ବଦ୍ରିନାଥ ମନ୍ଦିରକୁ ୫କୋଟିର ଦାନ କଲେ ମୁକେଶ ଅମ୍ବାନୀ


ରିଲିୟାନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ଏବଂ ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ବିଶ୍ବର ଧନୀ ବ୍ୟବସାୟୀଙ୍କ ମଧ୍ୟରେ ଜଣେ । ମାତ୍ର ଏହା ବାଦ ସେ ପ୍ରବଳ ଭଗବାନ ବିଶ୍ବାସୀ ବୋଲି ଦେଖାଯାଇଥାଏ । ବିଭିନ୍ନ ସମୟରେ ଭାରତର ବହୁ ମନ୍ଦିରକୁ ସେ ଗସ୍ତ କରୁଥିବାର ଦେଖାଯାଇଥାଏ । ଏହିକ୍ରମରେ ଗୁରୁବାର ସେ ବଦରୀନାଥ ମନ୍ଦିର ଗସ୍ତ କରି ସେଠାରେ ପୂଜା ଅର୍ଚ୍ଚନା କରିଛନ୍ତି । ଏହି ସମୟରେ ସେ ବଦରୀନାଥ ଏବଂ କେଦାରନାଥ ମନ୍ଦିରର ବିକାଶ ଲାଗି ୫କୋଟି ଟଙ୍କା ଦାନ କରିଛନ୍ତି ।

ବଦରୀ ନାଥ-କେଦାର ନାଥ ମନ୍ଦିର ସମିତିର ଉପାଧ୍ୟକ୍ଷ କିଶୋର ପାଓ୍ବାର କହିଛନ୍ତି କି ଅମ୍ବାନୀ ନିଜ ସହଯୋଗୀଙ୍କ ସହ ହେଲିକପ୍ଟରରେ ମନ୍ଦିରରେ ପହଞ୍ଚିଥିଲେ ଏବଂ ସେଠାରେ ପୂଜାରେ ସାମିଲ ହୋଇଥିଲେ । ଏହାପରେ ବଦରୀନାଥ ଏବଂ କେଦାରନାଥର ବିକାଶ କାର୍ଯ୍ୟ ଲାଗି ୫କୋଟିର ଦାନ ବି କରିଛନ୍ତି ।


Share It

Comments are closed.