ଆହୁରୀ ଶକ୍ତିଶାଳୀ ହେବ ଭାରତୀୟ ନୌସେନା, ମିଳିଲା ୨ ରୋମିଓ ମଲ୍ଟି ମିଶନ ହେଲିକପ୍ଟର


ଭାରତୀୟ ନୌସେନାକୁ ୨ଟି ରୋମିଓ ମଲ୍ଟି ମିଶନ ହେଲିକପ୍ଟର (ଏମ୍‌ଏଚ୍‌-୬୦ଆର ହେଲିକପ୍ଟର) ମିଳିଛି । ଆମେରିକାରୁ ଏହି ହେଲିକପ୍ଟର ଆସି ଗୁରୁବାର କୋଚିନ ବିମାନବନ୍ଦରରେ ପହଞ୍ଚିଛି । ଏଥିରେ ହେଲଫାୟାର ମିସାଇଲ ଓ ଘାତକ ରକେଟ ସିଷ୍ଟମ ମୁତୟନ ରହିଛି । ଏହା ଫଳରେ ଭାରତୀୟ ନୌସନାର ସାମରିକ ଶକ୍ତି ଆହୁରି ବୃଦ୍ଧି ପାଇବ । ଆମେରିକା ଠାରୁ ଏହି ଧରଣର ୨୪ଟି ହେଲିକପ୍ଟର ଆଣିବା ଲାଗି ଭାରତ ୧୫ ହଜାର କୋଟି ଟଙ୍କାର ଡିଲ୍‌ କରିଛି ।

ଆସନ୍ତା ୨୦୨୫ ସୁଦ୍ଧା ଆମେରିକା ସମସ୍ତ ହେଲିକପ୍ଟର ଭାରତକୁ ଯୋଗାଇ ଦେବ । ଆସନ୍ତାମାସରେ ଆଉ ଏକ ହେଲିକପ୍ଟର ଆସିବ ବୋଲି ଜଣାପଡିଛି । ଏହା ପୂର୍ବରୁ ଗତବର୍ଷ ଏହି ଧରଣର ୩ଟି ହେଲିକପ୍ଟର ମିଳିଥିଲା । ଏହା ନୌସେନା ଯବାନଙ୍କ ତାଲିମ୍‌ ପାଇଁ ବର୍ତ୍ତମାନ ବ୍ୟବହାର କରାଯାଉଛି ।


Share It

Comments are closed.