ରାମ ଜନ୍ମଭୂମି ପରିସରରେ ତିଆରି ହେବ ଆହୁରି ୭ଟି ମନ୍ଦିର, ସେଠାରେ ପୂଜା ପାଇବେ ମାତା ସୀତା, ଭଗବାନ ଗଣେଶ ଓ ତୁଳସୀଦାସ


ରାମ ମନ୍ଦିର ନିର୍ମାଣ କମିଟିର ଦୁଇ ଦିବସୀୟ ବୈଠକ ଶେଷ ହୋଇଛି। ଏହି ବୈଠକରେ ବହୁ ମହତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରାମ ଜନ୍ମଭୂମି ପରିସରରେ ରାମଚରିତ ମାସନର ରଚୟିତା ତୁଳସୀଦାସଙ୍କର ମନ୍ଦିର ତିଆରି ହେବା ନେଇ ସହମତି ପ୍ରକାଶ ପାଇଛି। ଏହାଛଡା ଭକ୍ତଙ୍କ ସୁବିଧାକୁ ବିକଶିତ କରିବା ନେଇ ମନ୍ଥନ ହୋଇଥିଲା। ରାମ ମନ୍ଦିର ନିର୍ମାଣ ସହିତ ଭକ୍ତଙ୍କ ସୁବିଧା ପାଇଁ ଏକ ତୀର୍ଥଯାତ୍ରୀ ସୁବିଧା କେନ୍ଦ୍ରର ମଧ୍ୟ ନିର୍ମାଣ କରାଯିବ। ଖୁବ୍ ଶୀଘ୍ର ଏହାରର ମାନଚିତ୍ର ତିଆରି କରିବାର ନିର୍ଦେଶ ଇଞ୍ଜିନିୟରଙ୍କୁ ଦିଆଯାଇଛି।

ରାମ ମନ୍ଦିର ନିର୍ମାଣ କମିଟିର ଦ୍ବିତୀୟ ଦିନର ବୈଠକ ରବିବାର ସର୍କିଟ ହାଉସରେ ହୋଇଥିଲା। ବୈଠକରେ ରାମ ମନ୍ଦିର ନିର୍ମାଣ ସହିତ ଭକ୍ତଙ୍କ ପାଇଁ ସବୁ ପ୍ରକାର ସୁବିଧା ବିକଶିତ କରିବା ଉପରେ ମନ୍ଥନ ହୋଇଥିଲା। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି, ଗତ ସମୀକ୍ଷା ବୈଠକରେ ରାମ ଜନ୍ମଭୂମି ପରିସରରେ ରାମ ଚରିତର ରଚୟିତା ମହର୍ଷି ବାଲ୍ମିକୀ, ମାତା ସୀତା, ମାତା ଶବରୀ, ଜଟାୟୁ, ନିଷାଦ ରାଜା ଓ ଭଗବାନ ଗଣେଶଙ୍କ ମନ୍ଦିର ତିଆରି ହେବାର ନେଇ ସହମତି ପ୍ରକାଶ ପାଇଛି। ଏଥୀ ରାମ ଚରିତ ମାନସ ରଚୟିତା ଗୋସ୍ବାମୀ ତୁଳସୀଦାସଙ୍କ ମନ୍ଦିର ତିଆରି କରାଯିବା ନେଇ ସହମତି ପ୍ରକାଶ ପାଇଛି। ଚମ୍ପତ ରାୟ କହିଛନ୍ତି, ନାରୀ ଶକ୍ତି ରୂପରେ ମାତା ସୀତାଙ୍କ ଜୀବନ ସମାଜକୁ ବସିବା ଦରକାର,ତେଣୁ ତାଙ୍କର ମନ୍ଦିର ତିଆରି ହେବା ନେଇ ସହମତି ମିଳିଛି।

 


Share It

Comments are closed.