ବେଦାନ୍ତ ଅଧ୍ୟକ୍ଷ ଶ୍ରୀ ଅନିଲ ଅଗ୍ରୱାଲ୍‌ଙ୍କ ଲିଙ୍କଡ୍‌ଇନ୍ ଓ ଟ୍ୱିଟର ପୋଷ୍ଟ୍‌

Share It

ଭୁବନେଶ୍ୱର: ଇଭି, ବ୍ୟାଟେରି, ସୌର ଶକ୍ତି ଓ ପବନ ଶକ୍ତି ଆଦିରେ ଭବିଷ୍ୟତର ପ୍ରଯୁକ୍ତି ହେଉଛି ଅତ୍ୟଧିକ ଭାବେ ଖଣିଜ ଉପରେ ନିର୍ଭରଶୀଳ । ସେଥିପାଇଁ ଦରକାର ଅଧିକ ପରିମାଣର ଲିଥିଅମ, କୋବାଲଟ, ରେୟାର ଆର୍ଥ, ତମ୍ବା ଏବଂ ଅନ୍ୟାନ୍ୟ ଖଣିଜ ପଦାର୍ଥ । ଏଥିରୁ କିଛି ଖଣିଜ ପଦାର୍ଥ ପାଇଁ ଭାରତ ୧୦୦% ଆମଦାନି ଉପରେ ନିର୍ଭରଶୀଳ ଥିବା ବେଳେ ୫୦% ପାଇଁ ଅନ୍ୟ ଉପରେ ନିର୍ଭରଶୀଳ ରହିଛି । ଏହା ହେଉଛି ଏକ ବହୁତ ବଡ଼ ବିପଦ ।
ଏଭଳି କିଛି ଖଣିଜ ପଦାର୍ଥ ଓ ଧାତୁର ବଡ଼ ଭାଗକୁ ଉତ୍ପାଦନ କରିବାରେ ଚୀନ୍ ଆଗୁଆ ହୋଇସାରିଛି । ସାଉଦି ଆରବ ଭଳି ଅନ୍ୟ ଦେଶଗୁଡ଼ିକ ତେଲ ଭିନ୍ନ ଅନ୍ୟ କୌଣସି ଖଣିଜ ପାଇଁ ପରିଚିତ ନୁହନ୍ତି । ଏହି ନୂଆ ପିଢ଼ିର ଖଣିଜରେ ପ୍ରମୁଖ ଦେଶରେ ପରିଣତ ହେବା ଲାଗି ପୁଞ୍ଜିନିବେଶ ଆକୃଷ୍ଟ କରିବା ନିମନ୍ତେ ସେମାନେ ବେଶ କୋହଳ ନୀତି ଅବଲମ୍ବନ କରୁଛନ୍ତି । ଚୀନ ଓ ସାଉଦି ଆରବ ତୁଳନାରେ ଭାରତର ଭୂଗୋଳ ବେଶ ଉତ୍କୃଷ୍ଟ । କିନ୍ତୁ ସେହି ଦେଶଗୁଡ଼ିକରେ ବହୁ ଉଦାର ଉତୋଳନ ନୀତି ରହିଛି ।
ଉତୋଳନ କରିବା ଲାଗି ଯୁବ ଉଦ୍ୟୋଗୀଙ୍କୁ ସକ୍ଷମ କରିବା ଓ ଆବିସ୍କାରକୁ ବଡ଼ ସଂସ୍ଥାଙ୍କୁ ସେମାନେ ବିକ୍ରି କରିବା ଗୁରୁତ୍ୱପୂର୍ଣ୍ଣ । ସେମାନେ ସେହି ଆବିସ୍କାରକୁୂ ଉତ୍ପାଦନରେ ପରିଣତ କରିବେ । ସାରା ଦୁନିଆରେ ଷ୍ଟାର୍ଟଅପ ଜଗତରେ ଯେଭଳି ସେମାନେ ନିଜ ଆବିସ୍କାରକୁ ବଡ଼ ସଂସ୍ଥାକୁ ବିକ୍ରି କରୁଛନ୍ତି ସେହି ଭଳି ସମାନ ଭାବେ ଏହା ଘଟିବା ଦରକାର । ଖଣି କ୍ଷେତ୍ରରେ ମଧ୍ୟ ସମାନ ଅଭ୍ୟାସ ଲାଗୁ ହେବା ଉଚିତ ।
ଏହି ବାଟରେ ଆମେ ଆମ ଭୌଗୋଳିକ ଉପାଦାନକୁ ସମ୍ପୂର୍ଣ୍ଣ ଅନ୍ୱେଷଣ କରିପାରିବା ଏବଂ ଅନ୍ୟ ଦେଶଗୁଡ଼ିକଠାରୁ ଆଗରେ ରହିପାରିବା ।
ଭାରତ ହେଉଛି ଯୁବ ଉଦ୍ୟୋଗୀଙ୍କ ଏକ ଭୂମି ଏବଂ ସେମାନଙ୍କୁ ଉଡ଼ିବା ଲାଗି ଡେଣା ଦରକାର । ଉତୋଳନର ଉଦାରୀକରଣ ଓ ସହାୟତା ଷ୍ଟାର୍ଟଅପ୍‌ଗୁଡ଼ିକ ଲାଗି ବିଶେଷ ସହାୟକ ହୋଇପାରିବ ଯାହା ଭାରତକୁ ବିଶ୍ୱର ଅଗ୍ରଣୀ ତିନି ଅର୍ଥନୀତି ଭିତରେ ସାମିଲ କରିବାରେ ସାହାଯ୍ୟ କରିବ । ସମୟ ହେଉଛି ଗୁରୁତ୍ୱପୂର୍ଣ୍ଣ ।


Share It

Comments are closed.