କଳ୍ପନା ଜଳ୍ପନାର ଘଟିଲା ଅନ୍ତ, ପୁଣିଥରେ ‘ରାୟବରେଲି’ରୁ ନିର୍ବାଚନ ଲଢିବେ ସୋନିଆ


ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ନିଜ ପାରମ୍ପରିକ ସିଟ ‘ରାୟବରେଲି’ରୁ ନିର୍ବାଚନ ଲଢିବେ । କଂଗ୍ରେସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ସେ ଉତ୍ତର ପ୍ରଦେଶର କଂଗ୍ରେସ ଗଡ ‘ରାୟବରେଲି’ରୁ ନିର୍ବାଚନ ଲଢିବେ । ଏହା ସହ ତାଙ୍କ ଆଗାମୀ ରାଜନୈତିକ ରଣନୀତିକୁ ନେଇ ଚାଲିଥିବା କଳ୍ପନା ଜଳ୍ପନା ଉପରେ ଅନ୍ତ ଘଟିଛି ।
ଗତ କିଛି ଦିନି ହେବ ସୋନିଆଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗିରହିଥିଲା ଯେ, ସେ ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ଲଢି ନପାରନ୍ତି । କିନ୍ତୁ ବର୍ତ୍ତମାନ ଏଥିରେ ପୁନଃଛେଦ ପଡିଛି ।
ପ୍ରକାଶ ଥାଉକି ଉତ୍ତରପ୍ରଦେଶରେ ‘ରାୟବରେଲି’କୁ କଂଗ୍ରେସର ଗଡ କୁହାଯାଉଥିବାବେଳେ ସୋନିଆ ଏଠାରେ ୧୯୯୯ରୁ ନିର୍ବାଚନ ଲଢି ଜିତି ଆସୁଛନ୍ତି । ସେ ୧୯୯୯ ପରେ ୨୦୦୪, ୨୦୦୯ ଏବଂ ୨୦୧୪ ଲୋକସଭା ନିର୍ବାଚନ ଲଢି ସାଂସଦ ରୂପେ ନିର୍ବାଚିତ ହୋଇ ଆସୁଛନ୍ତି ।
ଗତ ୨ ବର୍ଷ ହେବ ସୋନିଆ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଅଗ୍ରସର ହେଉଛନ୍ତି । ଗତ ବର୍ଷ ନିଜ ଚିକିତ୍ସା ପାଇଁ ସେ ରାହୁଲଙ୍କ ସହିତ ବିଦେଶ ଗସ୍ତରେ ଯାଇଥିଲେ । ଏବଂ ଏହା ସହ ଅନେକ ଦଳୀୟ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ କରିଦେଇଥିଲେ ।


Share It

Comments are closed.