ଓଡିଆ ସମାଜର ୩୦୦ରୁ ଉର୍ଦ୍ଧ୍ୱ ପ୍ରତିନିଧି ମାନଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ/ଭୁବନେଶ୍ୱର, ଏପ୍ରିଲ ୨୬ – ବର୍ତମାନ ଲକ୍ ଡାଉନ୍ ସମୟରେ ଓଡିଆ ସମାଜ ପ୍ରବାସୀ ଓଡିଆଙ୍କ ପଞ୍ଜିକରଣ, ସୁରକ୍ଷା ତଥା ସଚେତନତା କରିବାର ଦାୟିତ୍ୱ ନେଉ ବୋଲି ରବିବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଯୋଗେ ଦେଶ ବିଦେଶରେ ରହିଥିବା ବିଭିନ୍ନ ଓଡିଆ ସମାଜର ପ୍ରାୟ ୩୦୦ରୁ ଅଧିକ ପ୍ରତିନିଧି ମାନଙ୍କ ସହ ଆଲୋଚନା କରିବା ଅବସରରେ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଲକ୍ ଡାଉନ ପରେ ବାହାର ରାଜ୍ୟରେ ରହୁଥବା ଓଡିଆଙ୍କୁ ଫେରାଇ ଆଣିବା ପାଇଁ ବିଭିନ୍ନ ରାଜ୍ୟ ସରକାରଙ୍କ ସହଯୋଗରେ କେନ୍ଦ୍ର ସରକାରଙ୍କ ଉଦ୍ୟମ ମଧ୍ୟ ଜାରୀ ରହିଛି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।
ଏହି ଆଲୋଚନାରେ ଦେଶର ବିଭିନ୍ନ ସ୍ଥାନ ଯଥା ବାଙ୍ଗାଲୋର, ମୁମ୍ବାଇ, ଅହମଦବାଦ, ଦିଲ୍ଲୀ, ପୁନେ ସମେତ ବିଦେଶରେ ରହୁଥିବା ଓଡିଆ ସମାଜର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ ରାଜ୍ୟ ସରକାର ଲକ୍ ଡାଉନ ପରେ ବାହାର ରାଜ୍ୟର ଓଡିଆଙ୍କୁ ଫେରାଇ ଆଣିବା ପାଇଁ ସୁରକ୍ଷା ଦୃଷ୍ଟିରୁ ପୋର୍ଟାଲରେ ପଞ୍ଜିକରଣର ବ୍ୟବସ୍ଥାô କରିଛନ୍ତି । ତେଣୁ ଲକ୍ ଡାଉନ ପରେ ରାଜ୍ୟକୁ ଫେରିବା ପାଇଁ ଚାହୁଁଥିବା ଲୋକମାନଙ୍କୁ ପଞ୍ଜିକରଣ ନିମନ୍ତେ ସଚେତନତା କରିବା ଦିଗରେ ଓଡିଆ ସମାଜ କାମ କରୁ ବୋଲି ସେ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଏବଂ ରାଜ୍ୟ ସରକାର ଦୃଢତାର ସହ ଏହାକୁ ମୁକାବିଲା କରୁଛନ୍ତି । ଜଣେ ବି ଗରିବ ଲୋକ ଭୋକରେ ନରହୁ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକାନ୍ତ ଇଚ୍ଛା । ଏହି ପରିପ୍ରେକ୍ଷୀରେ ଗରିବ ଅସହାୟ ଲୋକଙ୍କୁ ଖାଦ୍ୟ ବଂଟନ କରିବାରେ ଓଡିଆ ସମାଜ ମଧ୍ୟ ଏହାର ଦାୟିତ୍ୱ ନେଉ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ କରୋନା ମୁକାବିଲାରେ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ଦୃରଦୃଷ୍ଟି ଓ ଅଭିନବ ପଦକ୍ଷେପ ପ୍ରଶଂସନୀୟ । ଆମେରିକା ଭଳି ଶକ୍ତିଶାଳୀ ରାଷ୍ଟ୍ରରେ କରୋନା ମୃତ୍ୟୁଙ୍କ ସଂଖ୍ୟା ଅଧିକ । ମାତ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂରଦୃଷ୍ଟି ଫଳରେ ଭାରତରେ କରୋନାର ପ୍ରଭାବ ହ୍ରାସ ପାଇପାରିଛି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ତମାନ କରୋନା ମହାମାରୀ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି ଏବଂ ଏହାର ପ୍ରଭାବ ଆଗାମୀ ଦିନରେ ମଧ୍ୟ ରହିବ । ତେବେ ସମସ୍ତଙ୍କ ସହଯୋଗରେ ହିଁ ଏହି ଚ୍ୟାଲେଞ୍ଜକୁ ସାମ୍ନା କରିବାର ଆବଶ୍ୟକତା ରହିଛି । ଭାରତ ତଥା ଓଡିଶା କରୋନା ମୁକାବିଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୀତି ନିୟମକୁ ଆମକୁ ଧୈଯ୍ୟ ଓ ଅନୁଶାସନ ସହ ପାଳନ କରିବାକୁ ହେବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ କରୋନା ମୁକାବିଲାରେ ଆମେ ନିଶ୍ଚିତ ବିଜୟ ପ୍ରାପ୍ତ କରିପାରିବା ବୋଲି ସେ କହିଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ ଓଡିଆ ସମାଜର ପ୍ରତିନିଧି ମାନଙ୍କୁ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିବା ସହ ଘରେ ମାସ୍କ ପିନ୍ଧିବା, ହାତକୁ ନିୟମିତ ବ୍ୟବଧାନରେ ସଫା ରଖିବା, ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବା ଏବଂ ଅନ୍ୟମାନଙ୍କୁ ଏଥିପାଇଁ ସଚେତନ କରିବା ପାଇଁ ପରାମର୍ଶ ଦେଇଥିଲୋ


Share It

Comments are closed.