ରୋନାଲ୍ଡୋଙ୍କ ପାଇଁ ଭାବପ୍ରବଣ ପୋଷ୍ଟ ଲେଖିଲେ ବିରାଟ


ଚଳିତ ଫିଫା ବିଶ୍ୱକପ ୨୦୨୨ (FIFA World Cup 2022) କାତାରରେ ଧୂମଧାମରେ ଆୟୋଜନ କରାଯାଉଛି । ଏହି ଟୁର୍ଣ୍ଣାମେଣ୍ଟରେ ଅନେକ ଅଲଟପାଲଟ ଦେଖିବାକୁ ମିଳିଛି । ଏହା ସହ ଫିଫା ବିଶ୍ୱକପ ୨୦୨୨ ଅନେକ କାରଣରୁ ବିବାଦରେ ରହିଆସିଛି । ଫିଫା ବିଶ୍ୱକପ ୨୦୨୨ (FIFA World Cup Qatar 2022) ରୁ ପର୍ତ୍ତୁଗାଲ ଦଳ (Portugal Football Team) ବାହାର ହୋଇଯାଇଛି । ଏହା ପରେ ମହାନ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ (Cristiano Ronaldo) ଅନ୍ତର୍ଜାତୀୟ ଫୁଟବଲରୁ ଅବସର ନେବାର ସଂକେତ ଦେଇଛନ୍ତି । ସେ ପୁନର୍ବାର ପର୍ତ୍ତୁଗାଲ ପାଇଁ ଖେଳିବେ କି ନାହିଁ ତାହା ନିଶ୍ଚିତ କରିନାହାଁନ୍ତି, କିନ୍ତୁ ପରିସ୍ଥିତିକୁ ବ୍ୟାଖ୍ୟା ପାଇଁ ଖୋଲା ରଖିଛନ୍ତି । ଏହି ସମୟରେ ଭାରତର ଷ୍ଟାର୍ କ୍ରିକେଟର ବିରାଟ କୋହଲି (Virat Kohli) ସୋସିଆଲ ମିଡିଆରେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପାଇଁ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି ।

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି (Virat Kohli) ଟ୍ୱିଟ୍ କରି କହିଛନ୍ତି ଯେ, “ଆପଣ ଏହି କ୍ରୀଡାରେ ତଥା ଦୁନିଆର କ୍ରୀଡା ପ୍ରଶଂସକମାନଙ୍କ ପାଇଁ ଯାହା କରିଛନ୍ତି ତାହା କୌଣସି ଟ୍ରଫି କିମ୍ବା ଟାଇଟଲ୍ କମ୍ କରିପାରିବ ନାହିଁ । କୌଣସି ଟାଇଟଲ୍ ଏହା କହି ପାରିବ ନାହିଁ ଆପଣ ଲୋକଙ୍କ ଉପରେ କଣ ପ୍ରଭାବ ପକାଇଛନ୍ତି ଓ ଯେତେବେଳେ ଆମେ ଆପଣଙ୍କୁ ଖେଳୁ ଥିବାର ଦେଖିଥାଉ ତ ମୁଁ ଓ ସାରା ଦୁନିଆର ଲୋକ କଣ ଅନୁଭ କରନ୍ତି, ତାହା ଭଗବାନଙ୍କ ତରଫରୁ ଏକ ଉପହାର ।” କିଙ୍ଗ୍ କୋହଲି (Virat Kohli) ଆହୁରି ମଧ୍ୟ ଲେଖିଛନ୍ତି ଯେ, “ଜଣେ ବ୍ୟକ୍ତିଙ୍କ ପାଇଁ ଏକ ବାସ୍ତବିକ ଆଶୀର୍ବାଦ, ଯିଏ ପ୍ରତିଥର ନିଜ ହୃଦୟରୁ ଖେଳନ୍ତି ଏବଂ କୌଣସି କ୍ରୀଡ଼ାବିତଙ୍କ ପାଇଁ କଠିନ ପରିଶ୍ରମ, ନିଷ୍ଠା ଏବଂ ପ୍ରକୃତ ପ୍ରେରଣା ଅଟେ । ଆପଣ ମୋ ପାଇଁ ସର୍ବକାଳୀନ ମହାନ ।” ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ରବିବାର ଦିନ କ୍ରିଷ୍ଟିଆନୋ ରୋନାଲ୍ଡୋ କହିଥିଲେ ଯେ କାତାର ବିଶ୍ୱକପରୁ ପର୍ତ୍ତୁଗାଲ ବାହାର ହେବା ପରେ ତାଙ୍କର ସ୍ୱପ୍ନ ଶେଷ ହୋଇଯାଇଛି । କ୍ରିଷ୍ଟିଆନୋ ରୋନାଲ୍ଡୋ (Cristiano Ronaldo) ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, “ପର୍ତ୍ତୁଗାଲ ପାଇଁ ବିଶ୍ୱକପ ଜିତିବା ମୋର କ୍ୟାରିୟରର ସବୁଠାରୁ ବଡ଼ ତଥା ମହତ୍ତ୍ୱକାଂକ୍ଷୀ ସ୍ୱପ୍ନ ଥିଲା । ସୌଭାଗ୍ୟବଶତଃ ମୁଁ ପର୍ତ୍ତୁଗାଲ ସମେତ ଆନ୍ତର୍ଜାତୀୟ ସ୍ତରର ଅନେକ ଟାଇଟଲ ଜିତିଛି ।” କ୍ରିଷ୍ଟିଆନୋ ରୋନାଲ୍ଡୋ ସ୍ୱିଜରଲ୍ୟାଣ୍ଡ ବିପକ୍ଷ ଫିଫା ବିଶ୍ୱକପ ରାଉଣ୍ଡ ୧୬ରେ ଓ ମୋରୋକୋ ବିପକ୍ଷ କ୍ୱାର୍ଟର ଫାଇନାଲରେ ଦଳର ଅନ୍ତିମ ଦୁଇଟି ମ୍ୟାଚରେ ପର୍ତ୍ତୁଗାଲ ପାଇଁ ମଧ୍ୟ ଆରମ୍ଭ କରିନଥିଲେ ।


Share It

Comments are closed.