ମଞ୍ଚରେ ଭାଷଣ ଦେଉଥିବା ସମୟର ହଠାତ ଅଚେତ ହୋଇପଡିଲେ ଋପାନୀ, ଭିଡିଓ ଭାଇରାଲ


ଗୁଜୁରାଟରେ ଆଉ କିଛି ଦିନ ପରେ ହେବ ନଗରପାଳିକା ନିର୍ବାଚନ। ଏଥିପାଇଁ ଗୁଜୁରାଟରେ ଜମୁଛି ପ୍ରଚାର। ହେଲେ ରବିବାର ଦିନ ଏକ ପ୍ରଚାର ସଭାରେ ଘଟିଛି ଅଘଟଣ। ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଆୟୋଜିତ ଏକ ସଭାରେ ଭାଷଣ ଦେଉଥିବା ବେଳେ ହଠାତ୍‌ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ।

ସୂଚନାଯୋଗ୍ୟ, ଗୁଜୁରାଟରେ ନଗର ପାଳିକା ନିର୍ବାଚନ ପାଇଁ ଜୋରଦାର ଚାଲିଛି ନିର୍ବାଚନୀ ପ୍ରଚାର। ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଏକ ନିର୍ବାଚନ ପ୍ରଚାରରେ ଯୋଗ ଦେବାକୁ ରବିବାର ଦିନ ନିାଜମପୁରରେ ପହଁଞ୍ଚିଥିଲେ। ମଞ୍ଚରେ ଭାଷଣ ଦେବା ବେଳେ ହଠାତ୍‌ ମୁଣ୍ଡ ବୁଲାଇବ ସହିତ ଅଚେତ୍‌ ହୋଇ ତଳେ ପଡ଼ି ଯାଇଥିଲେ ବିଜୟ ରୂପାନୀ। ପରେ ପରେ ତାଙ୍କୁ ମେଡିକାଲରେ ଭର୍ତ୍ତୀ କରାଯାଇଥିଲା। ରୂପାନୀ ଚିକିତ୍ସିତ ହେଉଥିବା ମେଡିକାଲର ଡାକ୍ତର କହିଛନ୍ତି ଯେ, ବିଜୟ ରୂପାନୀଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍‌ ଅଛି। ରକ୍ତଚାପ କମି ଯାଇଥିବାରାୁ ସେ ଅଚେତ ହୋଇ ଯାଇଥିଲେ ବୋଲି ଡାକ୍ତର କହିଥିଲେ। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଡାକ୍ତର ଜଣକ କହିଛନ୍ତି।


Share It

Comments are closed.