ଜାପାନରେ ଏସିଆ ରୋଡ୍ ରେସିଂ ଚମ୍ପିଆନ୍‌ସିପ୍‌ର ତୃତୀୟ ରାଉଣ୍ଡରେ ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆର କେଭିନ୍‌ଙ୍କୁ ରେସ୍‌-୧ରେ ପଏଂଟ୍‌


ଭୁବନେଶ୍ୱର: ଜାପାନର ମୋବିଲିଟି ରିସୋର୍ଟ ମୋଟେଗିରେ ଚାଲିଥିବା ୨୦୨୪ ଏଫ୍‌ଆଇଏମ୍ ଏସିଆ ରୋଡ୍ ରେସିଂ ଚମ୍ପିଆନ୍‌ସିପ୍‌ର ତୃତୀୟ ରାଉଣ୍ଡର ପ୍ରଥମ ରେସ୍‌ରେ ଆଇଡେମିସୁ ହୋଣ୍ଡା ଇଣ୍ଡିଆର ଚାଳକ କେଭିନ୍ କ୍ୱିଂଟାଲ୍ ଚମତ୍କାର ରେସ୍ ପ୍ରଦର୍ଶନ କରି ପଏଂଟ୍ ହାସଲ କରିଛନ୍ତି ।
ଟିମ୍‌ର ଦୁଇ ଚାଳକ କେଭିନ୍ ଓ ମୋହସିନ ପରମବାନ୍ ଅନ୍ତର୍ଜାତୀୟ ମାଟିରେ ଉଲ୍ଲେଖନୀୟ ରେସ୍ ପ୍ରଦର୍ଶନ କରିଛନ୍ତି । ଜାପାନର ଏହି କଠିନ ସର୍କିଟ୍‌ରେ ଆଗକୁ ବଢ଼ି ଉଭୟ ରେସ୍ ଟ୍ରାକ୍‌ରେ ଦୃଢ଼ ପ୍ରଦର୍ଶନ କରିଥିଲେ । କଠିନ ପରିସ୍ଥିତିରେ ଆଗକୁ ବଢ଼ିବାରେ ସେମାନଙ୍କ ଦକ୍ଷତା ଯୋଗୁଁ ଟିମ୍ ଶ୍ରେଷ୍ଠ ୧୫ ଭିତରେ ରେସ୍‌ରେ ରହିପାରିଛି ।
ଚେନ୍ନାଇର ୧୯ ବର୍ଷୀୟ ଚାଳକକେଭିନ୍ ଗ୍ରିଡ୍‌ର ୧୯ତମ ସ୍ଥାନରେ ରହି ରେସ୍ ଆରମ୍ଭ କରିବା ସହ ରେସ୍ ସାରା ସ୍ଥାୟିତ୍ୱ ବଜାୟ ରଖିଥିଲେ । ଶେଷ ଲ୍ୟାପରେ ନିଜ ଦକ୍ଷତାକୁ ଉପଯୋଗ କରି ସେ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଆଗକୁ ବଢ଼ିପାରିଥିଲେ ଏବଂ ଟ୍ରାକ୍‌ରେ କୌଣସି ଭୁଲ ନକରି ୧୪ତମ ସ୍ଥାନରେ ରହି ରେସ୍ ଶେଷ କରିଥିଲେ । ମୋଟ ୨୨:୬.୫୧୬ ସମୟ ନେଇ ରେସ୍ ଶେଷ କରିବା ସହ ସେ ଟିମ୍ ପାଇଁ ୨ ପଏଂଟ୍ ଜିତିଛନ୍ତି ।
ସେହିପରି ମାଲାପୁରମର ୨୨ ବର୍ଷୀୟ ଚାଳକ ମୋହସିନ୍ ପି ୨୧ତମ ସ୍ଥାନରୁ ରେସ୍ ଆରମ୍ଭ କରିବା ସହ ନିଜ ପୂର୍ଣ୍ଣ ଦକ୍ଷତା ପ୍ରଦର୍ଶନ କରିଥିଲେ । ସେ କଡ଼ା ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହୋଇ ନିଜ ସ୍ପିଡ୍ ବଜାୟ ରଖିପାରିଥିଲେ । ସେ ମୋଟ ୨୨:୨୯.୧୫୫ ସମୟ ନେଇ ୧୭ତମ ସ୍ଥାନରେ ରହି ରେସ୍ ଶେଷ କରିଥିଲେ, କିନ୍ତୁ ଦୁର୍ଭାଗ୍ୟବସତଃ ଟିମ୍ ପାଇଁ କୌଣସି ପଏଂଟ୍ ଜିତିପାରିନଥିଲେ ।
ନିଜ ପ୍ରଦର୍ଶନ ସମ୍ପର୍କରେ କେଭିନ୍ କହିଛନ୍ତି ଯେ, “ଏହି ଦୌଡ଼ରେ ୧୪ତମ ସ୍ଥାନ ହାସଲ କରିବା ଆଜି ମୋ ପାଇଁ ଚ୍ୟାଲେଞ୍ଜିଂ ଓ ଲାଭଦାୟକ ଥିଲା । ମୋର ରଣନୀତି ଏକ ନିରନ୍ତର ଗତି ବଜାୟ ରଖିବା ଏବଂ ମୋ ବାଟରେ ଆସୁଥିବା ପ୍ରତ୍ୟେକ ସୁଯୋଗର ଫାଇଦା ଉଠାଇବା ଉପରେ ରହିଥିଲା । ମୋବିଲିଟି ରିସୋର୍ଟ ମୋଟେଗି ସର୍କିଟ୍ ନିଜର ଚ୍ୟାଲେଞ୍ଜ ନେଇ ଆସିଛି ଏବଂ ଆମେ ଖୁସି ଯେ ଦୌଡ଼ରେ ଏକମାତ୍ର ଭାରତୀୟ ଦଳ ଭାବେ ଆମେ ଚାମ୍ପିୟନସିପ୍ ରେ ୨ ପଏଂଟ୍ ହାସଲ କରିଛୁ । ଆଗକୁ ଦୌଡ଼ରେ ମୋ ପ୍ରଦର୍ଶନକୁ ବଢ଼ାଇବାକୁ ଚେଷ୍ଟା କରିବି । ଆମ ଦଳର ଅତୁଟ ସମର୍ଥନ ପ୍ରକୃତରେ ଉଲ୍ଲେଖନୀୟ ଏବଂ ମୁଁ ଆଗାମୀ ରାଉଣ୍ଡରେ ମୋର ସର୍ବୋତମ ପ୍ରଦର୍ଶନ କରିବାକୁ ଆଗ୍ରହୀ ।’’
ସେହିପରି, ମୋହସିନ୍ ପି କହିଛନ୍ତି ଯେ, “ଆଜିର ଫଳାଫଳ ମୋ ଆଶା ପୂରଣ କରିପାରିଲା ନାହିଁ । ମୁଁ ଆତ୍ମବିଶ୍ୱାସର ସହ ରେସ୍ ଆରମ୍ଭ କରିଥିଲି, ଭଲ ସ୍ଥାନ ହାସଲ କରିବା ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ଜୋର୍‌ରେ ଆଗକୁ ବଢ଼ିଥିଲି । ଦୁର୍ଭାଗ୍ୟବଶତଃ ସବୁ କିଛି ଯୋଜନା ମୁତାବକ ହୋଇପାରିଲା ନାହିଁ । ଆଜିର ଦୌଡ଼କୁ ଦେଖିଲେ ମୁଁ ଉନ୍ନତିର କ୍ଷେତ୍ର ଦେଖୁଛି । ଉତମ ଫଳାଫଳ ଲକ୍ଷ୍ୟରେ ମୁଁ ଆସନ୍ତାକାଲିର ଦୌଡ଼ ପାଇଁ ମୋର ରଣନୀତିକୁ ସଂଶୋଧନ କରିବି ।”


Share It

Comments are closed.