ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍ ପକ୍ଷରୁ ବେଉଲାହ ଇଂଟରନ୍ୟାସନାଲ୍ ଡେଭେଲପ୍‌ମେଂଟ୍ କର୍ପୋରେସନ୍‌ଠାରୁ ୧.୨୯ ବିଲିଅନ୍ ଡଲାର ବରାଦ ହାସଲ


ଭୁବନେଶ୍ୱର: ଭାରତରେ “ଜୟ ଇ-ବାଇକ୍‌” ଏବଂ “ଜୟ ଇ-ରିକ୍‌” ବ୍ରାଣ୍ଡ୍ ଅଧୀନରେ ଇଲେକ୍ଟ୍ରିକ୍ ଯାନର ପ୍ରମୁଖ ନିର୍ମାତା ୱାର୍ଡୱିଜାର୍ଡ ଇନୋଭେସନ୍ସ୍ ଆଣ୍ଡ୍ ମୋବିଲିଟି ଲିମିଟେଡ୍ ଆରପି କନେକ୍ଟ ସମର୍ôଥତ ଫିଲିପାଇନ୍ସର କମ୍ପାନୀ ବେଉଲାହ ଇଂଟରନ୍ୟାସନାଲ ଡେଭଲପମେଂଟ କର୍ପୋରେସନଠାରୁ ୧.୨୯ ବିଲିୟନ ଡଲାରର ଏକ ଗୁରୁତ୍ୱପୂର୍ଣ୍ଣ ବରାଦ ହାସଲ କରିଛି । ଏହା ସହିତ ୱାର୍ଡୱିଜାର୍ଡ ଏହାର ବର୍ତମାନର ପୋର୍ଟଫୋଲିଓରୁ ଉତ୍ପାଦ ବିତରଣ କରିବ, ଯେଉଁଥିରେ ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ, ବାଣିଜ୍ୟିକ ଏବଂ ଯାତ୍ରୀବାହୀ ଯାନ କ୍ଷେତ୍ରରେ ତିନି ଚକିଆ ଯାନ ଏବଂ ଫିଲିପାଇନ୍ସ ବଜାର ଚାରି ଚକିଆ ବାଣିଜ୍ୟିକ ଯାନ ବିକଶିତ କରିବ । ଏନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି ।
ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ଲିମିଟେଡର ଉତ୍ପାଦନ ଏବଂ ବ୍ୟବସାୟ ବିକାଶ (ଏକ୍ସପୋର୍ଟ) ମୁଖ୍ୟ ଶ୍ରେୟସ କୁରେକର ଏବଂ ବେଉଲାହ ଇଂଟରନ୍ୟାସନାଲ ଡେଭଲପମେଂଟ କର୍ପୋରେସନର ଅଧ୍ୟକ୍ଷା ଶ୍ରୀମତୀ ନାଦିଆ ଆରୋୟୋଙ୍କ ସମେତ ଉଭୟ ଅନୁଷ୍ଠାନର ଅନ୍ୟ ସମ୍ମାନିତ ସଦସ୍ୟମାନଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ।
ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ୟାତିନ ଗୁପ୍ତେ କହିଛନ୍ତି ଯେ, “ଆମର ଟେକ୍ନୋଲୋଜି ଏବଂ ଦୃଢ଼ ଉତ୍ପାଦ ପୋର୍ଟଫୋଲିଓ ଉପରେ ବିଶ୍ୱାସ ପ୍ରଦର୍ଶନ କରିଥିବାରୁ ଆମେ ବେଉଲାହ ଇଂଟରନ୍ୟାସନାଲ ଏବଂ ଆରପିକନେକ୍ଟକୁ ଧନ୍ୟବାଦ ଦେବାକୁ ଚାହୁଁଛୁ । ଭାରତ ବିଶ୍ୱ ବଜାର ପାଇଁ ଇଲେକ୍ଟ୍ରିକ୍ ମୋବିଲିଟିର ଏକ କେନ୍ଦ୍ର ପାଲଟିଛି ଏବଂ ଏଭଳି ସହଯୋଗିତା ଏହି ଦିଗରେ ଆମର ପ୍ରୟାସର ପ୍ରମାଣ । ଏହି ସୁଯୋଗ ଆମକୁ ଆମର ଅତ୍ୟାଧୁନିକ ଇଲେକ୍ଟ୍ରିକ୍ ସ୍କୁଟର ପ୍ରଚଳନ କରିବା ଏବଂ ଫିଲିପାଇନ୍ସ ବଜାର ପାଇଁ ୩ୱାଟ ଇ-ଟ୍ରିକ୍ (ଡି+୧୦), ଇ-ଟ୍ରିକ୍ (ଡି+୩ ପାସେଞ୍ଜର), ଇ-ଟ୍ରିକ୍ (ଡି+୫), ଇ-ଟ୍ରିକ୍ କାର୍ଗୋ, ଇଲେକ୍ଟ୍ରିକ୍ ମିନି ଟ୍ରକ୍ (୧.୫ ଟନ୍‌) ଏବଂ ଗଲ୍ଫ କାର୍ଟର୍ (୬ ଓ ୧୪ ସିଟ୍‌) ବିକଶିତ କରିବାକୁ ଅନୁମତି ଦେବ ।’’
ବେଉଲାହ ଇଂଟରନ୍ୟାସନାଲ ଡେଭଲପମେଂଟ କର୍ପୋରେସନର ସଭାପତି ଶ୍ରୀମତୀ ନାଦିଆ ଆରୋୟୋ କହିଛନ୍ତି ଯେ, “ୱାର୍ଡୱିଜାର୍ଡର ଅତ୍ୟାଧୁନିକ ଇଭି ସମାଧାନ ଫିଲିପାଇନ୍ସରେ ସର୍ବଜନୀନ ପରିବହନକୁ ପ୍ରଭାବିତ କରିବ ଏବଂ ଆମେ ପରିବର୍ତନ ଦେଖିବାକୁ ଆଗ୍ରହୀ । ଏହି ସହଭାଗିତାର ଏକ ଅଂଶ ଭାବରେ ଆମେ ଫିଲିପାଇନ୍ସରେ ଇଲେକ୍ଟ୍ରିକ୍ ଯାନ ବିକ୍ରି ଏବଂ ବିତରଣର ସୁବିଧା ପ୍ରଦାନ କରିବୁ । ପରିବହନ ବ୍ୟବସ୍ଥାର ଚେହେରା ବଦଳାଇବା ସହିତ ଏହି ପଦକ୍ଷେପ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ଆଗାମୀ ୧୦ ବର୍ଷ ମଧ୍ୟରେ ସ୍ଥାନୀୟ ଅର୍ଥନୀତିକୁ ସମର୍ଥନ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପୁଞ୍ଜିନିବେଶ ଆଣିବ ।”


Share It

Comments are closed.