ଡ୍ରେସିଂ ରୁମ୍ ଭିତରେ ଏହିପରି ଜନ୍ମଦିନ ପାଳନ କଲେ ବିରାଟ


ଗତକାଲି ନିଜ ଜନ୍ମଦିନରେ ନିଜେ ନିଜକୁ ଉପହାର ଦେଇଛନ୍ତି ବିରାଟ କୋହଲି। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ସେ ୪୯ତମ ଶତକ ପୂରଣ କରି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କରେକର୍ଡର ସମକକ୍ଷ ହୋଇଛନ୍ତି। ତେବେ ଗତ କାଲିର ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରି ଭାରତ ବିଶ୍ୱକପରେ ନିଜର ଅପରାଜୟ ଯାତ୍ରା ଜାରି ରଖିଛି। ଗତକାଲି ନିଜ ଜନ୍ମଦିନରେ ନିଜେ ନିଜକୁ ଉପହାର ଦେଇଛନ୍ତି ବିରାଟ କୋହଲି। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ସେ ୪୯ତମ ଶତକ ପୂରଣ କରି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ତେବେ ଗତ କାଲିର ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରି ଭାରତ ବିଶ୍ୱକପରେ ନିଜର ଅପରାଜୟ ଯାତ୍ରା ଜାରି ରଖିଛି।ତେବେ ଗତ କାଲି ବିରାଟ କୋହଲିଙ୍କ ଶତକୀୟ ଇନିଂସ ଓ ରବୀନ୍ଦ୍ର ଜାଡ଼େଜାଙ୍କ ଘାତକ ବୋଲିଂ ବଳରେ ଭାରତ ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ସହଜ ବିଜୟ ହାସଲ କରିନେଇଛି। କୋଲକାତାର ଇଡେନ ଗାର୍ଡେନରେ ଚଳିତ ବିଶ୍ୱକପର ୩୭ତମ ମ୍ୟାଚରେ ଭାରତର ସହଜ ବିଜୟ ହାସଲ କରିନେଇଛି। ତେବେ ଦଳର ବିଜୟ ପରେ ଡ୍ରେସିଂ ରୁମରେ ଦଳର ସମସ୍ତ ସଦସ୍ୟ ମିଶି ବିରାଟଙ୍କ ଜନ୍ମଦିନ, ଶତକ ଓ ରବୀନ୍ଦ୍ର ଜାଡ଼େଜାଙ୍କ ଭଲ ପ୍ରଦର୍ଶନକୁ ସେଲିବ୍ରେଟ୍ କରିଛନ୍ତି। ତେବେ ଇଡେନ ଗାର୍ଡେନରେ ଖେଳାଯାଇଥିବା ମ୍ୟାଚରେ ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକାକୁ ୨୪୩ ରନରେ ପରାସ୍ତ କରିଛି ଭାରତ। ଟସ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ୩୨୬ ରନର ବିଶାଳ ସ୍କୋର କରିଥିଲା। ଭାରତ ପକ୍ଷରୁ ବିରାଟ କୋହଲି ୧୦୦ ରନ କରି ଅପରାଜିତ ରହିଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ୨୭.୧ ବଲରେ ମାତ୍ର ୮୩ ରନ କରି ଅଲଆଉଟ ହୋଇଯାଇଥିଲା।

ଗତ କାଲି ୩୫ ବର୍ଷରେ ପାଦ ଥାପିଛନ୍ତି କିଙ୍ଗ କୋହଲି । ତେବେ ଏନେଇ ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ପରିବାର ସଦସ୍ୟ ଓ ସହ-ଖେଳାଳୀମାନେ ତାଙ୍କୁ ଅନେକ ଶୁଭେଚ୍ଛା ଜଣାଇଛନ୍ତି। ୧୯୮୮ ମସିହାରେ ନଭେମ୍ବର ୫ରେ ଏକ ମଧ୍ଯବତ୍ତି ପରିବାରରେ ବିରାଟଙ୍କ ଜନ୍ମ । ପୂର୍ବରୁ ଉତ୍ତରପ୍ରଦେଶରେ ରହୁଥିବା ବିରାଟଙ୍କ ପରିବାର ପରେ ଦିଲ୍ଲୀ ଚାଲି ଆସିଥିଲେ । ସେବେଠାରୁ ବିରାଟ ଦିଲ୍ଲୀରେ ରହିବାକୁ ଲାଗିଲେ । ବାସ୍ ଏହିଠାରୁ ଆରମ୍ଭ ହୋଇଥିଲା ବିରାଟଙ୍କ କ୍ରିକେଟ୍ ଯାତ୍ରା ।

୨୦୦୮ ମସିହାରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ ବିରାଟ । ଏହାପରେ ସେ ଟେଷ୍ଟ ଓ ଟି-୨୦ ଦଳରେ ସାମିଲ ହୋଇଥିଲେ । ୨୦୧୧ ମସିହାରେ ବାଂଲାଦେଶ ବିରୋଧରେ ଶତକ ଓ ଫାଇନାଲ ମ୍ୟାଚ୍ ରେ ଦମଦାର ୩୧ ରନ୍ ତାଙ୍କୁ କ୍ରିକେଟ୍ ଜଗତରେ ପରିଚିତ କରାଇଥିଲା ।


Share It

Comments are closed.