ହାତୀ ଚଲାପଥ ପାଇଁ ବିଦ୍ୟୁତ୍ ଭିତ୍ତିଭୂମିର ଉନ୍ନତିକରଣ କରିଅଛି ଟିପିଡବ୍ଲୁଓଡିଏଲ୍


ବୁର୍ଲା/ସମ୍ବଲପୁର, ୧୧.୦୩.୨୦୨୪: ପଶ୍ଚିମ ଓଡିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପିଡବ୍ଲୁଓଡିଏଲ୍ ହାତୀ ଚଲାପଥ ପ୍ରକଳ୍ପ ଅଧିନରେ ହାତୀମାନଙ୍କ ସୁରକ୍ଷା ଲାଗି ବିଭିନ୍ନ ପର‌୍ୟ୍ୟାୟରେ ବିଦ୍ୟୁତ୍ ଭିତ୍ତିଭୂମିର ଉନ୍ନତିକରଣ କରିଅଛି । ଦେଶରେ ଅବସ୍ଥିତ ବିଭିନ୍ନ ବିତରକ କମ୍ପାନୀମାନଙ୍କ ମଧ୍ୟରୁ ଟିପିଡବ୍ଲୁଓଡିଏଲ୍ ହାତୀ ଚଲାପଥ ସୁରକ୍ଷା ଦିଗରେ ଏକ ବିଶେଷ ଭୂମିକା ନିର୍ବାହ କରିଅଛି ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ହାତୀ କରିଡର ପ୍ରକଳ୍ପ ସମାପ୍ତ କରିବାରେ ଅନେକ ପଦକ୍ଷେପ ଗ୍ରହଣ କରିଅଛି ।

ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ହାତୀ ଚଲାପଥ ପ୍ରକଳ୍ପର ସମସ୍ତ ଆବଶ୍ୟକତା ଅନୁଯାୟୀ ଏକ ନିର୍ଭରଯୋଗ୍ୟ ବିଦ୍ୟୁତ୍ ନେଟୱାର୍କର ପରିକଳ୍ପନା ଏବଂ କାର‌୍ୟ୍ୟକାରୀ କରିବା ପାଇଁ ସକ୍ରିୟ ପଦକ୍ଷେପ ଗ୍ରହଣ କରୁଅଛି । ହାତୀ କରିଡରରେ ହାତୀଙ୍କ ଗତିବିଧି ଉପରେ ନଜର ରଖି କମ୍ପାନୀ ଯୁଦ୍ଧାକାଳୀନ ଭିତ୍ତିରେ ମଧ୍ୟବର୍ତ୍ତୀ ବିଦ୍ୟୁତ୍ ପୋଲ୍ ମାଧ୍ୟମରେ ବିଦ୍ୟୁତ୍ ତାରର ଉଚ୍ଚତାକୁ ବୃଦ୍ଧି କରିଅଛି । ସେହିପରି ହାତୀ ମୃତ୍ୟୁକୁ ରୋକିବା ପାଇଁ ପ୍ରକଳ୍ପ ଅଞ୍ଚଳରେ ଇନସୁଲେଟେଡ୍ କଣ୍ଡକ୍ଟର ଲଗାଯାଇଅଛି ।

ସମଗ୍ର ପ୍ରକଳ୍ପ ଅଞ୍ଚଳରେ ୪୦,୬୮୮ଟି ଐଞ ପୋଲ୍ ଏବଂ ୮୪୨୨ଟି ଖଞ ପୋଲ୍ ସଂସ୍ଥାପନ କରାଯାଇଅଛି । ସେହିପରି ପ୍ରକଳ୍ପ ଅଞ୍ଚଳରେ ୪୮୧ କିଲୋମିଟର୍ ପର‌୍ୟ୍ୟନ୍ତ ଏଲ୍ଟି ଲାଇନରେ ଏବି କେବୁଲ ଏବଂ ୯୭୦ କିଲୋମିଟର ପର‌୍ୟ୍ୟନ୍ତ ଏଚଟି ଲାଇନରେ ଇନସୁଲେଟେଡ୍ କଭର୍ କଣ୍ଡକ୍ଟର କାର‌୍ୟ୍ୟ ସମାପ୍ତ ହୋଇଛି । ଯାହା ମଧ୍ୟରୁ କେବଳ କଳାହାଣ୍ଡି ଜିଲ୍ଲାର ହାତୀ କରିଡରରେ ୫୬୭୪ଟି ଐଞ ପୋଲ୍ ଏବଂ ୫୩୪ଟି ଖଞ ପୋଲ୍ ସଂସ୍ଥାପନ କରାଯାଇଅଛି । ସେହିପରି ପ୍ରକଳ୍ପ ଅଞ୍ଚଳରେ ୪୨ କିଲୋମିଟର୍ ପର‌୍ୟ୍ୟନ୍ତ ଖଞ ଲାଇନରେ ଇଈ କେବୁଲ ଏବଂ ୮୧୨ କିଲୋମିଟର ପର‌୍ୟ୍ୟନ୍ତ ଐଞ ଲାଇନରେ ଇନସୁଲେଟେଡ୍ କଣ୍ଡକ୍ଟର କାର‌୍ୟ୍ୟ ସମାପ୍ତ ହୋଇଛି । ଏପର‌୍ୟ୍ୟନ୍ତ ଏହି ପ୍ରକଳ୍ପରେ ୧୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଅଛି ।

ତେବେ ଏହା ଆଶା କରାଯାଉଅଛି ଯେ, ହାତୀ ଚଲାପଥ ପ୍ରକଳ୍ପରେ ଉନ୍ନତିକରଣ କାର‌୍ୟ୍ୟ ଯୋଗୁଁ ଭବିଷ୍ୟତରେ ହାତୀଙ୍କ ଗତିବିଧି ଅନୁଯାଇ ବିଦ୍ୟୁତ୍ ସେବା ବ୍ୟାପକ ରୂପେ ବ୍ୟାଘତ ନ ହୋଇପାରେ । ବିଗତ ଦିନରେ ହାତୀଙ୍କ ଗତିବିଧି ଅନୁଯାଇ ବିଦ୍ୟୁତ୍ ସେବା ବ୍ୟାପକ ରୂପେ ବ୍ୟାଘତ କରାଯାଉଥିଲା । ଆମର ଆଶା ଓ ବିଶ୍ୱାସ, ଆଗାମୀ ଦିନରେ ବନ୍ୟଜନ୍ତୁଙ୍କ ସୁରକ୍ଷା ସହିତ ବିଦ୍ୟୁତ୍ ସେବାରେ ମଧ୍ୟ ଉନ୍ନତି ଘଟିବ ।


Share It

Comments are closed.