ଏମପି ଅଧିର ଚୌଧୁରୀଙ୍କ ରାଷ୍ଟ୍ରପତ୍ନୀ ମନ୍ତବ୍ୟକୁ ନେଇ ପାର୍ଲାମେଣ୍ଟରେ ହଟ୍ଟଗୋଳ


ଲୋକସଭା କଂଗ୍ରେସ ନେତା ଅଧିର ଚୌଧୁରୀଙ୍କର ମନ୍ତବ୍ୟ ରାଷ୍ଟ୍ରପତ୍ନୀ ଅନଲାଇନ ଭାଇରାଲ ହେବାକୁ ଲାଗିଛି । ଏମପି ଅଧିର ଚୌଧୁରୀ ରାଷ୍ଟ୍ରପତି ଦୌ୍ରପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ କହି ସମ୍ବୋଧନ କରିଥିଲେ ଏଥିରେ ବିଜେପି ନେତାମାନେ ହଟ୍ଟଗୋଳ ପ୍ରାରମ୍ଭ କରିଥିଲେ । ଏହା ପରେ ଅଧିର ଏହା ତାଙ୍କ ପାଟିରୁ ଭୁଲରେ ବାହାରି ଯାଇଥିଲା କହିଥିଲେ ମଧ୍ୟ ଗଣ୍ଡଗୋଳ କମ ହୋଇନଥିଲା ।
ଏହା ପରେ ରାଜ୍ୟସଭା ଅଧିବେଶନକୁ ୩ଟା ପର୍ଯ୍ୟନ୍ତ ମୁଲତବି ରଖାଯାଇଥିଲା । ଏହା ପରେ ଅଧିର କହିଥିଲେ ଯେ ଯଦି ରାଷ୍ଟ୍ରପତି ଦୌ୍ରପଦୀ ମୁର୍ମୁଙ୍କୁ ଖରାପ ଲିଗିଛି ତେବେ ମୁଁ ବ୍ୟକ୍ତିଗତଭାବେ ତାଙ୍କୁ କ୍ଷମା ମାଗିବି ଏହି ଘଟଣାରେ ସୋନିଆ ଗାନ୍ଧୀଙ୍କୁ ଭିତରକୁ ଟାଣନାହିଁ । ସେମାନେ ଚାହିଁଲେ ମତେ ଫାଶି ମଧ୍ୟ ଦେଇପାରନ୍ତି ।
ଏହି ପରିପ୍ରେ କ୍ଷୀରେ ସୋନିଆ ଗାନ୍ଧୀ କହିଛନ୍ତି ଯେ, ସେ କ୍ଷମା ମାଗିସାରିଛନ୍ତି । ଏହା ଘଟଣାକୁ ବେଶି ଟାଣିବା ଉଚିତ ନୁହେଁ ।


Share It

Comments are closed.