ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ପଡିଆକୁ ଓହ୍ଲାଇବେ ଜୈସୱାଲ


ବିଶ୍ୱକପ ୨୦୨୩ ଶେଷ ହୋଇଥିବା ବେଳେ ଏବେ କ୍ରିକେଟପ୍ରେମୀଙ୍କ ନଜରରେ ରହିଛି ଭାରତ ଓ ଅଷ୍ଟ୍ରେଲିଆ ଟି -20 ସିରିଜ୍ । ପାଞ୍ଚଟି ମ୍ୟାଚ୍ ବିଶିଷ୍ଟ ଏହି ଟି -20 ସିରିଜର ପ୍ରଥମ ମ୍ୟାଚ୍ ବିଶାଖାପାଟନମ୍ ସ୍ଥିତ ACA-VDCA ଷ୍ଟାଡିୟମରେ ଖେଳାଯିବ । ତେବେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି -20 ମ୍ୟାଚରେ ଟିମ୍ ଇଣ୍ଡିଆର ପ୍ଲେଇଙ୍ଗ ଇଲେଭେନରେ ଜଣେ ଧୂଆଁଧାର ବ୍ୟାଟ୍ସମ୍ୟାନଙ୍କୁ ସାମିଲ କରାଯିବା ନେଇ ଚର୍ଚ୍ଚା ହେଉଛି ।
ସୂର୍ଯ୍ୟକୁମାର ଯାଦବ ଯୁବ ବାମହାତୀ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୈସୱାଲଙ୍କୁ ଓପନିଙ୍ଗ କରିବା ନେଇ ସୁଯୋଗ ଦେଇପାରନ୍ତି । ଯଶସ୍ୱୀ ଟିମ୍ ଇଣ୍ଡିଆ ପାଇଁ ମାତ୍ର ୯ଟି -20 ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ବେଳେ ନିଜର ଚମତ୍କାରୀ ବ୍ୟାଟିଂରେ ସେ ସମସ୍ତେ ପ୍ରଭାବିତ କରିଛନ୍ତି। ଖେଳାଳି ୧୬୭.୫୭ ହାରରେ ୯ଟି ଟି -20 ମ୍ୟାଚରେ ୨୪୮ ରନ୍ ସଂଗ୍ରହ କରିଛନ୍ତି। ଟି -20 ଇଣ୍ଟରନ୍ୟାସନାଲରେ ସେ ଗୋଟେ ଶତକ ଓ ୧ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

ଆଇପିଏଲ ୨୦୨୩ରେ ମଧ୍ଯ ଖେଳାଳିଙ୍କ ଜଲୱା ଦେଖିବାକୁ ମିଳିଥିଲା । ଯଶସ୍ୱୀ ୧୬୩.୬୧ର ଷ୍ଟ୍ରାଇକ୍ ହାରରେ ଆଇପିଏଲ୍ ୨୦୨୩ର ୧୪ଟି ମ୍ୟାଚ୍ ରେ ୬୨୫ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ୮୨ଟି ଚୌକା ଓ ୨୬ ଛକା ସାମିଲ ରହିଛି । ଆଇପିଏଲରେ ସେ ଗୋଟେ ଶତକ ଓ ୫ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ତାଙ୍କର ସର୍ବୋତ୍ତମ ସ୍କୋର ରହିଛି ୧୨୪ ରନ୍ । ତେବେ ଖେଳାଳି ଟିମ୍ ଇଣ୍ତିଆର ପରବର୍ତ୍ତୀ ଷ୍ଟାର ଓପନର୍ ହୋଇପାରନ୍ତି ବୋଲି କୁହାଯାଉଛି ।

ଭାରତର ଟି -20 ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ରୁତୁରାଜ ଗାଇକୱାଡ (ଉପ-ଅଧିନାୟକ), ଇଶାନ କିଶନ, ଯଶସ୍ୱୀ ଜୈସୱାଲ, ତିଲକ ବର୍ମା, ରିଙ୍କୁ ସିଂ, ଜିତେଶ ଶର୍ମା (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ଅକ୍ଷର ପଟେଲ, ଶିବମ୍ ଦୁବେ, ରବି ବିଷ୍ଣୁ, ପ୍ରସିଦ୍ଧ କୃଷ୍ଣ, ଆବେଶ ଖାନ, ମୁକେଶ କୁମାର ।

ଭାରତ ବନାମ ଅଷ୍ଟ୍ରେଲିଆ ଟି -20 ଆନ୍ତର୍ଜାତୀୟ ସିରିଜ୍

ପ୍ରଥମ ଟି -20 ମ୍ୟାଚ୍ – ୨୩ ନଭେମ୍ବର, ସନ୍ଧ୍ୟା ୭.୦୦, ବିଶାଖାପାଟନମ୍ ।

୨ୟ ଟି -20 ମ୍ୟାଚ୍ – ୨୬ ନଭେମ୍ବର, ସନ୍ଧ୍ୟା ୭.୦୦, ଥିରୁବନନ୍ତପୁରମ୍ ।

ତୃତୀୟ ଟି -20 ମ୍ୟାଚ୍ – ୨୮ ନଭେମ୍ବର, ସନ୍ଧ୍ୟା ୭.୦୦, ଗୌହାଟୀ ।

ଚତୁର୍ଥ ଟି -20 ମ୍ୟାଚ୍ – ୧ ଡିସେମ୍ବର, ସନ୍ଧ୍ୟା ୭.୦୦, ନାଗପୁର ।

ପଞ୍ଚମ ଟି -20 ମ୍ୟାଚ୍ – ୩ ଡିସେମ୍ବର, ସନ୍ଧ୍ୟା ୭.୦୦, ହାଇଦ୍ରାବାଦ ।


Share It

Comments are closed.