ଓଡିଶା ଇଭି ନୀତିର ଆକର୍ଷଣୀୟ ସବସିଡି ସହିତ ମହିନ୍ଦ୍ରା ଇଲେକ୍ଟ୍ରିକ୍ 3 ଚକିଆ ଯାନ ଉପଲବ୍ଧ |


ଓଡ଼ିଶା: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା (ଏମ୍ ଆଣ୍ଡ ଏମ୍ )ର ଡିଭିଜନ ମହିନ୍ଦ୍ରା ଲାଷ୍ଟ ମାଇଲ୍ ମୋବିଲିଟି (ଏଲ୍ଏମ୍ଏମ୍ ) ଓଡ଼ିଶା ସରକାରଙ୍କ ଦ୍ୱାରା ଘୋଷଣା କରିଥିବା ଇଭି ନୀତିକୁ ସ୍ୱାଗତ କରିଛି। ଏହି ଇଭି ନୀତିରେ ସମସ୍ତ ଇଲେକ୍ଟ୍ରିକ୍ 3 ଚକିଆ ଯାନ ଲିଡ୍ ଏସିଡ୍ ଏବଂ ଲିଥିୟମ୍ ଆୟନ ଉପରେ ₹30,000.00 ଟଙ୍କାର ସବସିଡି ପ୍ରଦାନ କରାଯାଇଛି।

ଏହି ନୀତି ଅଧୀନରେ ଭାରତର 1 ନମ୍ବର* ଇଲେକ୍ଟ୍ରିକ୍ 3 ଚକିଆ ଯାନ ନିର୍ମାତା ଏଲ୍ଏମ୍ଏମ୍ ଯାନଗୁଡ଼ିକୁ ଆକର୍ଷଣୀୟ ପ୍ରୋତ୍ସାହନ ପ୍ରଦାନ କରିପାରୁଛି
, ଯାହା ମୋଟରିଂରେ ଅପଗ୍ରେଡ୍ କରିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ସହଜ କରୁଛି । କେନ୍ଦ୍ର ସରକାରଙ୍କ ଫେମ୍ -2 ସବସିଡିକୁ ମିଶାଇ ଟ୍ରେଓ ଅଟୋ ଏବଂ ଜୋରକୁ ₹ 1 03 700.00 ଟଙ୍କା ଏବଂ ଟ୍ରେଓ ୟାରିକୁ ₹67,000.00 ଟଙ୍କାର ସବସିଡି ମିଳୁଛି । ଟ୍ରେଓ ଜୋର କାର୍ଗୋ 3-ଚକିଆ ଯାନ ₹1,03,700.00 ଟଙ୍କାର ସବସିଡି ସହିତ ଉପଲବ୍ଧ ହେଉଥିବା ବେଳେ ଫ୍ଲାଗସିପ୍ ଜୋର ଗ୍ରାଣ୍ଡ ପାଇଁ ଷ୍ଟିକର ମୂଲ୍ୟରେ ₹1,32,400.00 ଟଙ୍କାର ସବସିଡି ରହିଛି। ମହିନ୍ଦ୍ରାର ଲିଡ୍ ଏସିଡ୍ 3 ଚକିଆ ଯାନ, ଇ-ଆଲଫା ମିନି ଏବଂ ଇ-ଆଲଫା କାର୍ଗୋ ଯାହା ଫେମ୍ -2 ଅଧୀନରେ ଆସୁନାହିଁ, ସେମାନଙ୍କୁ ମଧ୍ୟ ₹30,000.00 ଟଙ୍କାର ସରକାରୀ ସବସିଡି ମିଳୁଛି। ଅତ୍ୟଧିକ ଟଚ୍ ପଏଣ୍ଟ, ଏବଂ ଅତୁଳନୀୟ ବିଶ୍ୱlସ ସହିତ ଆସୁଥିବା ବ୍ରାଣ୍ଡ ମହିନ୍ଦ୍ରା, ଗ୍ରାହକମାନଙ୍କୁ ନିଶ୍ଚିତ ଭାବରେ ଏଲ୍ଏମ୍ଏମ୍ ଇଭି ଦ୍ୱାରା ଆନନ୍ଦିତ କରୀବ ।


Share It

Comments are closed.