ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ରୋମାଂଚକର ଫୁଟ୍‌ବଲ୍ ଟୁର୍ଣ୍ଣାମେଂଟ୍ ଆୟୋଜିତ


ସ୍ଥାନୀୟ ପ୍ରତିଭା ଓ ଗୋଷ୍ଠୀ ସମୁଦାୟର ଅଭିଳାଷର ପ୍ରସାର

ଯୋଡ଼ା: ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌)ର କଳମଙ୍ଗ ଓ ଗନ୍ଧଲପଡ଼ା ପ୍ରକଳ୍ପ (କେଜିପି) ୟୁନିଟ୍ ପକ୍ଷରୁ ଗନ୍ଧଲପଡ଼ା ଗ୍ରାମ ଫୁଟବଲ ଖେଳପଡ଼ିଆରେ ନଭେମ୍ବର ୧୪ରେ ଏକ ଦିନିକିଆ ନକଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଂଟ୍ ଆୟୋଜନ ହୋଇଯାଇଛି । ଏଥିରେ ଗୁଆଳି ଗ୍ରାମ ପଂଚାୟତ ଅନ୍ତର୍ଗତ ଛଅଟି ଗ୍ରାମ – କେନ୍ଦୁଡ଼ିହି, ପାଣ୍ଡୁଲିପଶି, ଗୁଆଳି, ନୂଆଗାଁ, ଗନ୍ଧଲପଡ଼ା ଓ ବରପଦାର ଫୁଟବଲ ପ୍ରେମୀମାନେ ମିଳିତ ଭାବେ ଯୋଗ ଦେଇଥିଲେ ।

ଅତିଥିମାନଙ୍କ ଦ୍ୱାରା ପତାକା ଉତୋଳନ ସହ ଏହି ଟୁର୍ଣ୍ଣାମେଂଟର ଉଦଘାଟନୀ ସମାରୋହ ଆରମ୍ଭ ହୋଇଥିଲା ଯେଉଁଥିରେ ଅତିଥି ଭାବେ ଯୋଡ଼ା ବ୍ଲକ୍‌ର ଅଧ୍ୟକ୍ଷ ଶ୍ରୀ କବିନ୍ଦ୍ର ନାୟକ, ଭଦ୍ରାସାହିର ପୂର୍ବତନ ଜିଲ୍ଳା ପରିଷଦର ଶ୍ରୀ ଜୟନ୍ତୀ ଭଅଁରା, ପୂର୍ବତନ ସରପଂଚ ଶ୍ରୀ ଦେବରା ମୁଣ୍ଡା, ଆଦିବାସୀ ହୋ ବିକାଶ ସମାଜ କମିଟିର ଉପଦେଷ୍ଟା ଶ୍ରୀ ଜୁରିଆ ମୁଣ୍ଡା ଏବଂ ଗନ୍ଧଲପଡ଼ାର ୱାର୍ଡ ମେମ୍ବର ଶ୍ରୀମତୀ ପ୍ରୀତି ବର୍ଲା ଯୋଗଦେଇଥିଲେ । ଅତିଥିମାନେ ନିଜ ବକ୍ତବ୍ୟରେ ଖେଳାଳିମାନଙ୍କ ଉତ୍ସାହ ବଢ଼ାଇଥିଲେ ଓ ଆନୁଷ୍ଟାନିକ ଭାବେ ଟୁର୍ଣ୍ଣାମେଂଟ୍‌ର ଶୁଭାରମ୍ଭ ହୋଇଥିଲା ।

ଟୁର୍ଣ୍ଣାମେଂଟ୍ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ରହିଥିଲା ଯେଉଁଥିରେ କେନ୍ଦୁଡିହି, ଗନ୍ଧଲପଡ଼ା ଓ ନୂଆଗାଁ ଦଳ ଫାଇନାଲ୍‌ରେ ପ୍ରବେଶ କରିଥିଲେ । ଟାଟା ଷ୍ଟିଲ୍‌ର କଳମଙ୍ଗ ଓ ଗନ୍ଧଲପଡ଼ା ପ୍ରକଳ୍ପର ମୁଖ୍ୟ ଶ୍ରୀ ଦୀପକ କୁମାର ବେହେରା ଓ ଆଦିବାସୀର ହୋ ବିକାଶ ସମାଜ କମିଟିର ଉପଦେଷ୍ଟା ଶ୍ରୀ ଜୁରିଆ ମୁଣ୍ଡା ଓ ଟିଏସଏଫ୍‌ର କ୍ରୀଡ଼ା ପ୍ରବନ୍ଧକ ଶ୍ରୀ ଚିନ୍ମୟୀ ବୁରା ଫାଇନାଲ ମ୍ୟାଚ୍‌ର ଉଦ୍‌ଘାଟନ କରିଥିଲେ ।

ଏହି ଅବସରରେ ଟାଟା ଷ୍ଟିଲ୍‌ର କଳମଙ୍ଗ ଓ ଗନ୍ଧଲପଡ଼ା ପ୍ରକଳ୍ପର ମୁଖ୍ୟ ଶ୍ରୀ ଦୀପକ ବେହେରା କହିଛନ୍ତି ଯେ, “ଆନ୍ତଃ ଗ୍ରାମ ଟୁର୍ଣ୍ଣାମେଂଟ୍‌ରେ ବହୁତ ଗୌରବ ଜଡ଼ିତ ରହିଛି ଏବଂ କ୍ରୀଡ଼ାରେ ଏକ ଉତ୍ତମ କ୍ୟାରିୟର ଗଠନ କରିହେବ । ନିଜର ଦକ୍ଷତା ପ୍ରଦର୍ଶନ କରିବା ଲାଗି ଖେଳାଳିମାନଙ୍କ ନିମନ୍ତେ ଏହା ଏକ ଶ୍ରେଷ୍ଠ ସୁଯୋଗ ଏବଂ ଜାତୀୟ ଓ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଖେଳିବାର ସୁଯୋଗ ଖେଳାଳିମାନଙ୍କୁ ପ୍ରଦାନ କରିବା ଲାଗି ସେମାନଙ୍କୁ ପ୍ରସ୍ତୁତ କରିବା ନିମନ୍ତେ ଟାଟା ଷ୍ଟିଲ୍ ଏହାର ଉଦ୍ୟମ ଜାରି ରଖିଛି ।’’

ଫାଇନାଲ୍ ମ୍ୟାଚ୍‌ରେ ନୂଆଗାଁ ଦଳ ବିଜେତା ହୋଇଥିବା ବେଳେ ଗନ୍ଧଲପଡ଼ା ଦଳ ଉପ-ବିଜେତା ହୋଇଥିଲା । ୧୫୦ରୁ ଅଧିକ ଗ୍ରାମବାସୀ ଏବଂ ଟିଏସ୍‌ଏଫ୍ କେଜିପିର ସଦସ୍ୟମାନଙ୍କ ଉପସ୍ଥିତିରେ ଶ୍ରୀ ଦୀପକ ବେହେରା ପୁରସ୍କାର ପ୍ରଦାନ କରିଥିଲେ ।

ଏହି ଟୁର୍ଣ୍ଣାମେଂଟ୍‌ରେ ଗୋଷ୍ଠୀ ମଧ୍ୟରେ ଫୁଟବଲ ପ୍ରତି ରହିଥିବା ଗଭୀର ଅଭିଳାଷ ପ୍ରଦର୍ଶିତ ହୋଇଥିଲା ଏବଂ ଏହା କ୍ରୀଡ଼ା ଓ ସ୍ଥାନୀୟ ପ୍ରତିଭାର ପ୍ରସାର ଲାଗି ଟାଟା ଷ୍ଟିଲ୍‌ର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲା ।


Share It

Comments are closed.