ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ୍ ପକ୍ଷରୁ “ଆକ୍ସିସ୍ ୟୁଏସ୍ ଟ୍ରେଜେରି ଡାଇନାମିକ୍ ବଣ୍ଡ୍ ଇଟିଏଫ୍ ଫଣ୍ଡ୍ ଅଫ୍ ଫଣ୍ଡ୍‌”ର ଶୁଭାରମ୍ଭ


ଭୁୁବନେଶ୍ୱର: ଭାରତର ଅଗ୍ରଣୀ ଦ୍ରୁତ ଅଭିବୃଦ୍ଧିଶୀଳ ମ୍ୟୁଚୁଆଲ୍ ଫଣ୍ଡ୍ ସଂସ୍ଥା ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ୍ ପକ୍ଷରୁ “ଆକ୍ସିସ୍ ୟୁଏସ୍ ଟ୍ରେଜେରି ଡାଇନାମିକ୍ ବଣ୍ଡ୍ ଇଟିଏଫ୍ ଫଣ୍ଡ୍ ଅଫ୍ ଫଣ୍ଡ୍‌”କୁ ଉନ୍ମୋଚନ କରାଯାଇଛି । ଏହାକୁ ବ୍ଲୁମବର୍ଗ ୟୁଏସ୍ ଇଟଂରମେଡିଏଟ୍ ଟ୍ରେଜେରି ଟିଆର୍‌ଆଇରେ ବେଂଚମାର୍କ କରାଯିବ ଏବଂ ଏହାର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ବିଦେଶ ଇଟିଏଫ୍‌ରେ ନିବେଶ କରି ନିୟମିତ ଆୟ ପ୍ରଦାନ କରିବା । ଏହି ସ୍କିମ୍‌ର ରାଶିକୁ ବିଭିନ୍ନ ଅବଧିର ଆମେରିକା ଟ୍ରେଜେରି ପ୍ରତିଭୂତିରେ ନିବେଶ କରାଯିବ । ତେବେ ଏହି ସ୍କିମ୍‌ର ପ୍ରତିଶ୍ରୁତି ପୂରଣ ହେବା ନେଇ କୌଣସି ଗ୍ୟାରେଂଟି ନାହିଁ । ଏହି ଫଣ୍ଡ୍‌କୁ ବିନାୟକ ଜୟନାଥ ପରିଚାଳନା କରିବେ ।
ଏହି ଫଣ୍ଡ୍‌ର ଏନ୍‌ଏଫ୍‌ଓ ୨୦୨୩ ଡିସେମ୍ବର ୧୨ରେ ଖୋଲିବ ଏବଂ ୨୦୨୩ ଡିସେମ୍ବର ୧୯ରେ ବନ୍ଦ ହେବ । ଏଥିରେ ସର୍ବନିମ୍ନ ୫୦୦ ଟଙ୍କା ଏବଂ ଏହାପରେ ୧ ଟଙ୍କାର ଗୁଣିତକ ହିସାବରେ ନିବେଶ କରିହେବ । ସ୍କିମ୍‌ର ୯୫-୧୦୦% ରାଶି ବିଦେଶ ଇଟିଏଫ୍‌ରେ ନିବେଶ କରାଯିବ । ବଳକା ୦-୫ ପ୍ରତିଶତ ରାଶିକୁ ଡେବ୍‌ଟ ଓ ମନି ମାର୍କେଟ୍‌ରେ ନିବେଶ କରାଯିବ ।
ଆକ୍ସିସ୍ ଏଏମ୍‌ସିର ଏମ୍‌ଡି ଏବଂ ସିଇଓ ବି ଗୋପ କୁମାର କହିଛନ୍ତି ଯେ, “ବିଶ୍ୱ ଅର୍ଥନୈତିକ ଦୃଶ୍ୟପଟ୍ଟ ଦ୍ରୁତ ଗତିରେ ବଦଳୁଛି ଏବଂ ଏହି ପରିପ୍ରେକ୍ଷୀରେ ଆମେରିକୀୟ ଟ୍ରେଜେରି ଏକ ଆକର୍ଷଣୀୟ ପୁଞ୍ଜିନିବେଶ ପଥ ଉପସ୍ଥାପନ କରିଛି । ୟୁଏସ୍ ଫେଡ୍ ବାଲାନ୍ସ ସିଟ୍‌ର ଉଲ୍ଲେଖନୀୟ ସମ୍ପ୍ରସାରଣ ଏବଂ ଗତ ଅଢ଼େଇ ବର୍ଷ ଧରି ସହଜ ମୁଦ୍ରାନୀତି ଆଭିମୁଖ୍ୟ ଯୋଗୁଁ ସେମାନେ ଐତିହାସିକ ଶୀର୍ଷରେ ରହିଛନ୍ତି । ଏହାବ୍ୟତୀତ, ବର୍ତମାନର ବଜାର ସର୍ତାବଳୀ ଅବଧି ସମ୍ପତି ପାଇଁ ଆବଟଂନ ଆବଶ୍ୟକ କରୁଛି । ଏଭଳି ପରିବେଶରେ ନିବେଶକମାନଙ୍କୁ ବିଶ୍ୱସ୍ତରୀୟ ସୁଯୋଗର ଫାଇଦା ଉଠାଇବା ଉଦ୍ଦେଶ୍ୟରେ ଆକ୍ସିସ୍ ୟୁଏସ୍ ଟ୍ରେଜେରି ଡାଇନାମିକ୍ ବଣ୍ଡ୍ ଇଟିଏଫ୍ ଫଣ୍ଡ୍ ଅଫ୍ ଫଣ୍ଡ୍‌ର ପରିକଳ୍ପନା କରାଯାଇଛି ।’’
ଆକ୍ସିସ ମ୍ୟୁଚୁଆଲ ଫଣ୍ଡର ସିଆଇଓ ଆଶିଷ ଗୁପ୍ତା କହିଛନ୍ତି ଯେ, “ଆଜିର କ୍ରମାଗତ ପରିବର୍ତନଶୀଳ ଅର୍ଥନୈତିକ ଦୃଶ୍ୟପଟରେ ଗତିଶୀଳ ଆବଟଂନ ଗୁରୁତ୍ୱପୂର୍ଣ୍ଣ ଏବଂ ଆକ୍ସିସ ୟୁଏସ ଟ୍ରେଜେରି ଡାଇନାମିକ ବଣ୍ଡ ଇଟିଏଫ ଫଣ୍ଡ ଅଫ ଫଣ୍ଡ ଏହି ନୀତିର ପ୍ରତୀକ । ଯେହେତୁ ବଜାର ଚକ୍ର ଭିନ୍ନ ଭିନ୍ନ ହୋଇଥାଏ ତେଣୁ ଆବଟଂନର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି । ଆମେରିକୀୟ ଜି-ସେକ୍ ୟିଲ୍ଡ କର୍ଭ୍‌ର ବିଭିନ୍ନ ସେଗମେଂଟର ସକ୍ରିୟ ଭାବେ ରଣନୀତି ପରିଚାଳନା କରି ଆମ ନିବେଶକମାନଙ୍କ ପାଇଁ ବିପଦ-ରିଟର୍ଣ୍ଣ ପ୍ରୋଫାଇଲକୁ ସର୍ବାଧିକ କରିବା ଲକ୍ଷ୍ୟରେ ଏହି ରଣନୀତି ପ୍ରସ୍ତୁତ କରାଯାଇଛି ।”


Share It

Comments are closed.