ଚାହୁଁ ଚାହୁଁ ସମୁଦ୍ରକୁ ଡେଇଁ ପଡିଲେ ଯୁବକ, ଚାଲିଛି ଖୋଜା ଖୋଜି


ମୁମ୍ବାଇର ସବୁଠାରୁ ଜନଗହଳି ପୂର୍ଣ୍ଣ ସ୍ଥାନ ବାନ୍ଦ୍ରା-ୱରଲି ସି ବିଚ୍ ରେ ଆଜି ଏକ ଅଘଟଣ ଘଟିଛି। ଜଣେ ଯୁବକ ଏହି ସ୍ଥାନରେ ସମସ୍ତଙ୍କ ସାମ୍ନାରେ ସମୁଦ୍ରକୁ ଡେଇଁପଡ଼ିଥିଲେ । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ,କିଛି ସମୟ ପରେ ରେସକ୍ୟୁ ଟିମ୍ ଆସି ସେଠାରେ ପହଞ୍ଚିଥିଲା ।

ଲହଡ଼ି ଭୀଷଣ ଥିବାରୁ କେବଳ ବୋଟ୍ ନୁହେଁ ହେଲିକପ୍ଟର ସାହାଯ୍ୟରେ ମଧ୍ୟ ସର୍ଚ୍ଚ ଅପରେସନ ଜାରି କରାଯାଇଛି। ତେବେ ସର୍ଚ୍ଚ ଅପରେସନ କାରଣରୁ ଟ୍ରାଫିକ ଜାମ ହୋଇଥିବା ନେଇ ଏକ ଭିଡିଓ ଭାଇରାଲ ହେଉଛି।


Share It

Comments are closed.