ଦୁଇ ଦିନିଆ ଭାରତ ଗସ୍ତରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ, ସାବରମତୀ ଆଶ୍ରମ କଲେ ପରିଦର୍ଶନ


ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଭାରତରେ ପହଂଚିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ବିମାନ ବନ୍ଦରଠାରୁ ହୋଟେଲ ପର୍ଯ୍ୟନ୍ତ ଏକ ରୋଡ ସୋ କରାଯାଇଥିଲା। ସେଠାରୁ ସେ ସାବରମତୀ ଆଶ୍ରମରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କ ଫଟୋରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ସାବରମତୀ ଆଶ୍ରମରେ ଅରଟ ବୁଲାଇ ସୁତା କାଟୁଥିବାର ତାଙ୍କୁ ଦେଖିବାକୁ ମିଳଛି। ଏହି ସମୟରେ ତାଙ୍କ ସହିତ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଉପସ୍ଥିତ ଥିଲେ। ଏହା ସହିତ ସେ ଗୁଜୁରାଟରୁ ଭାରତ ଯାତ୍ରା ଆରମ୍ଭ କରିଥିବା ପ୍ରଥମ ବ୍ରିଟିଶ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ବୋରିସ୍ ଜନସନ ଗୁଜୁରାଟରେ ଜେସିବି (ବୁଲଡୋଜର) ର ଏକ ନୂତନ କାରଖାନା ମଧ୍ୟ ଉଦଘାଟନ କରିବେ।

ସାବରମତୀ ଆଶ୍ରମରେ ପହଁଞ୍ଚିବା ପରେ ବୋରିସ୍ ଜନସନ୍ ମହାତ୍ମା ଗାନ୍ଧିଙ୍କ ଶିଷ୍ୟା ମେଡେଲିନ୍ ସ୍ଲେଡ୍ ଓରଫ ମୀରାବେନ୍‌ଙ୍କ ଆତ୍ମକଥା ‘ ସ୍ପିରିଟସ୍ ପିଲଗ୍ରିମଜ୍’ ଓ ‘ଗାଇଡ୍ ଟୁ ଲଣ୍ଡନ’ ବହି ଉପହାରରେ ପାଇଥିଲେ। ମ୍ୟାଡେଲିନ୍ ହେଉଛନ୍ତି ସ୍ଲେଡ୍ ବ୍ରିଟିଶ୍ ରିଅର୍-ଆଡମିରାଲ୍ ସାର୍ ଏଡମୁଣ୍ଡ୍ ସ୍ଲେଡଙ୍କ ଝିଅ। ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଗୁରୁବାର ଅହମ୍ମଦାବାଦରେ ନିବେଶକଙ୍କ ସହିତ ବୈଠକ କରିବେ। ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ସାବରମତି ଆଶ୍ରମର ଡାଏରୀରେ ଲେଖିଛନ୍ତି, ଜଣେ ଅସାଧାରଣ ବ୍ୟକ୍ତିଙ୍କ ଆଶ୍ରମ ପରିଦର୍ଶନ ସୌଭାଗ୍ୟର ବିଷୟ। ସତ୍ୟ ଏବଂ ଅହିଂସା ଭଳି ସରଳ ସିଦ୍ଧାନ୍ତ ଦ୍ବାରା ସେ ଦୁନିଆକୁ ବଦଳାଇବାର ପ୍ରେରଣା ଦେଇଥିଲେ।

ଏହାପରେ ଆସନ୍ତାକାଲି ଅର୍ଥାତ ୨୨ ଏପ୍ରିଲରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବୈଠକ କରିବେ। ଦୁଇ ନେତାଙ୍କ ମଧ୍ୟରେ ବିଶେଷ ଭାବରେ ଟ୍ରେଡ ଓ ପ୍ରତିରକ୍ଷା ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇପାରେ। ଏହାସହ ମିଲିଟାରୀ ହାର୍ଡୱାର ନିର୍ମାଣ କ୍ଷେତ୍ରରେ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି


Share It

Comments are closed.