ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହନ ଦିଗରେ ଟିପିଏସ୍ଓଡିଏଲ୍ ଓ ଏସବିଆଇ ମଧ୍ୟରେ ବୁଝାମଣା


ବ୍ରହ୍ମପୁର : ଭାରତ ବିଲ ପେମେଣ୍ଟ ସିଷ୍ଟମ ମାଧ୍ୟମରେ ବିଦ୍ୟୁତ ଦେୟ ସଂଗ୍ରହ କରିବା ଦିଗରେ ଟିପିଏସ୍ଓଡିଏଲ୍ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସହ ବୁଝାମଣା କରିଛି। ଟିପିଏସ୍ଓଡିଏଲର ପରିଚାଳନା ପରିସର ଅନ୍ତର୍ଭୁକ୍ତ ୮ଟି ଜିଲ୍ଲାରେ ଏସବିଆଇର ୨୪୫ଟି ବ୍ରାଞ୍ଚ ଏବଂ ୧୬୫୨ଟି କମନ୍ ସର୍ଭିସ୍ ପଏଣ୍ଟଗୁଡ଼ିକର ଉପଯୋଗ କରି ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ନେଇ କମ୍ପାନୀ ଲକ୍ଷ୍ୟ ରଖିଛି।
ଡିଜିଟାଲ ମାଧ୍ୟମରେ ବିଦ୍ୟୁତ ଦେୟ ସଂଗ୍ରହ କରିବା ଦିଗରେ ଏହି ଚୁକ୍ତି ସହାୟକ ହେବ। ଓଡ଼ିଶାରେ ଏକ ଅଗ୍ରଣୀ ଡିସକମ ଭାବରେ ଟିପିଏସ୍ଓଡିଏଲ୍ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସହ ବୁଝାମଣା କରିଛି।
ଏହି ରାଜିନାମାରେ ଟିପିଏସ୍ଓଡିଏଲର ସିଇଓ ଶ୍ରୀ ଅମିତ କୁମାର ଗର୍ଗ ଏବଂ କର୍ପୋରେଟ ଡିଡିଓ ଶ୍ରୀ ଦିଲ୍ଲୀପ କୁମାର ମିଶ୍ର ସ୍ୱାକ୍ଷର କରିଛନ୍ତି। ଏହା ବିଦ୍ୟୁତ ଦେୟ ପୈଠ କ୍ଷେତ୍ରରେ ଡିଜିଟାଲ ରୂପାନ୍ତରଣ ପ୍ରତି କମ୍ପାନୀର ନିଷ୍ଠା ଓ ପ୍ରତିବଦ୍ଧତାକୁ ସୂଚାଉଛି। ଏହି ସହଯୋଗିତାକୁ ଆଗକୁ ନେବାରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଡିଜିଏମ ( ଡିଜିଟାଲ କାରବାର ଓ ବ୍ୟାଙ୍କିଙ୍ଗ) ଶ୍ରୀ ଅମରେନ୍ଦ୍ର କୁମାରଙ୍କ ମୁଖ୍ୟ ଭୂମିକା ରହିଛି।
ରାଜିନାମା ସ୍ୱାକ୍ଷର ସମୟରେ ସିଏଫଓ ଶ୍ରୀ ବିଜୟ ମହାନ୍ତିଙ୍କ ସହ ଉଭୟ ପକ୍ଷରୁ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ସେମାନେ ସହଯୋଗ କରିଛନ୍ତି। ଡିଜିଟାଲ ନେଣଦେଣ ସକାଶେ ଅନୁକୂଳ ବ୍ୟବସ୍ଥା ତିଆରି କରିବା ପାଇଁ ଉଭୟ ସଂସ୍ଥା ପ୍ରତିବଦ୍ଧ।
ଉପଭୋକ୍ତାଙ୍କ ପାଇଁ ନେଣଦେଣରେ ସୁବିଧା ଏବଂ ବିଦ୍ୟୁତ ଶକ୍ତି କ୍ଷେତ୍ରରେ ବୈଷୟିକ ଜ୍ଞାନ କୌଶଳ ବିକାଶ ଦିଗରେ ଟିପିଏସ୍ଓଡିଏଲ୍ ଓ ଏସବିଆଇ ମଧ୍ୟରେ ହୋଇଥିବା ସନ୍ଧି ଏକ ମାଇଲଖୁଣ୍ଟ। ଯାହା ଫଳରେ ଦକ୍ଷିଣ ଓଡ଼ିଶାର ଉପଭୋକ୍ତାମାନେ ସୁବିଧାରେ ଡିଜିଟାଲ ପେମେଣ୍ଟ କରିପାରିବେ।


Share It

Comments are closed.