ବିରାଟଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଲେ ବିସିସିଆଇ ଅଧିକାରୀ, କହିଲେ କିଛି ଏପରି


ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାକୟ ବିରାଟ କୋହିଲଙ୍କ ବୟାନକୁ ନେଇ ଚର୍ଚ୍ଚା ଜୋରଦାର । ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପରେ ପ୍ରେସ୍‌ କନ୍‌ଫରେନ୍ସରେ ବିରାଟ କୋହଲି ନିଜ ଅବସର ନେଇ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ । ବିରାଟ କହିଥିଲେ କି, ଟେଷ୍ଟ କ୍ୟାପଟନ ପଦରୁ ଇସ୍ତଫା ଦେବା ପରେ ଧୋନିଙ୍କ ବ୍ୟତୀତ ଆଉ କେହି ବି ହେଲେ ମେସେଜ୍‌ କରିନଥିଲେ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କିଛି ପୂର୍ବତନ କ୍ରିକେଟର ଏହାକୁ ବିରୋଧ କରିବା ପରେ ଏବେ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ।

ସେ କହିଛନ୍ତି ଯେ, ବିରାଟଙ୍କୁ ସମସ୍ତ ସହଯୋଗ କରିଛନ୍ତି । ବିସିସିଆଇଠୁ ନେଇ ସାଥୀ ଖେଳାଳି ପର୍ଯ୍ୟନ୍ତ ସବୁ ସଦସ୍ୟ ସର୍ପୋଟ କରିଛନ୍ତି । ତାଙ୍କ ସହଯୋଗ ନକରିବା କଥା ପୁରା ମିଛ । ବିରାଟଙ୍କୁ ଯେତେବେଳେ ବ୍ରେକ୍‌ ଦରକାର ଥିଲା, ସେତେବେଳେ ତାଙ୍କୁ ଦିଆଯାଇଛି । ବିରାଟ ଯେଉଁ ସମୟରେ ଟେଷ୍ଟ ଅଧିନାୟକ ପଦ ଛାଡିଥିଲେ । ସେହିସମୟରେ ବିସିସିଆଇର ବରିଷ୍ଠ ଅଧିକାରୀମାନେ ସୋସିଆଲ୍ ମିଡିଆରେ ତାଙ୍କୁ ଶୁଭକାମନା ଜଣାଇଥିଲେ ।

ତେବେ ଆଜିକା ଦିନରେ ବିସିସିଆଇ ଏବଂ ବିରାଟଙ୍କ ମଧ୍ୟରେ କୌଣସି ମତଭେଦ ନାହିଁ । ଭାରତୀୟ କ୍ରିକେଟ୍‌ ପାଇଁ ତାଙ୍କ ଯୋଗଦାନକୁ କେହି ବି ଭୁଲି ପାରିବେନି । ସମସ୍ତେ ସମ୍ମାନ କରୁଛନ୍ତି । ତିନୋଟି ଫର୍ମାଟରେ ବିରାଟ ଜଣେ ଉଚ୍ଚକୋଟୀର ଖେଳାଳି । ଆଉ ଏବେ ଠିକ୍‌ ସମୟରେ ତାଙ୍କ ଫର୍ମ ଫେରିଛି । ସେ ଲଗାତର ଭାବେ ନିଜ ଫର୍ମ ବଳରେ ନୂଆ ନୂଆ ରେକର୍ଡ କରୁଥାନ୍ତି । ଏହାହିଁ ଆମର ଇଛା ।ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ରେ ଏହା ଟିମ୍‌ ପାଇଁ ସହାୟକ ହେବ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି ।


Share It

Comments are closed.