କୃଷି ଆଇନ ଫେରସ୍ତ ନହେଲେ ଆହୁରି ତୀବ୍ର ହେବ ଆନ୍ଦୋଳନ: ଦିଲ୍ଲୀ ଆସୁଥିବା ପ୍ରତ୍ୟେକ ରାସ୍ତା ବନ୍ଦ କରିବାର ଚେତାବନୀ ଦେଲେ କୃଷକ


କୃଷି ଆଇନକୁ ବିରୋଧ କରୁଥିବା କୃଷକମାନେ ଚେତାବନୀ ଦେଇଛନ୍ତି ଯେ ଯଦି କେନ୍ଦ୍ର ସରକାର ଏହି ତିନୋଟି ଆଇନକୁ ରଦ୍ଦ ନକରନ୍ତି ତେବେ ଦିଲ୍ଲୀ ଆସୁଥିବା ପ୍ରତ୍ୟେକ ରାସ୍ତା ଗୋଟିଏ ପରେ ଗୋଟିଏ ବନ୍ଦ ହୋଇଯିବ। ମିଳିତ କୃଷକ କମିଟି ବୁଧବାର ବୈଠକରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି।

ଗୃହମନ୍ତ୍ରୀ ଅମିତ ଶାହ ଓ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ମଧ୍ୟରେ ଏ ପ୍ରସଙ୍ଗକୁ ନେଇ ଦୀର୍ଘ ଅଢେଇ ଘଣ୍ଟା ଧରି ବୈଠକ ଚାଲିଥିଲା । ଏହାପରେ ସରକାର କୃଷକଙ୍କୁ ସରକାର ଏମଏସପି ଜାରି ରଖିବା. ଏପିଏମସିକୁ ମଜବୁତ କରିବା ବେସରକାରୀ କମ୍ପାନୀକୁ ରେଜିଷ୍ଟ୍ରେସନ କରିବା ପାଇଁ କହିଛନ୍ତି । ଏହି ପ୍ରସ୍ତାବକୁ କୃଷକମାନେ ଖାରଜ କରିଦେଇଛନ୍ତି । ଏହାସହ ବଡ ଆନ୍ଦୋଳନ ପାଇଁ କୃଷକମାନେ ଅଂଟା ଭିଡିଛନ୍ତି । ଏହାସହ ସମସ୍ତ ରାଜପଥ ଅବରୋଧ ପାଇଁ କୃଷକ ସଙ୍ଗଠନ ଘୋଷଣା କରିଛନ୍ତି । ଆସନ୍ତା ୧୪ ତାରିଖରେ ଏହି ଆନ୍ଦୋଳନ ହେବ ।ଜିଲ୍ଲାସ୍ତରରେ ଏହାକୁ ବ୍ୟାପକ କରାଯିବା ସହ ଜୟପୁର-ଦିଲ୍ଲୀ ଏନଏଚ ବନ୍ଦ ହେବ ବୋଲି କୃଷକମାନେ ନିଷ୍ପତ୍ତି ନେଇଛନ୍ତି ।

ଆଇନକୁ ନେଇ କୌଣସି ପ୍ରକାର ବୁଝାମଣା କରିବା ପରିସ୍ଥିତିରେ ନାହାନ୍ତି ସରକାର । ଅନ୍ୟପକ୍ଷରେ ସରକାର ଦେଉଥିବା ସଂଶୋଧନ ପ୍ରସ୍ତାବ ଚାଷୀଙ୍କ ଅନୁରୂପ ନୁହେଁ ବୋଲି ଚାଷୀ କହୁଛନ୍ତି। ସରକାର ଆଇନ ଦ୍ୱାରା ରାଜ୍ୟମାନଙ୍କ କ୍ଷମତା ହ୍ରାସ କରି ସମସ୍ତ କ୍ଷମତା ନିଜ ହାତକୁ ନେବାକୁ ଚାହୁଁଥିବା ବେଳେ ଆଇନ ଚାଷୀ ଲାଗି ନୁହେଁ କର୍ପୋରେଟଙ୍କ ଲାଗି ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି। ଏଣୁ ଚାଷୀ ଆର-ପାର ଲଢେଇପାଇଁ ଏବେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେମାନେ ଦେଶରୁ କୃଷି ସଂଶୋଧିତ ଆଇନ ପ୍ରତ୍ୟାହାର ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି।


Share It

Comments are closed.