ଟିପିସିଓଡିଏଲ୍ ପକ୍ଷରୁ ଆର୍ଥ ଆୱାର ପାଳିତ


ଭୁବନେଶ୍ୱର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପରିବେଶ ଅବକ୍ଷୟ ଏବଂ ଜଳବାୟୁ ପରିବର୍ତନ ରୋକିବା ପାଇଁ ଜରୁରୀ ପଦକ୍ଷେପର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆର୍ଥ ଆୱାରରେ ଗର୍ବର ସହ ଅଂଶଗ୍ରହଣ କରିଛି ।

୨୦୨୪ ମାର୍ଚ୍ଚ ୨୩ ତାରିଖରେ ଟିପିସିଓଡିଏଲ୍ ପୃଥିବୀ ପ୍ରତି ପ୍ରତିବଦ୍ଧତାର ପ୍ରତୀକ ଭାବେ ରାତି ସାଢ଼େ ୮ଟାରୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ୬୦ ମିନିଟ୍ ପାଇଁ ଲାଇଟ୍ ବନ୍ଦ କରିବାକୁ ଗ୍ରାହକମାନଙ୍କୁ ଉତ୍ସାହିତ କରି ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ସହ ମିଶି ଆର୍ଥ ଆୱାର ପାଳନ କରିଥିଲା । ୨୦୨୪ ଆର୍ଥ ଆୱାରର ଶୀର୍ଷକ “ସୁଇଚ୍ ଅଫ୍ ଆଣ୍ଡ ଗିଭ ଆନ୍ ଆୱାର ଫର୍ ଆର୍ଥ’ ଜରିଆରେ ପରିବେଶ ନିରନ୍ତରତାକୁ ପ୍ରୋତ୍ସାହିତ କରିବା ଏବଂ ପ୍ରକୃତି ସହିତ ପୁନଃ ସଂଯୋଗ କରୁଥିବା କାର୍ଯ୍ୟକଳାପ ପାଇଁ ନିଜକୁ ଉତ୍ସର୍ଗ କରିବାକୁ ଅଂଶଗ୍ରହଣକାରୀମାନଙ୍କୁ ଅନୁରୋଧ କରାଯାଇଥିଲା ।

ଟିପିସିଓଡିଏଲ୍ ଏବଂ ଏହାର ଅଂଶୀଦାରଙ୍କ ଠାରୁ ଆର୍ଥ ଆୱାର ପାଳନ ପାଇଁ ମିଳିଥିବା ପ୍ରତିକ୍ରିୟା ଉଲ୍ଲେଖନୀୟ ଅଟେ । କମ୍ପାନିର କଲ୍ ସେଂଟର ଏଥିରେ ଅଂଶଗ୍ରହଣ କରିଥିବା ବେଳେ ଅନ୍ୟ କର୍ମଚାରୀମାନେ ସେମାନଙ୍କ ପରିବାର ସହିତ ଉତ୍ସାହର ସହ ଏହି ପଦକ୍ଷେପକୁ ସମର୍ଥନ କରିଥିଲେ ।

ଟିପିସିଓଡିଏଲର ସିଇଓ ଶ୍ରୀ ଅରଭିନ୍ଦ୍ ସିଂହ ଆର୍ଥ ଆୱାର ପାଳନର ଆବଶ୍ୟକତା କୁ ନେଇ କହିଛନ୍ତି ଯେ ଏହା ପୃଥିବୀ ମାତାକୁ ଧନ୍ୟବାଦ ଦେବା ଏବଂ ତାହାର ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଆମର ପ୍ରତିଶ୍ରୁତିକୁ ନବୀକରଣ କରିବାର ସମୟ । ଚଳିତ ବର୍ଷର ଆର୍ଥ ଆୱାର ବିଷୟବସ୍ତୁ “ସୁଇଚ୍ ଅଫ୍ ଆଣ୍ଡ ଗିଭ ଆନ୍ ଆୱାର ଫର୍ ଆର୍ଥ’ ଆମକୁ ପ୍ରକୃତି ସହ ପୁନର୍ବାର ଯୋଡ଼ିଥିବା କାର୍ଯ୍ୟକଳାପରେ ନିୟୋଜିତ ହେବାକୁ ପ୍ରେରଣା ଦେଇଛି । ଆର୍ଥ ଆୱାର ପାଳନ କେବଳ ଏକ ସାଧାରଣ ପଦକ୍ଷେପ ନୁହେଁ, ଏହା ଏକ ବିଶ୍ୱବ୍ୟାପୀ ଆନ୍ଦୋଳନ ଯାହା ଆମ ପୃଥିବୀକୁ ସୁରକ୍ଷିତ ରଖିବା ପାଇଁ ଆମର ମିସନରେ ଲକ୍ଷ ଲକ୍ଷ ଲୋକଙ୍କୁ ଏକାଠି କରିଛି ।’’

ଜଳବାୟୁ ପରିବର୍ତନ, ଜୈବ ବିବିଧତା ନଷ୍ଟ ଏବଂ ପ୍ରତିକୂଳ ପାଣିପାଗ ଘଟଣାର ବଢୁଥିବା ଆହ୍ୱାନକୁ ଦୃଷ୍ଟିରେ ରଖି, ଆର୍ଥ ଆୱାର ବ୍ୟକ୍ତି ବିଶେଷ ଏବଂ ସଂଗଠନଗୁଡିକୁ ଦୀର୍ଘସ୍ଥାୟୀ କାର୍ଯ୍ୟ ମାଧ୍ୟମରେ ବାସ୍ତବ ପରିବର୍ତନ ଆଣିବାକୁ ଏକ ସୁଯୋଗ ପ୍ରଦାନ କରୁଛି ।

ଆର୍ଥ ଆୱାର ପାଳନ ବ୍ୟତୀତ ଟିପିସିଓଡିଏଲ୍ ପରିବେଶ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ବିଭିନ୍ନ ସମୁଦାୟ ମଧ୍ୟରେ ଦୀର୍ଘସ୍ଥାୟୀତ୍ୱ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥିଲା ।


Share It

Comments are closed.