ଏବେ କୃଷକମାନେ ଏହି ଯୋଜନା ଅଧିନରେ ଏବେ ପାଇପାରିବେ ୧୫ ଲକ୍ଷ ଟଙ୍କା !


କେନ୍ଦ୍ର ସରକାର ଚାଷୀ ଭାଇମାନଙ୍କ ଆର୍ଥିକ ସ୍ଥିତି ମଜବୁତ କରବା ପାଇଁ ଅନେକ ସୁବିଧା ସୁଯୋଗ ଯୋଗାଇ ଆସୁଛନ୍ତି। ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ବ୍ୟତୀତ କୃଷକମାନଙ୍କୁ ୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଯଦି ଆପଣ ମଧ୍ୟ ଏହି ୧୫ ଲକ୍ଷ ଟଙ୍କାର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଜାଣନ୍ତୁ ଆପଣ ଏହି ଟଙ୍କା ଆପଣ କିପରି ପାଇପାରିବେ।
କାହିଁକି ଆରମ୍ଭ ହୋଇଥିଲା ଏହି ଯୋଜନା?

ଭାରତକୁ ଏକ କୃଷି ପ୍ରଧାନ ଦେଶ କୁହାଯାଏ, କିନ୍ତୁ ଆଜି ବି କୃଷଙ୍କ ସହ ଜଡିତ ଆବଶ୍ୟକୀୟ ଉପକରଣର ଅନେକ ଅଭାବ ରହିଛି। ଏ ସମ୍ପର୍କରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିସାନ FPO ଯୋଜନା ଆରମ୍ଭ କରିଛନ୍ତି। କୃଷି ସମ୍ବନ୍ଧୀୟ ବ୍ୟବସାୟ ଆରମ୍ଭ କରିବା ପାଇଁ FPO ଯଥା କୃଷକ ଉତ୍ପାଦକ ସଂଗଠନ ଜରିଆରେ ଚାଷୀମାନେ ୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପାଇପାରିବେ।
କୃଷକମାନଙ୍କୁ ଏକ ସଂଗଠନ ଗଠନ କରିବାକୁ ପଡିବ-

ତେବେ ଏହି ଆର୍ତିକ ସହାୟତାର ଲାଭ ଉଠାଇବା ପାଇଁ ଅର୍ଥାନ PM Kisan FPO ଯୋଜନାର ଲାଭ ପାଇବା ପାଇଁ କୃଷକମାନଙ୍କୁ ଏକ ସଂସ୍ଥା କିମ୍ବା କମ୍ପାନୀ (FPO) ଗଠନ କରିବାକୁ ପଡ଼ିବ, ଯାହା ଅଧିନରେ ଅତିକମରେ ୧୧ ଜଣ କୃଷକ ରହିବା ଉଚିତ୍।
ଆପଣ ଏହି ଜିନିଷଗୁଡିକ କିଣିବାରେ ସାହାଯ୍ୟ ପାଇବେ-

ଏହି ସରକାରୀ ଯୋଜନା ମାଧ୍ୟମରେ କୃଷକମାନଙ୍କୁ କୃଷି ସମ୍ବନ୍ଧୀୟ ଉପକରଣ କିମ୍ବା ସାର,କିଟନାଶକ ଏବଂ ବିହନ କିଣିବାରେ ସାହାଯ୍ୟ କରାଯିବ। ସୂଚନା ଅନୁଯାୟୀ, ୨୦୨୩-୨୪ ସୁଦ୍ଧା ସରକାର ୧୦ ହଜାର FPO ଗଠନ କରିବାକୁ ଲକ୍ଷ୍ୟ ରଖିଛନ୍ତି।
କେଉଁଠି କରିବେ ଆବେଦନ ?

ଆପଣ ଏହି ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ଭାରତ ସରକାରଙ୍କ ଜାତୀୟ କୃଷି ବଜାରର ଅଫିସିଆଲ୍ ୱେବସାଇଟ୍ (https://www.enam.gov.in) ରୁ ଆବେଦନ କରିପାରିବେ।


Share It

Comments are closed.