ୟୁକ୍ରେନ ଫେରାନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଝଟକା , ଭାରତରେ ପଢିପାରିବେ ନାହିଁ ଡାକ୍ତରୀ


ଅପରେସନ ଗଙ୍ଗା ମାଧ୍ୟମରେ ୟୁକ୍ରେନରୁ ଫେରିଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ଆଜି ଝଟକା ଲାଗିଛି । ରାଜ୍ୟ ସଭା ବୈଠକରେ କେନ୍ଦ୍ର ସରକାରଙ୍କ ତରଫରୁ ତାଙ୍କର ଡାକ୍ତରୀ ପଢାକୁ ନେଇ ବିବାଦ ଶେଷ କରି ସେମାନେ ଭାରତରେ ପଢିପାରିବେ ନାହିଁ ବୋଲି କହିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିକୁ ନେଇ ସୁପ୍ରିମ କୋର୍ଟରେ ପିଟିସନ ଦାଖଲ ହୋଇଛି ।
ସୂଚନା ଅନୁଯାୟୀ ସେମାନେ ୟୁକ୍ରେନ ଏବଂ ଋଷର ଯୁଦ୍ଧ ସମୟରେ ସେଠାରେ ଫଶି ଯାଇଥିଲେ ଏବଂ ସେମାନଙ୍କୁ କେନ୍ଦ୍ରସରକାରଙ୍କ ତରଫରୁ ଅପରେସନ ଗଙ୍ଗା ଜରିଆରେ ଭାରତ ଫେରାଇ ଆଣିଥିଲେ । ଏହି ଘଟଣାକୁ ୩ ମାସ ହେବା ପରେ ମଧ୍ୟ ସେମାନଙ୍କ ସମ୍ପର୍କରେ କିଛି ବିଚାର କରୁନଥିବା କହି ସେମାନେ ବିକ୍ଷୋବ ପ୍ରଦର୍ଶନ କରିଥିଲେ । ଏହା ପରେ ଆଜି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀଙ୍କ ତରଫରୁ ସ୍ପଷ୍ଟ ମନ୍ତବ୍ୟ ମିଳିଛି ।


Share It

Comments are closed.