ମହିନ୍ଦ୍ରା ପକ୍ଷରୁ ନୂଆ କମ୍ପାକ୍ଟ ଏସ୍‌ୟୁଭି “ଏକ୍ସୟୁଭି ୩ଏକ୍ସଓ’ର ଶୁଭାରମ୍ଭ, ମୂଲ୍ୟ ୭.୪୯ ଲକ୍ଷ ଟଙ୍କାରୁ ଆରମ୍ଭ


ଭୁବନେଶ୍ୱର: ଦେଶର ଅଗ୍ରଣୀ ଏସ୍‌ୟୁଭି ନିର୍ମାତା ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ପକ୍ଷରୁ ନୂଆ କମ୍ପାକ୍ଟ ଏସ୍‌ୟୁଭି “ଏକ୍ସୟୁଭି ୩ଏକ୍ସଓ’ର ଶୁଭାରମ୍ଭ କରାଯାଇଛି ଯାହାର ପ୍ରାରମ୍ଭିକ ମୂଲ୍ୟ ରହିଛି ୭.୪୯ ଲକ୍ଷ ଟଙ୍କା । କମ୍ପାକ୍ଟ ଏସ୍‌ୟୁଭି ବର୍ଗରେ ନୂତନ ମାନଦଣ୍ଡ ଧାର୍ଯ୍ୟ କରିବାକୁ ଯାଉଥିବା ଏକ୍ସୟୁଭି ୩ଏକ୍ସଓ ହେଉଛି ଡିଜାଇନ୍‌, ପ୍ରିମିୟମ୍ ଇଂଟେରିୟର, ଆରାମଦାୟକ ଗାଡ଼ି ଚାଳନା, ଉନ୍ନତ ପ୍ରଯୁକ୍ତି, ରୋମାଚଂକର ପ୍ରଦର୍ଶନ ଏବଂ ଅତୁଳନୀୟ ସୁରକ୍ଷାର ସମିଶ୍ରଣ ।
ମୁମ୍ବାଇସ୍ଥିତ ମହିନ୍ଦ୍ରା ଇଣ୍ଡିଆ ଡିଜାଇନ୍ ଷ୍ଟୁଡିଓରେ ଏହାର ପରିକଳ୍ପନା କରାଯାଇଥିବା ବେଳେ ଚେନ୍ନାଇ ନିକଟସ୍ଥ ମହିନ୍ଦ୍ରା ରିସର୍ଚ୍ଚ ଭାଲିରେ ଏହାକୁ ଇଞ୍ଜିନିୟରିଂ ଓ ବିକାଶ କରାଯାଇଛି । ମହିନ୍ଦ୍ରାର ବିଶ୍ୱସ୍ତରୀୟ ଡିଜାଇନ୍ ଓ ଇଞ୍ଜିନିୟରିଂ ଟିମ୍‌ର ଦକ୍ଷତାକୁ ଏହା ପ୍ରତିଫଳିତ କରୁଛି । ନାସିକ ସ୍ଥିତ ମହିନ୍ଦ୍ରାର ଅତ୍ୟାଧୁନିକ କାରଖାନାରେ ଏହାକୁ ନିର୍ମାଣ କରାଯାଇଛି ।
ଏହା ଦେଖିବାକୁ ବେଶ ଚମତ୍କାର ହୋଇଥିବାରୁ ଦୃଷ୍ଟି ଆକର୍ଷଣ କରୁଥିବା ବେଳେ ଭିତର ପାଶ୍ୱର୍ରେ ଆଇଭରି ରଙ୍ଗ ସହିତ ଲେଦର ଡ୍ୟାସବୋର୍ଡ ଏବଂ ଡ୍ରୋମ୍ ଟ୍ରିମ୍ ଏହାକୁ ଆରାମଦାୟକ କରିପାରିଛି । ଏକ୍ସୟୁଭି ୭୦୦ ଭଳି ଏଥିରେ ୨୩.୭ ଡିଗ୍ରି ପର୍ଯ୍ୟନ୍ତ ଆଗକୁ ଦେଖି ହେଉଛି । ବସିବା ସ୍ଥିତି ଭଲ ଥିବା ବେଳେ ଆଖିର ସ୍ତର ଭୂପୃଷ୍ଠରୁ ୧୩୯୮ ଏମ୍‌ଏମ୍ ଉପରେ ରହିଛ । ଏଥିରେ ଆର୍‌୧୭ ଆଲୟ ହ୍ୱିଲ୍ ବ୍ୟବହାର କରାଯାଇଛି ।
ଏକ୍ସୟୁଭି ୩ଏକ୍ସଓର ବିଶ୍ୱସ୍ତରୀୟ ଇଞ୍ଜିନରେ ୨୩୦ ଏନଏମ୍ ଟର୍କ(୧.୨ ଲିଟର ଟିଡିଜିଆଇ) ଏବଂ ୩୦୦ ଏନ୍‌ଏମ୍ (୧.୫ ଲିଟର ଡିଜେଲ୍‌) ଟର୍କ ପ୍ରଦାନ କରୁଛି । ଏଥିରେ ୬ ସ୍ପିଡ୍‌ର ତୃତୀୟ ପିଢ଼ି ଅଟୋମେଟିକ୍ ଟ୍ରାନ୍ସମିସନ୍ ରହିଛି । ମାତ୍ର ୪.୫ ସେକେଣ୍ଡରେ ଏହା ଘଂଟା ପ୍ରତି ୬୦ କିମି ବେଗରେ ଗତି କରିବାକୁ ପ୍ରସ୍ତୁତ ହୋଇଯାଉଛି । ୧.୨ ଟିଡିଜିଆଇ ଇଞ୍ଜିନ ମଡେଲ୍‌ର ମାଇଲେଜ୍ ଲିଟର ପିଛା ୨୦.୧ କିଲୋମିଟର ରହିଛି ।
ସୁରକ୍ଷା ଦୃଷ୍ଟିରୁ ଏଥିରେ ୬ ଏୟାରବ୍ୟାଗ୍‌, ଇଏସ୍‌ସି ହିଲ୍ ହୋଲ୍‌ଡ କଂଟ୍ରୋଲ୍ ଏବଂ ସମସ୍ତ ଚାରି ଡିସ୍କ ବ୍ରେକ୍ ରହିଛି । ସର୍ବୋଚ୍ଚ ବି-ଏନ୍‌ସିପିଏ ସୁରକ୍ଷା ରେଟିଂ ଆଧାରରେ ଏହାକୁ ଗଠନ କରାଯାଇଛି । ଏହି ଶ୍ରେଣୀରେ ଏହା ପ୍ରଥମ ଯାନ ଯେଉଁଥିରେ ମଲ୍‌ଟି ଟ୍ୟୁନ୍‌ଡ ଭାଲ୍‌ଭ କନ୍‌ସେଂଟ୍ରିକ୍ ଲ୍ୟାଣ୍ଡ୍ ପ୍ରଯୁକ୍ତି ବ୍ୟବହାର କରାଯାଇଛି । ଉନ୍ନତ ସସ୍‌ପେନ୍‌ସନ୍ ବ୍ୟବସ୍ଥା ମଧ୍ୟ ଏଥିରେ ରହିଛି । ଶ୍ରେଷ୍ଠ ମାନର ହ୍ୱିଲ୍ ବେସ୍‌, ବସିବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ଏବଂ ଲେଗ୍ ରୁମ୍ ତଥା ଜିନିଷ ରଖିବା ଲାଗି ୩୬୪ ଲିଟର ସ୍ଥାନ ରହିଛି । ଷ୍ଟୋରେଜ୍ କ୍ଷମତାକୁ ବଢ଼ାଇବା ଲାଗି ମଧ୍ୟ ଏଥିରେ ସୁବିଧା ରହିଛି ।
ଏହାର ଅନ୍ୟତମ ଆକର୍ଷଣଗୁଡିକ ହେଉଛି ସ୍କାଏ ରୁଫ୍‌, ଡୁଆଲ୍ ଜୋନ୍ କ୍ଲାଇମେଟ୍ କଂଟ୍ରୋଲ୍‌, ୟୁଏସ୍‌ବି-ସି ଚାର୍ଜିଂ, ଇଲେକ୍ଟ୍ରୋନିକ୍ ପାର୍କିଂ ବ୍ରେକ୍‌, ୩ ସ୍ମାର୍ଟ ଷ୍ଟିୟରିଂ ମୋଡ୍‌, ଏଚ୍‌ଡି ସ୍କ୍ରିନ୍ ଇନ୍‌ଫୋଟେନ୍‌ମେଂଟ୍ ବ୍ୟବସ୍ଥା, ପୂର୍ଣ୍ଣ ଡିଜିଟାଲ କ୍ଲଷ୍ଟର, ହର୍ମାନ କାର୍ଡନ୍ ପ୍ରିମିୟମ୍ ଅଡିଓ, ସବ୍ ଉଫର, ୩୬୦ ଡିଗ୍ରି ସରାଉଣ୍ଡ ଭିଉ ସିଷ୍ଟମ୍ ସହିତ ବ୍ଲାଇଣ୍ଡ ଭିଉ ମନିଟର ।
ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡର ଅଟୋମୋଟିଭ୍ ଡିଭିଜନର ଅଧ୍ୟକ୍ଷ ବିଜୟ ନାକ୍ରା କହିଛନ୍ତି ଯେ, “ ୭.୪୯ ଲକ୍ଷ ଟଙ୍କାର ଆକର୍ଷଣୀୟ ମୂଲ୍ୟରେ ଆରମ୍ଭ ହୋଇଥିବା ଏକ୍ସୟୁଭି ୩ଏକ୍ସଓର ଶୁଭାରମ୍ଭ ସହିତ ମହିନ୍ଦ୍ରା ଏସୟୁଭିକୁ ପୁନଃନିର୍ଦ୍ଧାରଣ କରିଛି । ‘ଆପଣ ଚାହୁଁଥିବା ସବୁକିଛି ଏବଂ ଅଧିକ’ ପ୍ରଦାନ କରିବା ପାଇଁ ପ୍ରସ୍ତୁତ ହୋଇଥିବା ଏକ୍ସୟୁଭି ୩ଏକ୍ସଓ ଗ୍ରାହକଙ୍କ ଏକ ବିସ୍ତୃତ ଆବଶ୍ୟକତା ପୂରଣ କରିବା ପାଇଁ ଡିଜାଇନ୍ କରାଯାଇଛି । ହ୍ୟାଚବ୍ୟାକ୍‌ରୁ ପ୍ରଥମ ଏସୟୁଭିକୁ ଅପଗ୍ରେଡ୍ କରୁଥିବା ଲୋକଙ୍କଠାରୁ ଆରମ୍ଭ କରି ପ୍ରତିଦ୍ୱନ୍ଦିତାମୂଳକ ମୂଲ୍ୟରେ ହାଇ-ଏଣ୍ଡ ବିଳାସପୂର୍ଣ୍ଣ ବୈଶିଷ୍ଟ୍ୟ ଖୋଜୁଥିବା ବ୍ୟକ୍ତିଙ୍କ ପର୍ଯ୍ୟନ୍ତ, ଏକ୍ସୟୁଭି ୩ଏକ୍ସଓ ଅଭିନବତା, ନିରାପତା, ଆରାମ ଏବଂ ପ୍ରଦର୍ଶନର ଏକ ଅନନ୍ୟ ମିଶ୍ରଣ ପ୍ରଦାନ କରୁଛି ।
ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡର ଅଟୋମୋଟିଭ୍ ଟେକ୍ନୋଲୋଜି ଆଣ୍ଡ ପ୍ରଡକ୍ଟ ଡେଭଲପମେଂଟ୍‌ର ସଭାପତି ଆର ଭେଲୁସାମୀ କହିଛନ୍ତି ଯେ, “ଏକ୍ସୟୁଭି ୩ଏକ୍ସଓର ଉନ୍ନତ ଡିଜାଇନ ସହିତ ଶୀର୍ଷସ୍ତରୀୟ ନିରାପତା, ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ କୁ ମିଶ୍ରଣ କରିବା ହେଉଛି ମହିନ୍ଦ୍ରାର ସମର୍ପଣର ଉଦାହରଣ । ଏକ ସ୍ଥାୟୀ, ସୁପରିକଳ୍ପିତ ପ୍ଲାଟଫର୍ମରେ ନିର୍ମିତ, ଏହା ବି-ଏନସିଏପି ସମେତ ସର୍ବୋଚ୍ଚ ବିଶ୍ୱ ସୁରକ୍ଷା ମାନଦଣ୍ଡ ପୂରଣ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଏକ୍ସୟୁଭି ୩ଏକ୍ସଓ ମଧ୍ୟ ଆମର ଏକ୍ସୟୁଭି୭୦୦ ଦ୍ୱାରା ସ୍ଥାପିତ ମାନଦଣ୍ଡକୁ ପୂରଣ କରିବା ସହ ସର୍ବୋତମ ଆଗକୁ ଦୃଶ୍‌୍ୟମାନତା ପ୍ରଦାନ କରୁଛି ଏବଂ ଏହାର ପେଟ୍ରୋଲ୍ ଭାରିଆଂଟର ନିରବତା ଗ୍ୟାସୋଲିନ୍ ସହିତ ତୁଳନୀୟ ଅଟେ । ଉନ୍ନତ ଡ୍ରାଇଭଟ୍ରେନ୍ ବିକଳ୍ପ, ଦୃଢ଼ ସ୍ତର ୨ ଏଡିଏଏସ୍ ବୈଶିଷ୍ଟ୍ୟ, ସୁରକ୍ଷା ଉପକରଣର ଏକ ବିସ୍ତୃତ ସମୂହ ଏବଂ ଉନ୍ନତ ବୈଷୟିକ ଉନ୍ନତି ସହିତ, ଏକ୍ସୟୁଭି ୩ଏକ୍ସଓ ଏକ ଡ୍ରାଇଭିଂ ଅନୁଭୂତି ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି ଯାହା ଉତ୍ସାହଜନକ, ସୁରକ୍ଷିତ ଏବଂ ଏହାର ଶ୍ରେଣୀଠାରୁ ଆଗରେ ରହିଛି ।’’


Share It

Comments are closed.