ସଚିନଙ୍କ ରେକର୍ଡର ସମକକ୍ଷ ହେବା ପରେ ଭାବପ୍ରବଣ ହୋଇ କୋହଲି କହିଲେ, “ସେ ମୋର ହିରୋ ଥିଲେ ଏବଂ ସର୍ବଦା ରହିବେ”


ବିଶ୍ୱକପର ୨୦୨୩ର ୩୭ତମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୨୪୩ ରନ୍ ରେ ପରାସ୍ତ କରିଛି ଟିମ୍ ଇଣ୍ତିଆ । ଏହି ବିଜୟ ସହ ଭାରତ ନିଜର ଅପରାଜେୟ ଧାରା ଜାରି ରଖିଛି । ଏହି ମ୍ୟାଚ୍ ରେ ରବିନ୍ଦ୍ର ଜାଡ଼େଜାଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ୫ ୱିକେଟ୍ ହାତେଇ ମ୍ୟାଚ୍ କୁ ଏକତରଫା କରିଦେଇଥିଲେ ଜାଡ଼େଜା । ଯାହା ଫଳରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତକୁ ମିଳିଛି ବୃହତ ବିଜୟ । ସେପଟେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୪୯ତମ ଶତକର ସମକକ୍ଷ ହୋଇ ଫ୍ୟାନ୍ସଙ୍କୁ ନିଜ ଜନ୍ମଦିନର ଭେଟି ଦେଇଛନ୍ତି କିଙ୍ଗ କୋହଲି । ତେବେ ଏହି କୀର୍ତ୍ତିମାନ ହାସଲ କରିବା ପରେ କୋହଲି ଦେଇଥିବା ବୟାନ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ।

କୋହିଲଙ୍କ ବୟାନ

ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ରେ ୪୯ ତମ ଶତକ ପାଇଁ କିଙ୍ଗ କୋହଲିଙ୍କୁ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ଘୋଷଣା କରାଯାଇଛି । ମ୍ୟାଚ୍ ପରେ କୋହଲି କହିଛନ୍ତି, ଏହା ଟୁର୍ଣ୍ଣାମେଣ୍ଟର ସବୁଠାରୁ କଠିନ ଦଳ ଥିଲା। ମୁଁ କେବଳ ଭଲ ପ୍ରଦର୍ଶନ କରିବାକୁ ଚାହୁଁଥିଲି । ଜନ୍ମଦିନରେ ଭଲ ଇନିଂସ ଖେଳାଯିବା ପରେ ଏହା ଅଧିକ ଖାସ୍ ହୋଇଗଲା । ମ୍ୟାଚ୍ ସମୟରେ ମୁଁ ଆହୁରି ଭଲ କରିବାକୁ ଚାହୁଁଥିଲି, କିନ୍ତୁ ଲଗାତାର ବୋଲି୍ଂ ପରେ ପିଚ୍ ର ସ୍ଥିତି ବଦଳିବାକୁ ଲାଗିଥିଲା । ଯେଉଁଥିପାଇଁ ମୋତେ ପ୍ଲାନିଂରେ ପରିବର୍ତ୍ତନ କରିବାକୁ ପଡିଥିଲା’ ।

 

View this post on Instagram

 

A post shared by ICC (@icc)

ସେ ଆଉ ମଧ୍ଯ କହିଥିଲେ ଯେ, ‘ମୁଁ ଖୁସି ଯେ ମୁଁ ମ୍ୟାଚରେ ମୋର କାମ କରିପାରିଛି। ମୁଁ ରେକର୍ଡ ତିଆରି କରିବାକୁ ଚାହୁଁନଥିଲି, ମୁଁ କେବଳ ରନ୍ ସ୍କୋର କରିବାକୁ ଚାହଁଥିଲି । ମୁଁ ଖୁସି ଯେ, ମୁଁ ପୁନର୍ବାର ଏପରି କରିବାକୁ ସକ୍ଷମ ହୋଇଛି। ସଚିନଙ୍କ ସହ ସମକକ୍ଷ ହେବା ବଡ କଥା । ସେ ମୋର ହିରୋ । ମୁଁ ଜାଣେ ଲୋକମାନେ ତୁଳନା କରନ୍ତି, କିନ୍ତୁ ତାଙ୍କ ସହ କୌଣସି ତୁଳନା ନାହିଁ । ସେ ମୋର ହିରୋ ଥିଲେ ଏବଂ ସର୍ବଦା ରହିବେ । ମୋର ମନେ ଅଛି ଯେଉଁଠାରେ ମୁଁ ତାଙ୍କୁ ଟିଭିରେ ଦେଖୁଥିଲି, ବର୍ତ୍ତମାନ ସେହି ସ୍ଥାନରେ ପହଞ୍ଚିବା ପରେ ମୁଁ ଭାବପ୍ରବଣ ଅଟେ’ ।
ମ୍ୟାଚ୍ ପରେ ଅଧିନାୟକ ରୋହିତ ଶର୍ମା କହିଛନ୍ତି, ‘ପରିସ୍ଥିତି ଅନୁଯାୟୀ ଆମେ ଭଲ ପ୍ରଦର୍ଶନ କରିଛୁ। ଆମେ ଇଂଲଣ୍ଡ ବିପକ୍ଷରେ ଟିକେ ବିଚଳିତ ହୋଇଥିଲୁ, କିନ୍ତୁ ବୋଲରମାନେ ବହୁତ ଭଲ ପ୍ରଦର୍ଶନ କରିଥିଲେ। ଶେଷ ମ୍ୟାଚରେ ଆମେ ଶୀଘ୍ର ୱିକେଟ୍ ହରାଇଥିଲୁ। ଏହା ସତ୍ତ୍ବେ ଟିମ୍ ବଡ଼ ସ୍କୋର କରିବାରେ ସଫଳ ହୋଇଥିଲା । ଆଜିର ମ୍ୟାଚ୍‌ରେ କୋହଲି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଯାହାକୁ ଯେଉଁ ଦାୟିତ୍ବ ଦିଆଯାଇଥିଲା ସମସ୍ତ ନିଜ ଦାୟିତ୍ବକୁ ନିପୁଣତାର ସହ ତୁଲାଇଥିଲେ । ମ୍ୟାଚ୍ ପୂର୍ବରୁ ୱିକେଟ୍ ସ୍ଥିତିକୁ ବିଚାର କରି ଆମେ ଯୋଜନା କରିଥିଲୁ। ଜାଡେଜା ନିଜ କାମକୁ ଭଲ ତୁଲାଇଛନ୍ତି । ବୋଲିଂରେ ତାଙ୍କର କୌଣସି ଉତ୍ତର ନାହିଁ’।


Share It

Comments are closed.