦ ଟଙ୍କାର ଫାଇନ ଦେବାକୁ ପଡିବ। ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ନିର୍ଦେଶ ଜାରି କରାଯାଇଛି।

ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) ଙ୍କ ନିର୍ଦ୍ଦେଶ ପରେ ବର୍ତ୍ତମାନ କରୋନା ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି। ଦିଲ୍ଲୀ ସରକାରଙ୍କ ଦକ୍ଷିଣ ଦିଲ୍ଲୀ ଜିଲ୍ଲା ମାଜିଷ୍ଟ୍ରେଟ କାର୍ଯ୍ୟାଳୟ ପକ୍ଷରୁ ମାସ୍କ ପିନ୍ଧିବା ପାଇଁ କଡା ନିର୍ଦେଶ ଜାରି କରାଯାଇଛି।

ଦକ୍ଷିଣ ଦିଲ୍ଲୀ ଜିଲ୍ଲା ଏଡିଏମ ପ୍ରିୟଙ୍କା କୁମାରୀଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି, ଯେଉଁଥିରେ ହୋଜ୍ ଖାସ, ସାକେତ ଏବଂ ମେହେରୁଲି ପାଇଁ ତିନୋଟି ପୃଥକ କାର୍ଯ୍ୟକାରୀ ଦଳ ଗଠନ କରାଯାଇଛି। ଏନଫୋର୍ସମେଣ୍ଟ ଟିମ୍‌ରେ ତହସିଲଦାରଙ୍କ ବ୍ୟତୀତ ଜଣେ ଅନ୍ୟ ଅଧିକାରୀ ଏବଂ ୧୫ ଜଣ ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀଙ୍କୁ ସାମିଲ କରାଯାଇଛି। ଏହି ସବୁ ଟିମ୍‌ର ନେତୃତ୍ବ ଓ ତଦାରଖର କାମ ସମ୍ପୃକ୍ତ ଅଞ୍ଚଳର ତହସିଲଦାର କରିବେ ଓ ପ୍ରତିଦିନ କରୋନା ନିୟମର ଉଲଂଘନ କରିଥିବା ଲୋକଙ୍କର କଟାଯାଇଥିବା ଚାଲାଣ ସମ୍ପର୍କରେ ସୂଚନା ସମନ୍ୱୟ ଶାଖାରେ ଦେବେ।


Share It

Comments are closed.