ରକିଙ୍ଗ୍ ଷ୍ଟାର୍ ୟଶ୍‌ଙ୍କୁ ନୂଆ ବ୍ରାଣ୍ଡ୍ ଆମ୍ବାସାଡର ଘୋଷଣା କରିଛି ଆକ୍‌ଜୋନୋବେଲ


ଭୁବନେଶ୍ୱର : ଏକ ଅଗ୍ରଣୀ ପେଂଟ୍‌ସ ଓ କୋଟିଙ୍ଗ୍‌ସ କମ୍ପାନୀ ଓ ଡ୍ୟୁଲକ୍ସ ପେଂଟସ୍‌ର ନିର୍ମାତା ଆକ୍‌ଜୋନୋବେଲ ଇଣ୍ଡିଆ ପକ୍ଷରୁ ଅଭିନେତା ୟଶ୍‌ଙ୍କୁ ଭାରତରେ ଏହାର ଡ୍ୟୁଲକ୍ସ ୱେଦରସିଲ୍ଡ ଏକ୍ସଟେରିୟର ଇମଲ୍‌ସନ୍ସ ପାଇଁ ନୂଆ ବ୍ରାଣ୍ଡ ଆମ୍ବାସାଡର୍ ଭାବେ ସ୍ୱାଗତ କରାଯାଇଛି । ଏସମ୍ପର୍କରେ ଆକ୍‌ଜୋ ନୋବେଲ ଇଣ୍ଡିଆର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ରାଜୀବ ରାଜଗୋପାଳ କହିଛନ୍ତି, “ଆମେ ରକିଙ୍ଗ୍ ଷ୍ଟାର୍ ୟଶ୍‌ଙ୍କୁ ଆମ ପରିବାରକୁ ସ୍ୱାଗତ କରି ଉତ୍ସାହିତ ଅଛୁ । ସେ ଉଦ୍ଭାବନର ଆତ୍ମବିଶ୍ୱାସରୁ ଜନ୍ମିତ ଡ୍ୟୁଲକ୍ସ ୱେଦରସିଲ୍ଡର ଅତୁଳନୀୟ କାର୍ଯ୍ୟଦକ୍ଷତା ଓ ମୌଳିକତାର ଉତ୍ସାହକୁ ଉପଯୁକ୍ତ ଭାବେ ଧାରଣ କରିଛନ୍ତି । ଜଣେ ପ୍ରକୃତ ସୁପର୍‌ଷ୍ଟାର ୟଶ୍‌, ଠିକ୍ ଆମର ଆଇକୋନିକ୍ ଡ୍ୟୁଲକ୍ସ ୱେଦରସିଲ୍ଡ ଏକ୍ସଟେରିୟର ଇମଲ୍‌ସନ୍ସ ଭଳି ଭାରତର ଲକ୍ଷ ଲକ୍ଷ ପ୍ରଶଂସକଙ୍କ ଭଲ ପାଇବା ଅର୍ଜନ କରିଛନ୍ତି ।” ଏହି ନୂତନ ସହଭାଗିତା ସମ୍ପର୍କରେ ସୁପରଷ୍ଟାର୍ ୟଶ୍ କହିଛନ୍ତି, “ପ୍ରତ୍ୟେକ ଭୂମିକା ନିଜ ସହିତ ଲୋକମାନଙ୍କୁ ଅନୁପ୍ରାଣିତ ଓ ଆକର୍ଷିତ କରିବା ଏବଂ ମନୋରଞ୍ଜନ ପ୍ରଦାନ କରିବା ପାଇଁ କ୍ଷମତା ଆଣିଥାଏ । ମୋର ସବୁଠାରୁ ବଡ ଶକ୍ତି ଦର୍ଶକଙ୍କ ଆକାଂକ୍ଷା ପୂରଣ କରିବାରେ ଅନ୍ତର୍ନିହିତ ରହିଛି । ଡ୍ୟୁଲକ୍ସ ୱେଦରସିଲ୍ଡ ‘ଇଟ୍‌ସ କଲର୍‌ଫୁଲ, ଇଟ୍‌ସ ପାୱାରଫୁଲ୍‌’ କାହାଣୀକୁ ଜୀବନ୍ତ କରି ମୁଁ ଖୁବ୍ ଖୁସି ଅନୁଭବ କରୁଛି ।” ମୁଲେନ ଲିନ୍‌ଟାସ ଦିଲ୍ଲୀ ଦ୍ୱାରା ଏହି କ୍ୟାମ୍ପେନ ନିର୍ମିତ ହୋଇଛି ।

ବ୍ୟବସାୟିକ ତଥ୍ୟ ସେୟାର କରି ଆକ୍‌ଜୋ ନୋବେଲ ଇଣ୍ଡିଆର ମାର୍କେଟିଂ ଓ ସେଲ୍‌ସ ୟୁନିଟ୍‌ର ନିର୍ଦ୍ଦେଶକ ରୋହିତ ଟୋଟ୍‌ଲା କହିଛନ୍ତି, “ବିଗତ ୨୫ ବର୍ଷ ହେବ ଡ୍ୟୁଲକ୍ସ ୱେଦରସିଲ୍ଡ ହୋମ୍ ଏକ୍ସଟେରିୟର ପାଇଁ ଟେକ୍ନୋଲୋଜିର ଅଗ୍ରଗତି ସହିତ ସମାର୍ଥକ ରହିଛି । ଏକ୍ସଟେରିୟର ଇମଲ୍‌ସନ୍ ଭାରତରେ ଆକ୍‌ଜୋନୋବେଲର ଡେକୋରେଟିଭ୍ ପେଂଟ୍ ବ୍ୟବସାୟରେ ସର୍ବାଧିକ ଯୋଗଦାନ ଦେଉଥିବା ବେଳେ, ଆମେ ଆମର ବ୍ରାଣ୍ଡ ଉପସ୍ଥିତିର ବିସ୍ତାର ସହ ସମାନ୍ତରାଳ ଭାବେ ୟଶ୍‌ଙ୍କ ଶକ୍ତି ସହ ଆମର ଉପଭୋକ୍ତା ସଂଯୋଗକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛୁ ।” ‘ଇଟ୍‌ସ କଲରଫୁଲ୍‌, ଇଟ୍‌ସ ପାୱାରଫୁଲ୍‌” ସମ୍ପର୍କରେ ଅଧିକ ତଥ୍ୟ ପ୍ରଦାନ କରି ଆକ୍‌ଜୋନୋବେଲ, ଦକ୍ଷିଣ ଏସିଆର ଡେକୋରେଟିଭ୍ ପେଂଟ୍‌ସ ବିଭାଗର ମାର୍କେଟିଂ ଡାଇରେକ୍ଟର ବନ୍ଦନା କ୍ରିଷ୍ଣିଆ କହିଛନ୍ତି, “ଡ୍ୟୁଲକ୍ସ ୱେଦରସିଲ୍ଡ ପାୱାରଫ୍ଲେକ୍ସର ଶକ୍ତିଶାଳୀ ପରିଚୟକୁ ଦୃଷ୍ଟିରେ ରଖି ଏହି କ୍ୟାମ୍ପେନ ରଙ୍ଗ ସହ ଭାରତର ପ୍ରେମକୁ ପାଳନ କରୁଛି ଏବଂ ଏହାକୁ ଆଲୋକପାତ କରିବା ପାଇଁ ୟଶ୍‌ଙ୍କଠାରୁ ଆଉ କିଏ ଉତମ ହୋଇପାରିବେ ।”

ଚଳିତ ସପ୍ତାହରୁ ଆରମ୍ଭ ହେଉଥିବା ଏହି କ୍ୟାମ୍ପେନ ସହ ପ୍ରଶଂସକ ଓ ପେଂଟ୍ ଉପଭୋକ୍ତାମାନେ ୟଶ୍‌ଙ୍କୁ ଏକ ନିର୍ଭୀକ ଅବତାରରେ ଦେଖିବାକୁ ପାଇବେ କାରଣ ସେ ନୂଆ ‘ଇଟ୍‌ସ କଲରଫୁଲ, ଇଟ୍‌ସ ପାୱାରଫୁଲ୍‌’ କ୍ୟାମ୍ପେନକୁ ଜୀବନ୍ତ କରୁଛନ୍ତି, ଯେଉଁଥିରେ ସୁପର୍‌-ପ୍ରିମିୟମ ଡ୍ୟୁଲକ୍ସ ୱେଦରସିଲ୍ଡ ପାୱାରଫ୍ଲେକ୍ସର ଏକ୍ସଟେରିୟର ଇମଲ୍‌ସନ ରେଞ୍ଜ ସାମିଲ ରହିଛି । ଏହି କ୍ୟାମ୍ପେନକୁ ଭାରତରେ ପାରମ୍ପରିକ ଓ ଡିଜିଟାଲ ପ୍ଲାଟ୍‌ଫର୍ମଗୁଡିକରେ ଲଂଚ୍ କରାଯିବ ।


Share It

Comments are closed.