ଆସନ୍ତୁ ଜାଣିବା ବାସ୍ତୁ ହିସାବରେ କେଉଁ ଦିଗରେ ଘଣ୍ଟା ରହିଲେ କଣ ପଡିଥାଏ ପ୍ରଭାବ


ପ୍ରତ୍ୟେକଙ୍କ ଘରେ ଘଡି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଘଡି ବା ଘଣ୍ଟା ଦ୍ୱାରା ଆମ୍ଭେମାନେ ସଠିକ ସମୟରେ ସଠିକ କାର୍ଯ୍ୟ କରିଥାଉ । କିନ୍ତୁ ବାସ୍ତୁ ହିସାବରେ ଘରେ ଦିଗ ଅନୁଯାୟୀ ଘଡି ରଖିବା ଦ୍ୱାରା ଘରେ ଭଲ କିମ୍ବା ଖରାପ ପ୍ରଭାବ ପଡିଥାଏ । ସଠିକ ଦିଗ ଦ୍ୱାରା ସକରାତ୍ମକ ପ୍ରଭାବ ଏବଂ ଭୁଲ ଦିଗ ଦ୍ୱାରା ଘରେ ନକାରତ୍ମକ ପ୍ରଭାବ ପଡିଥାଏ । ଆସନ୍ତୁ ଜାଣିବା କେଉଁ ଦିଗର କାନ୍ଥରେ ଘଡି ରଖିôବା ଦ୍ୱାରା କଣ ପ୍ରଭାବ ପଡିଥାଏ ।
୧. ଉତ୍ତର ଦିଗ – ଉତ୍ତର ଦିଗରେ କୁବେରଙ୍କ ବାସ ରହିଥାଏ । ଘରେ ଉତ୍ତର ଦିଗର କାନ୍ଥରେ ଘଡି ଟଙ୍ଗାଇବା ଦ୍ୱାରା ଘରେ ଧନ ସମ୍ପତ୍ତି ର ଅଭାବ ହୋଇନଥାଏ । ଘରେ ଆର୍ଥିକ ସମସ୍ୟା ଲାଗିରହୁଥିଲେ ଉତ୍ତର ଦିଗ କାନ୍ଥରେ ଘଡି ଟଙ୍ଗାଇଦିଅନ୍ତୁ ।
୨. ଦକ୍ଷିଣ ଦିଗ – ଦକ୍ଷିଣ ଦିଗରେ ଘଡି ରଖିବା ଦ୍ୱାରା ଘରେ ଆର୍ଥିକ ସମସ୍ୟା ଦେଖାଯାଇଥାଏ । ଆପଣ ଭୁଲରେ ବି ଘରର ଦକ୍ଷିଣ ଦିଗରେ ଘଡି ଟଙ୍ଗାନ୍ତୁ ନାହିଁ ।
୩. ପୂର୍ବ ଦିଗ – ଯଦି ଆପଙ୍କ ଘରେ ଉତ୍ତର ଦିଗରେ ଘଡି ରଖିବାକୁ ସ୍ଥାନ ନାହିଁ ତେବେ ଆପଣ ଘଡିକୁ ପୂର୍ବ ଦିଗରେ ରଖିପାରିବେ । ପୂର୍ବଦିଗରେ ଘଡି ରଖିବା ଦ୍ୱାରା ଘରେ ସକାରତ୍ମକ ଉର୍ଜା ଉତ୍ପନ୍ନ ହୋଇଥାଏ । ଆପଣ ଶୋେଇବା ରୁମରେ ଏହି ଦିଗରେ ମଧ୍ୟ ଘଡି ରଖିପାରିବେ ।
୪. ପଶ୍ଚିମ ଦିଗ – ପଶ୍ଚିମ ଦିଗ ଘଡି ରଖିବା ପାଇଁ ମଧ୍ୟ ଏକ ଉପଯୁକ୍ତ ଦିଗ ଅଟେ । ଏହା ଦ୍ୱାରା ଘରେ ସୁଖର ବୃଷ୍ଟି ଏବଂ ସମ୍ପତ୍ତିର ବୃଦ୍ଧି ହୋଇଥାଏ । ଆପଣଙ୍କୁ ଘରେ କୌଣସି ଦିଗ ନମିଳିଲେ ଆପଣ ପଶ୍ଚିମ ଦିଗର ଚୟନ କରିପାରିବେ । ଲିଭିଂ ରୁମରେ ଘଡି ରଖିବା ପାଇଁ ଏହି ଦିଗ ଖୁବ ଉତ୍ତମ ଅଟେ ।


Share It

Comments are closed.