ବୈଦ୍ୟୁତିକ ନିରାପତ୍ତା ଏବଂ ଜନସଚେତନତା ସୃଷ୍ଟି କରିବା ପାଇଁ ଟିପିଡବ୍ଲୁଓଡିଏଲ୍ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ


ବୁର୍ଲା: ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପିଡବ୍ଲୁଓଡ଼ିଲ୍ ପକ୍ଷରୁ ନିଜ କର୍ମଚାରୀ, ବ୍ୟବସାୟ ସହଯୋଗୀ ଓ ଜିଲ୍ଲାବାସିନ୍ଦାଙ୍କ ମଧ୍ୟରେ ବୈଦୁତିକ ନିରାପତ୍ତା ଏବଂ ଜନସଚେତନତା ସୃଷ୍ଟି କରିବା ପାଇଁ ଅନେକ ପଦକ୍ଷେପ ହାତକୁ ନିଆଯାଇ ଅଛି । ଏକ ଅଗ୍ରୀମ ବିଦ୍ୟୁତ୍ ବିତରଣ କମ୍ପାନୀ ଭାବେ ସୁରକ୍ଷା ଓ ଜନସଚେତନତାକୁ କମ୍ପାନୀ ପ୍ରାଥମକିତା ଦେଇ ଆସୁଅଛି ।
ଏହି ପରିପେକ୍ଷୀରେ ଗତ ନଭେମ୍ବର ମାସରେ ଝାରସୁଗୁଡ଼ା ଜିଲ୍ଲାର 25 ଗୋଟି ଅଞ୍ଚଳରେ ହୁକ ପକାଇ ବିଦ୍ୟୁତ ଚୋରି କରିବା ଏକ ଅପରାଧ, ବିଦ୍ୟୁତ ମାଧ୍ୟମରେ ବନ୍ୟଜନ୍ତୁ ଶିକାର ନ କରିବା, ଉଚ୍ଚ ଶକ୍ତି ସମ୍ପର୍ଣ୍ଣ ବିଦ୍ୟୁତ ତାର ତଳେ ଘର ନିର୍ମାଣ ନ କରିବା, ବିଦ୍ୟୁତ୍ ତାରରେ ଓଦା ପୋଷାକ ନ ଶୁଖାଇବା ଏବଂ ବିଦ୍ୟୁତ୍ ଖୁଣ୍ଟରେ ପଶୁ ନ ବାନ୍ଧିବା ଭଳି ପ୍ରସଙ୍ଗ ଉପରେ ପଥପ୍ରାନ୍ତ ନାଟକ ଜରିଆରେ ଜନସଚେତନତା ସୃଷ୍ଟି କରାଯିବାକୁ ଚେଷ୍ଟା କରାଯାଇଅଛି ।
ସେହିପରି ଗତମାସରେ କଳାହାଣ୍ଡି ଜିଲ୍ଲା ବ୍ୟାପି ସୁରକ୍ଷା ସଚେତନତା ରଥ ଭ୍ରମଣ କରିଅଛି । ଏହି ଭ୍ରମକାରୀ ରଥ ଜରିଆରେ ଜିଲ୍ଲାର 20ଟି ସ୍କୁଲ୍ ଏବଂ 162 ଗ୍ରାମରେ ସଚେତନ ମୂଳକ ଭିଡି଼ଓ ପ୍ରଦର୍ଶନ କରାଯାଇ ଜନସଚେତନତା ସୃଷ୍ଟି କରାଯିବାକୁ ଚେଷ୍ଟା କରାଯାଇଅଛି । ସେହିପରି ଡାକବାଜି ଯନ୍ତ୍ର ବଜାଇ ସମ୍ୱଲପୁର ଜିଲ୍ଲାର 53ଟି ଗ୍ରାମରେ ଜନସଚେତନତା ବାର୍ତ୍ତା ବାଣ୍ଟିବାକୁ ଚେଷ୍ଟା କରାଯାଇଅଛି ।
କେବଳ ଯେ ସଚେତନାତା ବାର୍ତ୍ତା ନୁହେଁ, ଟିପିଡବ୍ଲୁଓଡ଼ିଲ୍ କମ୍ପାନୀ ପକ୍ଷରୁ କଲେଜ ପଢୁଆ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ବୈଦ୍ୟୁତିକ ନିରାପତ୍ତା ଓ ଜନସଚେତନାତର ତାଲିମ ଦିଆଯାଉଅଛି । ଏହି ପରିପେକ୍ଷୀରେ ବରଗଡ଼ ଜିଲ୍ଲା ସ୍ଥିତ ବରଗଡ଼, ବିଜେପୁର ଏବଂ ଭେଡ଼ନ୍ ଆଇଟିଆଇ କଲେଜର 69 ଜଣ ଛାତ୍ରଛାତ୍ରୀଙ୍କୁ ତାଲିମ ଦିଆଯାଇ ବୈଦ୍ୟୁତିକ ନିରାପତ୍ତା ଓ ଜନସଚେତନାତ ସୃଷ୍ଟି କରାଯିବା ପାଇଁ ଚେଷ୍ଟା କରାଯାଇଅଛି ।

ଟିପିଡବ୍ଲୁଓଡିଏଲ୍ ତରଫରୁ ଅନୁରୋଧ ଯେ, ଜଣେ ବିଦ୍ୟୁତ ସଚେତନ ନାଗରିକ ଭାବେ କମ୍ପାନୀ ପକ୍ଷରୁ ପ୍ରକାଶିତ ହ୍ୱାଟ୍ସଆପ୍ ନମ୍ବର (8093049410)ରେ ଅନୈତିକ ବିଦ୍ୟୁତ କାର୍ଯ୍ୟକଳାପ ଏବଂ ବିଦ୍ୟୁତ କର୍ମଚାରୀଙ୍କ ଅସୁରକ୍ଷିତ ଭାବେ ମରାମତି କାର୍ଯ୍ୟର ଫଟୋ ଉଠାଇ ଆମ ପାଖକୁ ପଠାଇ ଏକ ଅମୂଲ୍ୟ ଜୀବନ ରକ୍ଷା କରିବାରେ ସାହାଯ୍ୟ କରନ୍ତୁ ଏବଂ ପୁରଷ୍କାର ଜିତନ୍ତୁ । ସର୍ବଦା ସଜାଗ ରୁହନ୍ତୁ ଏବଂ ଅନ୍ୟମାନଙ୍କୁ ବୈଦ୍ୟୁତିକ ନିରାପତ୍ତା ପ୍ରତି ସଚେତନ କରାନ୍ତୁ ।


Share It

Comments are closed.